ହିରୋ ମୋଟୋକର୍ପ ପକ୍ଷରୁ ୫ ନୂଆ ଉତ୍ପାଦ

ନୂଆଦିଲ୍ଲୀ, (ଯୁଗାଦ୍ଦ ନ୍ୟୁଜ) : ହିରୋ ମୋଟୋ କର୍ପ ପକ୍ଷରୁ ପ୍ରିମିୟମ୍ ସେଗମେଣ୍ଟରେ କାରବାର ବୃଦ୍ଧି ନିମନ୍ତେ ୫ଟି ନୂଆ ଉତ୍ପାଦର ଉନ୍ମୋଚନ କରାଯାଇଛି । ସେଥିମଧ୍ୟରେ ଏକ୍ସପ୍ଲସ୍-୨୦୦, ଏକ୍ସପ୍ଲସ୍-୨୦୦-ଟି, ଏକ୍ସଟ୍ରିମ୍-୨୦୦-ଏସ୍, ମାଏଷ୍ଟ୍ରୋ ଏଡଜ୍-୧୨୫-ଏଫ୍ଆଇ, ମାଏଷ୍ଟ୍ରୋ ଏଡଜ୍-୧୨୫-ଆଇ-୩-ଏସ୍ ଏବଂ ପ୍ଲେଜର ପ୍ଲସ୍-୧୧୦ ରହିଛି । ଏହିସବୁର ମୂଲ୍ୟ ଯଥାକ୍ରମେ ୯୮୫୦୦ ଟଙ୍କା, ୯୬୦୦୦ ଟଙ୍କା, ୯୯୯୦୦ଟଙ୍କା, ୬୮୧୦୦ଟଙ୍କା, ୬୧୫୦୦ଟଙ୍କା ଏବଂ ୫୧୩୦୦ଟଙ୍କା ରହିଛି । ମାଏଷ୍ଟ୍ରୋ ଏଡଜ୍ ଏଫ୍ଆଇ ଭ୍ୟାରିଆଣ୍ଟର ମୂଲ୍ୟ ୬୮,୧୦୦ଟଙ୍କା ଥିବାବେଳେ ଆଇ-୩-ଏସ୍ କାର୍ବ ଭ୍ୟାରିଆଣ୍ଟର ଡ୍ରମ ଯୁକ୍ତ ମୂଲ୍ୟ ୬୧,୫୦୦ଟଙ୍କା ରହିଛି । ସେହିପରି ଏହାର ଡିସ୍କ ଯୁକ୍ତ ମୂଲ୍ୟ ୬୩,୯୦୦ଟଙ୍କା ରହିଛି । ଏକ୍ସ ପଲସ୍-୨୦୦ରେ ସୁରକ୍ଷିତ ଆଣ୍ଟି ଲକ୍ ବ୍ରେକ୍ ସିଷ୍ଟମ୍, ୨୦୦ସିସି ଏୟାର କୁଲଡ୍ ଇଞ୍ଜିନ୍, ବିଏସ୍-୪ ଯୋଗ୍ୟତା, ଏୟାର କୁଲଡ୍ ଇଞ୍ଜିନ୍, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍, ୧୭.୧ ଏନ୍ଏମ୍ ଟର୍କ ଓ ଏଲ୍ଇଡ଼ି ପାଇଲଟ୍ ଲ୍ୟାମ୍ପ୍ ଓ ଏଲ୍ଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ୍୍, ୨୨୦ ପଛ ଡିସ୍କ୍, ଏବିସି ସିଷ୍ଟମ୍, ୩୭ ଏମ୍ଏମ୍ ସମ୍ମୁଖ ଫର୍କ ୭-ଷ୍ଟେପ୍ ମନୋସକ୍ ସସ୍ପେନସନ୍ ଓ ଚଉଡା ଟାୟାର ରହିଛି । ଏହାର ଏଫ୍ଆଇ ଭ୍ୟାରିଆଣ୍ଟ ମାଟ୍ ଗ୍ରୀନ୍, ପର୍ଲ ଫେଡ୍ଲେସ୍ ହ୍ୱାଇଟ୍ ଏବଂ ମାଟ୍ ଆକ୍ସି ଗ୍ରେ’ରେ ଉପଲବ୍ଧ । ଏହାର କାରବ୍ୟୁରେଟର ଭ୍ୟାରିଆଣ୍ଟ ସ୍ପୋର୍ଟସ୍ ରେଡ୍ ଏବଂ ବ୍ଲାକ୍ ରଙ୍ଗରେ ଉପଲବ୍ଧ । ଏକ୍ସ ପଲସ୍-୨୦୦-ଟିରେ ଅତ୍ୟାଧୁନିକ ଜ୍ଞାନକøଶଳର ଉପଯୋଗ କରାଯାଇଛି । ଏଥିରେ ଏବିଏସ୍, ଏଲ୍ଇଡି ହେଡ଼୍ ଏବଂ ଟେଲ୍ ଲ୍ୟାମ୍ପ୍, ଡିଜିଟାଲ ସ୍ପିଡ଼ୋ ମିଟର, ବ୍ଲ୍ୟୁଟୁଥ୍ କନେକ୍ଟିଭିଟି ଓ ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍ ଆଦି ବୈଶିଷ୍ଟ୍ୟ ରହିଛି । ୨୦୦ସିସି ଇଞ୍ଜିନ୍, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍, ୧୭.୧ ଏନ୍ଏମ୍ ଟର୍କ, ଏଲ୍ଇଡ଼ି ପାଇଲଟ୍ ଲ୍ୟାମ୍ପ୍ ଓ ଏଲ୍ଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି ଓ ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏହା କ୍ୟାଣ୍ଡି ବ୍ଲେଜିଂ ରେଡ୍, ବ୍ଲାକ୍, ମାଟ୍ ଶିଲଡ୍ ଗୋଲ୍ଡ୍ ଏବଂ ମାଟ୍ ଆକ୍ସିସ୍ ଗ୍ରେ ରଙ୍ଗରେ ଉପଲବ୍ଧ । ଏକ୍ସଟ୍ରିମ୍ ୨୦୦-ଏସ୍ରେ ଅତ୍ୟାଧୁନିକ ଏବିଏସ୍ ସୁରକ୍ଷା ବୈଶିଷ୍ଟ୍ୟକୁ ଅନ୍ତଭୁକ୍ତ କରାଯାଇଛି । ଏହାର ମନୋ-ସକ୍, ଇଞ୍ଜିନ୍, ଫୁଟ୍ରେଷ୍ଟ ଏବଂ ମଫଲର୍ ଗ୍ରାହକଙ୍କୁ ଆକର୍ଷିତ କରିବାର ସମ୍ଭାବନା ରହିଛି । ଏଥିରେ ଏୟାର କୁଲଡ୍ ସିଙ୍ଗଲ୍ ସିଲିଣ୍ଡର୍, ୪-ଷ୍ଟ୍ରୋକ୍ ୨୦୦ସିସି ଇଞ୍ଜିନ୍, ୧୮.୬ ପିଏସ୍ ପାୱାର, ୫-ସ୍ପିଡ୍ ଗିୟର ବକ୍ସ୍, ମନୋ ସସ୍ପେନସନ୍, ଆଗ ଓ ପଛ ଡିସ୍କ ବ୍ରେକ୍ ତଥା ଲେଡ୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସ୍ପୋର୍ଟସ୍ ରେଡ୍, ମାପେଲ୍ ବ୍ରାଉନ୍ ଏବଂ ପାନ୍ଥର ବ୍ଲାକ୍ରେ ଉପଲବ୍ଧ । ମାଏଷ୍ଟ୍ରୋ ଏଡଜ୍-୧୨୫ରେ ପାୱାରଫୁଲ୍ ରାଇଡ୍ ୧୨୫ ସିସି ଇଞ୍ଜିନ, ଏଫ୍ଆଇ ଜ୍ଞାନକୌଶଳ, ୮.୭ ବିଏଚପି, ୬୭୫୦ ଆରପିଏମ୍, ଟର୍କ ୧୦.୨ ଏନ୍ଏମ୍. ୫୦୦୦ ଆର୍ପିଏମ୍, ଆଇ-୩-ଏସ୍ ଜ୍ଞାନକୌଶଳ, ରିମୋଟ୍ କି ଟପନିଙ୍ଗ୍, ମୋବାଇଲ୍ ଚାର୍ଜିଂ ପୋର୍ଟ, ବୁଟ୍ ଲାଇଟ୍, ଇଣ୍ଟିଗ୍ରେଟେଡ୍ ବ୍ରେକିଂ ସିଷ୍ଟମ୍, ବୋଲ୍ଟ ପ୍ରିମିୟମ୍ ଷ୍ଟାଇଲ୍, କ୍ରୋମ ଚେଷ୍ଟ, ମେଟାଲ ବଡ଼ି, ସିଗ୍ନେଚର ଟେଲ୍ ଲ୍ୟାମ୍ପ୍, ୱିଙ୍କର ଓ କାଷ୍ଟ ହ୍ୱିଲ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଏଫ୍ଆଇ ଯୁକ୍ତ ମାଏଷ୍ଟ୍ରୋ ଏଡଜ୍-୧୨୫ ପର୍ଲ ହ୍ୱାଇଟ୍ ସହିତ ବ୍ରାଉନ୍ ଇନର ପ୍ୟାନେଲ ଏବଂ ଆଷ୍ଟ୍ରୋ ଗୋଲ୍ଡ ପ୍ରଣ୍ଟ ଫର୍କ ତଥା ପାନ୍ଥର ବ୍ଲାକ୍ ସହିତ ସ୍ପୋର୍ଟି ରେଡ୍ ଇନର ପ୍ୟାନେଲ୍ ଆଦି ୨ ରଙ୍ଗରେ ଉପଲବ୍ଧ ।
ସେହିପରି ମାଏଷ୍ଟ୍ରୋ ଏଡଜ୍-୧୨୫-ଆଇ-୩-ଏସ୍ ମାଟ୍ ବ୍ଲ୍ୟୁ, ମାଟ୍ ରେଡ୍, ମାଟ୍ ବ୍ରାଉନ୍ ଏବଂ ମାଟ୍ ଭର୍ନିୟର ଗ୍ରେ ରଙ୍ଗରେ ଉପଲବ୍ଧ । ପ୍ଲେଜର ପ୍ଲସ୍-୧୧୦ରେ ପାୱାରଫୁଲ୍ ରାଇଡ୍ ୧୧୦ ସିସି ଇଞ୍ଜିନ, ଏଫ୍ଆଇ ଜ୍ଞାନକୌଶଳ, ୮ବିଏଚ୍ପି, ୭୫୦୦ ଆର୍ପିଏମ୍, ଟର୍କ ୮.୯ ଏନଏମ୍. ୫୦୦୦ ଆର୍ପିଏମ୍, ଫୁଏଲ ଏବଂ ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର, ସ୍ଲିକ୍ ରିୟର ଟେଲ୍,ଏଲ୍ଇଡି ଲ୍ୟାମ୍ପ୍, ମୋବାଇଲ୍ ଚାର୍ଜିଂ ପୋର୍ଟ, ବୁଟ୍ ଲାଇଟ୍ ଓ ଇଣ୍ଟିଗ୍ରେଟେଡ୍ ବ୍ରେକିଂ ସିଷ୍ଟମ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଓଜନ ୧୦୧ କିଲୋଗ୍ରାମ୍ ଓ ଶିଟ୍ ମେଟାଲ ତଥା କାଷ୍ଟ ହ୍ୱିଲ୍ ଆଦି ୨ଟି ଭ୍ୟାରିଆଣ୍ଟରେ ଉପଲବ୍ଧ । ଏହାର ଶିଟ୍ ମେଟାଲ ଗ୍ଲୋସି ବ୍ଲାକ୍, ଗ୍ଲୋସି ବ୍ଲ୍ୟୁ, ଗ୍ଲୋସି ହ୍ୱାଇଟ୍ ଏବଂ ଗ୍ଲୋସି ରେଡ୍ ରଙ୍ଗରେ ଉପଲବ୍ଧ । ସେହିଭଳି ଏହାର କାଷ୍ଟ ହ୍ୱିଲ୍ ମାଟ୍ ରେଡ ମାଟ୍ ଗ୍ରୀନ୍ ଏବଂ ମାଟ୍ ଭର୍ନିୟର ଗ୍ରେ ରଙ୍ଗରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ