ହିଣ୍ଡାଲକୋ ନିଟ୍ ଲାଭରେ ୪୭.୩% ବୃଦ୍ଧି
ନୂଆଦିଲ୍ଲୀ, (ଏଜେନ୍ସି): ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ୨୦୧୮ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସରେ ଉଲ୍ଳେଖନୀୟ ବ୍ୟାବସାୟିକ ସଫଳତା ହାସଲ କରିଛି । ଉକ୍ରଳ ଆଲୁମିନା ୟୁନିଟ୍କୁ ମିଶାଇ କମ୍ପାନୀର ନିଟ୍ ଲାଭ ପରିମାଣ ୪୭.୩% ବୃଦ୍ଧି ପାଇ ୭୧୩ କୋଟି ଟଙ୍କା ହୋଇଛି । ଏହି ତିନି ମାସରେ କମ୍ପାନୀର ରାଜସ୍ୱ ପରିମାଣ ୮.୧% ବୃଦ୍ଧି ପାଇ ୧୧,୯୩୮ କୋଟି ଟଙ୍କା ହୋଇଛି । ପରିଚାଳନା ଆୟ କିମ୍ବା ସୁଧ ପୂବବର୍ତ୍ତୀ ଆୟ, ଟିକସ, ଡେପ୍ରିସିଏସନ ଏବଂ ଆମୋର୍ଟାଇଜେସନ ୩% ବୃଦ୍ଧି ପାଇ ୧୯୨୬ କୋଟି ଟଙ୍କା ହୋଇଛି । କେବଳ ହିଣ୍ଡାଲକୋର ପରିଚାଳନା ଲାଭ ୧୨୦୧ କୋଟି ଟଙ୍କା ହୋଇଛି । ଆଦିତ୍ୟ ର୍ବିଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ଆଲୁମିନିୟମ ଏବଂ ତମ୍ବା ଉତ୍ପାଦନ କରୁଛି ।