ହିରୋମୋଟୋ ସ୍ପୋର୍ଟସ୍ ଟିମ୍ ର‌୍ୟାଲି ପକ୍ଷରୁ ମେର୍ଜୋୟୁଗା ର‌୍ୟାଲିରେ ଉଲ୍ଲେଖନୀୟ ପ୍ରଦର୍ଶନ

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ.ର ମୋଟର ସ୍ପୋର୍ଟସ୍ ଡିଭିଜନ୍ ହିରୋ ମୋଟୋ ସ୍ପୋର୍ଟସ୍ ଟିମ୍ ର‌୍ୟାଲି ପକ୍ଷରୁ ମେର୍ଜୋୟୁଗା ର‌୍ୟାଲି-୨୦୧୯ରେ ଉଲ୍ଲେଖନୀୟ ପ୍ରଦର୍ଶନ କରାଯାଇଛି । ଓରିଏଲ ମିନା ଏଥିରେ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ହିରୋ ମୋଟୋ ସ୍ପୋର୍ଟସ୍ ଟିମ୍ ର‌୍ୟାଲି ପକ୍ଷରୁ ଷ୍ଟେଜ୍ ୫ରେ ଭଲ ପ୍ରଦର୍ଶନ କରାଯାଇଛି । ଏଥିରେ ଉଭୟ ଓରିଏଲ ମିନା ଏବଂ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ଆଶା ଜନକ ପ୍ରଦର୍ଶନ କରିଛନ୍ତି । ଇର୍ଗ ଛେବି ବାଲୁକା ସ୍ତୁପରେ ଗାଡି ଚଳାଇବା ବେଶ୍ ସଫଳ ରହିଥିବାବେଳେ ଗ୍ରାଣ୍ଡ ପ୍ରିକ୍ସ୍ ବାଲୁକା ସ୍ତୁପରେ ୪୯ କିଲୋମିଟର ବେଶ୍ ଆହ୍ୱାନ ମୂଳକ ଥିଲା । ହିରୋ ମୋଟୋ କର୍ପ ଲିଃ. ଏବଂ ହିରୋମୋଟୋ ସ୍ପୋର୍ଟସ୍ର ମୁଖ୍ୟ ଟେକ୍ନୋଲୋଜି ଅଫିସର ଡଃ.ମାରକସ୍ ବ୍ରାଉନସ୍ପରଜର୍ କହିଲେ, “ ମେର୍ଜୋୟୁଗା ର‌୍ୟାଲି ଟିମ୍ର ଫିଜିକାଲ୍ ଏବଂ ଟେକ୍ନିକାଲ୍ ଦକ୍ଷତା ପ୍ରତିପାଦିତ ହୋଇଛି । ଆମର ୩ ବର୍ଷର ପରିଶ୍ରମ ବେଶ୍ ସଫଳ ହୋଇଛି । ଆମେ ଗ୍ରାହକଙ୍କ ପାଇଁ ଶ୍ରେଷ୍ଠତମ ଉତ୍ପାଦ ପ୍ରସ୍ତୁତି ଉପରେ ବିଶେଷ ଧ୍ୟାନ କେନ୍ଦ୍ରୀତ କରୁଛୁ । ହିରୋ ମୋଟୋ ସ୍ପୋର୍ଟସ୍ ଟିମ୍ ର‌୍ୟାଲି ଟିମ୍ ମ୍ୟାନେଜର ୱଲଫଙ୍ଗ୍ ଫିସର୍ କହିଲେ, ମେର୍ଜୋୟୁଗା ର‌୍ୟାଲିରେ ଭଲ ପ୍ରଦର୍ଶନ ପାଇଁ ମୁଁ ଟିମ୍ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଉଛି । ଉଭୟ ଓରିଏଲ୍ ଏବଂ ରୋଡ୍ରଗ୍ୱିସଙ୍କ ପ୍ରଦର୍ଶନ ବେଶ୍ ଆଶା ଜନକ ରହିଛି । ପରବର୍ତୀ ରେସ୍ ପାଇଁ ଆମେ ମାନସିକସ୍ତରରେ ପ୍ରସ୍ତୁତ ହେବୁ । ଏସମ୍ପର୍କରେ ହିରୋ ମୋଟୋସ୍ପୋର୍ଟସ୍ ଟିମ୍ ର‌୍ୟାଲିର ଓରିଓଲ ମେନା କହିଲେ, ମେର୍ଜୋୟୁଗା ର‌୍ୟାଲିରେ ମୁଁ ଭଲ ପ୍ରଦର୍ଶନ କରିଥିବାରୁ ବେଶ୍ ଉତ୍ସାହିତ । କେତେକ କଷ୍ଟ ସତ୍ୱେ ମଧ୍ୟ ମୁଁ ଶେଷରେ ଭଲ ଫିନିଶ୍ କରିପାରିଛି । ସଫଳତା ମୋର ପରବର୍ତୀ ରେସ୍କୁ ବେଶ୍ ସହଜ କରିବ । ଏସମ୍ପର୍କରେ ହିରୋ ମୋଟୋସ୍ପୋର୍ଟସ୍ ଟିମ୍ ର‌୍ୟାଲିର ଜ୍ୟାକ୍ୱିମ୍ ରୋଡ୍ରିଗ୍ୱିସ କହିଲେ ମୁଁ ଦୃଢ଼ ଆତ୍ମବିଶ୍ୱାସର ସହିତ ପ୍ରଦର୍ଶନ କରିଛି । ବିଭିନ୍ନ ଆହ୍ୱାନର ମୁକାବିଲା କରିବା ସହିତ ଶେଷରେ ମୁଁ ରେସ୍ ଫିନିଶ୍ କରିପ।।ରିଛି । ଏଥିପାଇଁ ମୁଁ ସମଗ୍ର ଟିମ୍ ସଦସ୍ୟଭ୍କୁ ଧନ୍ୟବାଦ୍ ଜଣାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ