ହିରୋ ମୋଟୋକର୍ପରେ ବିବିଧତା ଅଣିବା ପାଇଁ ‘ପ୍ରକଳ୍ପ ତେଜସ୍ୱିନୀ
ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମାତା ନିଜକୁ ଏକ ପ୍ରକୃତ ବିଶ୍ୱ ସ୍ତରୀୟ ସଙ୍ଗଠନରେ ରୁପାନ୍ତର କରିବା ପାଇଁ ଏହାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ବିବିଧତା ଏବଂ ସମାବେଶିତ ଏଜେଣ୍ଡା ଅନବରତ ଚାଲୁ ରଖିଛି । ପ୍ରକଳ୍ପ ତେଜସ୍ୱିନୀ କୁହାଯାଉଥିବା ଏହି ସଂଯୁକ୍ତ କାର୍ଯ୍ୟକଳାପ ପ୍ରାରମ୍ଭର ପରିଣାମ ସ୍ୱରୂପ ହିରୋ ମୋଟୋକର୍ପରେ ମହିଳା କର୍ମଚାରୀଙ୍କ ସଂଖ୍ୟା ନିକଟରେ ୧୦୦୦କୁ ଟପିଗଲା, ଯାହା ଦ୍ୱାରା ଏହି ବିବିଧତାର ଯାତ୍ରାରେ ଏକ ପ୍ରମୁଖ ମାଇଲ ଖୁଂଟ ଅତିକ୍ରମ କରାଯାଇଛି । ବିଜୟ ସେଠୀ, ମୁଖ୍ୟ ମାନବ ସମ୍ବଳ ଅଫିସର ଏବଂ ସିଏସଆର ଓ ଜ୍ଞାନକୌଶଳ ମୁଖ୍ୟ, ହିରୋ ମୋଟୋକର୍ପ, ଏହି ଅବସରରେ କହିଲେ, “ସମାନ ସୁଯୋଗ, ସଶକ୍ତିକରଣ ଏବଂ ସମସ୍ତଙ୍କ ବିକାଶ ପାଇଁ ପ୍ରୋତ୍ସାହନ ଦେଉଥିବା ଏକ କାର୍ଯ୍ୟ ବତାବରଣ ପୋଷଣ କରିବାକୁ ଆମେ ନିରନ୍ତର ପ୍ରୟାସ କରିଆସୁଛୁ । ଡଃ ପୱନ ମୁଞ୍ଜଲଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ଓ ମାର୍ଗଦର୍ଶନ ଏବଂ ଲିଡରଶିପ ଟିମ ସହିତ ସଂଗଠନର ପ୍ରତ୍ୟେକଙ୍କ ସମ୍ପୃକ୍ତ ସଂଯୁକ୍ତ ପ୍ରୟାସକୁ ଧନ୍ୟବାଦ, ବର୍ତମାନ ହିରୋ ମୋଟୋକର୍ପ ମହିଳା ସହକର୍ମୀଙ୍କ ସଂଖ୍ୟା ୧୦୦୦କୁ ଟପିଯାଇଛି ଏବଂ ନିରନ୍ତର ବଢି ଚଲିଛି । ଏହା କେବଳ ଆରମ୍ଭ ମାତ୍ର, ଏବଂ ଆମେ ଅଧିକ ମହିଳା ଆସିବା ଏବଂ ହିରୋ ମୋଟୋକର୍ପ ପରିବାରର ଅଂଶ ହେବା ପାଇଁ ଚାହୁଁଛୁ । ମହିଳାଙ୍କ ପାଇଁ ସମାନ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ତେଜସ୍ୱିନୀ ସମାନତାକୁ ପ୍ରୋତ୍ସାହିତ କରି ସଙ୍ଗଠନ ଭିତରେ ଏକ ‘ସାମଗ୍ରିକ କାର୍ଯ୍ୟସ୍ଥଳୀ’ ପ୍ରସାର କରିଛି । ଏହି ପ୍ରାରମ୍ଭର ଅଂଶ ଭାବରେ ପ୍ରତ୍ୟେକ ଭର୍ଟିକଲ ଏବଂ ସମସ୍ତ ହାଇଅରାର୍କିରେ-ଠିକ ସପ ଫ୍ଲୋର ସ୍ତର ଠାରୁ ବରିଷ୍ଠ ଲିଡରଶିପ ପର୍ଯ୍ୟନ୍ତ ସମର୍ପିତ କ୍ୟାରିୟର ସୁଯୋଗ ହିରୋ ମୋଟୋକର୍ପ ମହିଳା ମାନଙ୍କ ପାଇଁ ସୃଷ୍ଟି କରି ଏକ ସନ୍ତୁଳିତ ଲିଙ୍ଗଗତ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିଛି । ବର୍ତମାନ କମ୍ପାନୀର ତିନୋଟି ନିର୍ମାଣ ସୁବିଧା-ହରିଦ୍ୱାର, ନୀମରାନା ଏବଂ ହାଲୋଲ’ରେ ସପ ଫ୍ଲୋରରେ ମହିଳା ମାନେ କାମ କରୁଛନ୍ତି । ତିନି ମହାଦେଶର ୩୭ ଦେଶରେ ଏକ ବିଶ୍ୱ ସ୍ତରୀୟ ଅପରେସନ ବିସ୍ତାରରେ ହିରୋ ମୋଟୋକର୍ପର ପ୍ରତିଭା ପୁଷ୍କରଣୀରେ ଭାରତ, ଅଷ୍ଟ୍ରିୟା, ୟୁକେ, ଇଟାଲୀ, ଫ୍ରାନ୍ସ, ୟୁଏସ, ଜାପାନ, ଜର୍ମାନୀ ଏବଂ କାମ୍ବୋଡିଆ ସହିତ ବିଭିନ୍ନ୍ ରାଷ୍ଟ୍ରୀୟତାର ଲୋକ ସାମିଲ ହୋଇଛନ୍ତି । ମହିଳା କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ସମର୍ପିତ ନିଯୁକ୍ତି କାର୍ଯ୍ୟକ୍ରମ ଛଡା ଭବିଷ୍ୟତରେ ଲିଡରଶିପ ଭୁମିକା ନେବା ପାଇଁ ମହିଳା ମାନଙ୍କୁ ସକ୍ଷମ ଏବଂ ସଜ୍ଜିତ କରିବା ପାଇଁ ବିଏମଏଲ ମୁଞ୍ଜାଲ ବିଶ୍ୱବିଦ୍ୟାଳୟ ଏବଂ ଇମ୍ପିରିଅଲ କଲେଜ ଅଫ ଲଣ୍ଡନ ସହଯୋଗିତାରେ ‘ୱୁମନ ଇନ ଲିଡରଶିପ (ଡବ୍ଲ୍ୟୁଆଇଏଲ) ପ୍ରୋଗ୍ରାମ’ ଭଳି ପ୍ରାରମ୍ଭର ବ୍ୟବସ୍ଥା ମଧ୍ୟ ହିରୋ ମୋଟୋକର୍ପ ଆରମ୍ଭ କରିଛନ୍ତି । ଏକ ଅନ୍ତରାୟ ପରେ ପୁଣି ଥରେ କାମ କରିବାକୁ ଚାହୁଁଥିବା ମହିଳା ପେଷାଦାର ମାନଙ୍କ ପାଇଁ ଅସାଧାରଣ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ଏକ ବୈକଳ୍ପିକ କ୍ୟାରିୟର କାର୍ଯ୍ୟକ୍ରମ (ଏସିପି) ମଧ୍ୟ ଆରମ୍ଭ କରିଛନ୍ତି । ମହିଳା କର୍ମଚାରୀ ମାନଙ୍କର କାର୍ଯ୍ୟ-ଜୀବନ ସନ୍ତୁଳନ ଉନ୍ନତ କରିବା ଉଦ୍ଦେଶ୍ୟରେ ସେମାନଙ୍କର ମାତୃତ୍ୱ ଛୁଟିକୁ ୩୦ ସପ୍ତାହକୁ ପୁନଃ-ସଂଚରିତ କରିବା ସହିତ ଫ୍ଲେକ୍ସି-କାର୍ଯ୍ୟ ନୀତି ଓ ଡେ- କେୟାର ସୁବିଧା ସହିତ ଅନେକ ନୀତି ସଂସ୍କାର ଏବଂ ନୂତନ ନୀତି ପ୍ରଣୟନ କରିଛନ୍ତି ।


