ହିରୋ ମୋଟୋକର୍ପ ଆରମ୍ଭ କରୁଛନ୍ତି ଦେଶର ପ୍ରଥମ ‘ଏକ୍ସସେନ୍ସ ପ୍ରାଦ୍ୟୋଗୀକି’
ମୁମ୍ବାଇ- ରୋମାଂଚକର ଏବଂ ବ୍ୟାପକ ବିଏସ-ଭିଆଇ ଉତ୍ପାଦ ପୋର୍ଟଫୋଲିଓ ଗ୍ରାହକମାନଙ୍କ ପାଇଁ ଅତିଶୀଘ୍ର ଅନାବରଣ କରିବାକୁ ନିଜର ପ୍ରତିବଦ୍ଧତା ଦୋହୋରାଇ ବିଶ୍ୱର ବୃହତମ ଦୁଇ-ଚକିଆ ବିନିର୍ମାତା, ହିରୋ ମୋଟୋକର୍ପ ଆଜି ଏଂଟ୍ରି ସେଗମେଂଟରେ ପ୍ରଥମ ବିଏସ-ଭିଆଇ ମଟରସାଇକେଲ- ଏଚଏଫ ଡିଲକ୍ସ ବିଏସ-ଭିଆଇ ଲଂଚ କରିଛନ୍ତି । ପ୍ରଥମ ଥର ପାଇଁ କମ୍ପାନୀ ଲଂଚ କରିଥିବା ବିଏସ-ଭିଆଇ ଉତ୍ପାଦ-ସ୍ପେ୍ଲଣ୍ଡର ଆଇସ୍ମାର୍ଟ ର ଠିକ ପରେ ପରେ ଏଚଏଫ ଡିଲକ୍ସ ବିଏସ-ଭିଆଇ ର ବାହାରିବା ଆରମ୍ଭ ହେବା ଦ୍ୱାରା ନୂତନ ଉତ୍ସର୍ଜନ ପ୍ରଣାଳୀକୁ ଚାଲିଯିବାରେ ହିରୋ ମୋଟୋକର୍ପ ଦ୍ୱାରା ନିଭାଯାଉଥିବା ଡିଲରସିପ ଭୁମିକାକୁ ପୁନଃ-ସୁନିଶ୍ଚିତ କରିଛି । ଏସମସ୍ତ ଉତ୍ପାଦ ଗୋଟିଏ ପରେ ଗୋଟିଏ ଅତି ଶୀଘ୍ର ଆସିବା ଦ୍ୱାରା ହିରୋ ମୋଟୋକର୍ପ ଏହାର ବିଏସ-ଭିଆଇ ଉତ୍ପାଦର ପୋର୍ଟଫୋଲିଓ ଅତି ଶୀଘ୍ର ବୃଦ୍ଧି କରି ଖୁବ ଜଲଦି ଏହାର ସଂପୂର୍ଣ୍ଣ ଶୃଙ୍ଖଳାକୁ ବିଏସ- ଭିଆଇ ମାନଦଣ୍ଡକୁ ପରିବର୍ତନ କରିବା ପାଇଁ ଯୋଜନା କରିଛି । ଏଂଟ୍ରି ସେଗମେଂଟରେ ଭାରତର ସର୍ବାଧିକ ସଫଳ ଏବଂ ପ୍ରତିଷ୍ଠିତ ମଟରସାଇକେଲ, ଏଚଏଫ ଡିଲକ୍ସ ଦେଶର ହିରୋ ମୋଟୋକର୍ପ ଶୋରୁମରେ ସେଲ୍ଫ-ଷ୍ଟାର୍ଟ ମିଶ୍ରଧାତୁ ଚକ ଭେରୀଅଂଟ ପାଇଁ ୫୫,୯୨୫ ଟଙ୍କା ଏବଂ ସେଲ୍ଫ-ଷ୍ଟାର୍ଟ ମିଶ୍ରଧାତୁ ଚକ ଆଇ୩ଏସ ଭେରୀଅଂଟ ପାଇଁ ୫୭,୨୫୦ଟଙ୍କା ର (ଉଭୟ ମୂଲ୍ୟ ଏକ୍ସ-ଶୋରୁମ ଦିଲ୍ଲୀ) ଏକ ଆକର୍ଷକ ମୂଲ୍ୟରେ ଜାନୁଆରୀ ୨୦୨୦ ଆରମ୍ଭରୁ ଉପଲବ୍ଧ ହେବ । ବୃହତର ପ୍ରଦର୍ଶନ ଏବଂ ଇନ୍ଧନ-ଦକ୍ଷତା ଆଦି ମୂଳ ବ୍ରାଣ୍ଡ ଡିଏନଏ ଅକ୍ଷତ ରଖିବା ସହିତ ଏଚଏଫ ଡିଲକ୍ସ ବିଏସ-ଭିଆଇ ‘ଏକ୍ସସେନ୍ସ ପ୍ରାଦ୍ୟୋଗୀକି’ (୧୦ଟି ସେନ୍ସର) ସହିତ ବର୍ତମାନ ପ୍ରୋଗ୍ରାମ ହୋଇଥିବା ଇନ୍ଧନ-ଇଞ୍ଜେକ୍ସନ ଚାଳିତ ହୋଇ ଆଗ ପରିକ୍ଷା ଉଚ୍ଚତର ଇନ୍ଧନ-ଦକ୍ଷତା ଦେଇ (୯% ଉଚ୍ଚତର), ପ୍ରୟାସ ବିହୀନ ତ୍ୱରଣ, ଚିକ୍କଣ ରାଇଡ ଏବଂ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ସହଜ ଷ୍ଟାର୍ଟ (ଥଣ୍ଡାରେ ସହଜ ଷ୍ଟାର୍ଟ) ପ୍ରଦାନ କରୁଛି ।


