ହିନ୍ଦୁତ୍ୱର ସୁରକ୍ଷା ପାଇଁ ରାଜନୀତି ମଇଦାନରେ ଅଖିଳ ଭାରତ ହିନ୍ଦୁ ମହାସଭା

ଭୁବନେଶ୍ୱର : ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ପ୍ରଦେଶର ରାଜ୍ୟସ୍ତରୀୟ ନିର୍ବାଚନୀ କର୍ମୀ ସମ୍ମିଳନୀ ଶେଷ ହୋଇଛି । ରାଜ୍ୟର ବିଭିନ୍ନ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଦେଶରେ ହିନ୍ଦୁତ୍ୱ ନାମରେ ଗରୀବ ହଟାଓ, ଆଚ୍ଛେଦିନର ସ୍ୱପ୍ନ ଦେଖାଇ ବିଜେପି ସରକାର ଯେପରି ନାଟକବାଜିି କଲେ ତାହା ଏବେ ସମସ୍ତ ଜନସାଧାରଣ ଉପଲବ୍ଧି କରିସାରିଛନ୍ତି । ହିନ୍ଦୁ ମହାସଭା ଦେଶର ସ୍ୱାଭିମାନ, ସମ୍ମାନ ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନମାନଙ୍କରେ କରିବ ମଧ୍ୟ । ଆଗାମୀ ନିର୍ବାଚନ ପାଇଁ ଦଳର ଇସ୍ତାହାର ଖୁବ୍ଶୀଘ୍ର ପ୍ରକାଶ କରିବ ବୋଲି ଶ୍ରୀମତୀ ଚୟନୀ ଜଣାଇଛନ୍ତି । କୋରାପୁଟ, ଜୟପୁର ବିଧାନସଭା ପ୍ରାର୍ଥୀ ମହେନ୍ଦ୍ର ପାତ୍ର, ବରଗଡ଼ ଆସନରୁ ଜୟଶଙ୍କର ସିହ୍ନା, ସୁନ୍ଦରଗଡ଼ ଜିଲ୍ଲାରୁ ଗଣେଶ ଚନ୍ଦ୍ର ଭିତରିଆର, ଦିଲ୍ଲୀପ କୁମାର ସାଏ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ