ହିରୋ ଗ୍ରୁପ୍ ପକ୍ଷରୁ କୋଭିଡ୍-୧୯ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ
ମୁମ୍ବାଇ : ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ଗ୍ରୁପ୍ ପକ୍ଷରୁ କୋଭିଡ୍-୧୯ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରାଯାଇଛି । ସେଥିମଧ୍ୟରୁ ୫୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଦାନ କରାଯାଇଥିବାବେଳେ ଅବଶିଷ୍ଟ ୫୦ କୋଟି ଟଙ୍କା ରିଲିଫ୍ ପାଣ୍ଠିକୁ ଦାନ କରାଯାଇଛି । ଏହା ସହିତ ହିରୋ ଗ୍ରୁପ୍ ପକ୍ଷରୁ ଗ୍ରାମୀଣ କ୍ଷେତ୍ରରେ ୨ ଚକିଆ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦିଆଯିବ । ସେହିପରି ମାସ୍କ୍, ସାନିଟାଇଜର୍, ଗ୍ଲୋଭସ୍ ଏବଂ ୧୦୦ ଭେଟିଂଲେଟର ଯୋଗାଇ ଦିଆଯିବ । ପ୍ରତିଦିନ ୧୦,୦୦୦ ଲୋକଙ୍କୁ ଭୋଜନ ପ୍ରଦାନ କରାଯିବ । ହିରୋ ଗ୍ରୁପ୍ର ହିରୋ ମୋଟୋକର୍ପ, ହିରୋ ଫିନକର୍ପ, ହିରୋ ଫ୍ୟୁଚର ଏନର୍ଜି, ରକମ୍ୟାନ୍ ଇଣ୍ଡଷ୍ଟ୍ରି ଏବଂ ହିରୋ ଇଲୋଟ୍ରୋନିକ୍ସ୍ ପକ୍ଷରୁ ମିଳିତ ଭାବେ ଏଥିପାଇଁ ପାଣ୍ଠି ଦାନ କରିଛନ୍ତି । ସେହିପରି ହିରୋ ଏଂଟରପ୍ରାଇଜ୍ ଏବଂ ଏଜି ଇଣ୍ଡଷ୍ଟ୍ରି ପକ୍ଷରୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଡ. ପୱନ ମୁଞ୍ଜଲ୍ କହିଲେ, ଆମ ଦେଶ ସହିତ ସମଗ୍ର ବିଶ୍ୱ ଆଜି କୋଭିଡ୍-୧୯ ସହିତ ଲଢ଼େଇ ଜାରି ରଖିଛି । ଏଭଳି ସଙ୍କଟମୟ ସ୍ଥିତିରେ ହିରୋ ଗ୍ରୁପ୍ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠି ଏବଂ ରିଲିଫ ପାଣ୍ଠିକୁ ଆବଶ୍ୟକ ସହାୟତା ଯୋଗାଇ ଦେଇଛି । ହରିୟାଣାର ଧରୁହେରାଠାରେ ଥିବା ବିଏଏମ୍ଏଲ୍ ମୁଞ୍ଜଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ଆଇସୋଲେଶନ ଏବଂ ଚିକିତ୍ସା ୱାର୍ଡ ଭାବେ ପରିଣତ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ହିରୋ ଫ୍ୟୁଚର ଏନର୍ଜି ପକ୍ଷରୁ ପ୍ରକଳ୍ପ ଅଂଚଳର ୧୫୦ ଗ୍ରାମରେ ଖାଦ୍ୟ ସାମଗ୍ରୀ, ପରି କିଟ୍ ପ୍ରଦାନ କରାଯାଇଛି । ହିରୋ ଫିନକର୍ପ ପକ୍ଷରୁ କୋଭିଡ୍-୧୯ ଯୋଗୁ ପ୍ରଭାବିତ ଛୋଟ ବ୍ୟବସାୟୀଙ୍କୁ ପାଣ୍ଠି ଯୋଗାଇ ଦିଆଯିବାର ଯୋଜନା କରାଯାଇଛି । ଯାହାଦ୍ୱାରା ସେମାନେ ପୁଣି ବ୍ୟବସାୟ ଆରମ୍ଭ କରିପାରିବେ । ହିରୋମୋଟୋକର୍ପ ପକ୍ଷରୁ ମାସ୍କ୍, ସାନିଟାଇଜର, ଗ୍ଲୋଭସ୍ ଏବଂ ୧୦୦ ଭେଟିଂଲେଟର ହସ୍ପିଟାଲକୁ ଯୋଗାଇ ଦିଆଯାଇଛି । ସେହିପରି ଗ୍ରାମୀଣ ଅଂଚଳରେ ୬୦ଟି ମୋଟରସାଇକେଲ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦିଆଯାଇଛି । ଏହା ସହିତ ଲକ୍ଡାଉନ୍ ସମୟରେ ପ୍ରତିଦିନ ଦିଲ୍ଲୀ ଏନସିଆର୍. ରାଜସ୍ଥାନ, ହରିୟାଣା, ଉତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ୧୦,୦୦୦ ଦିନ ମଜୁରିଆ, ଶ୍ରମିକ ଏବଂ ନିରାଶ୍ରୟ ପରିବାରଙ୍କୁ ଭୋଜନ ଯୋଗାଇ ଦିଆଯାଉଛି । ରନ୍ଧାଖାଦ୍ୟ କମ୍ପାନୀର ହରିୟାଣା ସ୍ଥିତ ଗୁରୁଗାଓଁ ଏବଂ ଡେରାଡୁନ୍, ରାଜସ୍ଥାନର ନିମାରନ୍, ଉତରାଖଣ୍ଡର ହରିଦ୍ୱାର, ଗୁଜରାଟର ହାଲୋଲ୍ ଏବଂ ଆନ୍ଧ୍ରପ୍ରଦେଶର ଚିତୋର ନିର୍ମାଣ କ୍ଷେତ୍ରରେ ଉପଯୁକ୍ତ ସ୍ୱଚ୍ଛ ତଥା ପରିମଳ ବ୍ୟବସ୍ଥା ମଧ୍ୟରେ ରନ୍ଧା ଯାଉଛି । ଅକ୍ଷୟପାତ୍ର ଫାଉଣ୍ଡେଶନ ସହାୟତାରେ ଜୟପୁରଠାରେ ଏବଂ ୱିଶେସ୍ ଆଣ୍ଡ ବ୍ଲେଶିଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଦିଲ୍ଲୀରେ ରନ୍ଧା ଖାଦ୍ୟ ବଂଟନ କରାଯାଉଛି । ହିରୋ ମୋଟୋକର୍ପ ପକ୍ଷରୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ କେରଳରେ ୨,୫୦୦ ରାଶନ କିଟ୍ ବଂଟନ କରାଯାଇଛି ।


