ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ସୋପିଆନ୍(ଏଜେନ୍ସି): ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାବଳଙ୍କ ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟର ପ୍ରକ୍ରିୟାରେ ୨ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କୀ ନିପାତ ହୋଇଛନ୍ତି । ସୋପିଆନ୍ର ଇମାମ ସାହିବ ଇଲାକାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀ ସୁରକ୍ଷବଳ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ସୁରକ୍ଷାବଳ ସେମାନଙ୍କୁ ଚାରିଆଡୁ ଘେରିଯାଇ ପାଲଟା ଜବାବ ଦେଇଥିôଲେ । ଏଥିରେ ଦୁଇ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ହିଁ ନିପାତ କରାଯାଇଥିବା ସୁରକ୍ଷାବଳ ପକ୍ଷରୁ କୁହାଯାଇଛି । ତେବେ ଏହି ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଛପି ରହିଥିବାର ଅନୁମାନ କରି ସର୍ଚ୍ଚ ଅପରେସନ ଜାରି ରହିଛି ।
ମୃତ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟରିଂ ପଢ଼ା ଯୁବକ ଥିବା ଜଣାପଡିଛି । ଏହି ଯୁବକର ନାମ ରାହିଲ ରସିଦ୍ ଶେଖ୍ ଏବଂ ସେ ଗାନ୍ଦରବାଲ ଜିଲ୍ଲାର ନୁନେର ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି । ରାହିଲ ଇଞ୍ଜିନିୟରିଂରେ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିବା ସତ୍ତେ୍ୱ ତିନି ଦିନ ପୂର୍ବେ ଅର୍ଥାତ୍ ଏପ୍ରିଲ ୩ରେ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ସେହିପରି ଅନ୍ୟ ମୃତ ଆତଙ୍କୀର ନାମ ବିଲାଲ ଅହମ୍ମଦ ଏବଂ ସେ ସୋପିଆନ୍ ଜିଲ୍ଲାର କିଗାମ୍ ଗ୍ରାମର ବୋଲି ଚିହ୍ନଟ କରାଯାଇଛି । ପ୍ରକାଶ ଯେ,
ଏହା ପୂର୍ବରୁ ଚଳିତ ସପ୍ତାହରେ ପୁଲୱାମା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏଥିରେ ସେନାର ୩ ଯବାନ ଓ ଜଣେ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ । ସେହିପରି ଗତ ସପ୍ତାହରେ ସୋପିଆନ୍ ଜିଲ୍ଲାରେ ସିଆରପିଏଫ୍, ସେନା ଓ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ୩ ଆତଙ୍କୀ ନିପାତ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ