ହୁଣ୍ଡି ଭାଗବତ

ହୁଣ୍ଡିରେ ଯିଏ ଯାହା ଦିଏ
ସେ ଧନ ହୁଣ୍ଡି ନ ଫେରାଏ ।
ଧନୀ ଦିଅଇ ବହୁ ଧନ
ଆକାରେ ପର୍ବତ ସମାନ ।
ମନେ ଭାବଇ ବଡଦାନୀ
ଏତେ କେ ଦେଇ ପାରିବେନି ।
ସାଧୁ ଦରିଦ୍ର ସନ୍ଥ ଜନ
ଧନ ଅଭାବେ ବିତେ ଦିନ ।
ହୁଣ୍ଡିକୁ ଦେଖି ମନେଚିନ୍ତି
ହୁଣ୍ଡିରେ କିଛି ଦେଇଥାନ୍ତି ।
କଷ୍ଟେ ଅର୍ଜିତ ମୋର ଧନ
ନୁହେଁତ ପର୍ବତ ସମାନ ।
ଯତ୍ କିଞ୍ଚିତ ଧନ ଦିଏ
ହୁଣ୍ଡିକୁ ନମସ୍କାର ହୁଏ ।
ହୁଣ୍ଡି ମାଲିକ ଦେଖୁଥାଏ
ଦାନ ଧନେ ଲୋଭ ନ ଥାଏ।
ଧନ ଅର୍ଜନ ବାଟ ଦେଖି
ଫଳ ଦିଅନ୍ତି ମନ ଲାଖି ।
ହେଉ ସେ ଦରିଦ୍ର ବା ଧନୀ
ଯେ ଦିଏ ପାପ ଧନ ଆଣି ।
ସେହି ଭାବରେ ଫଳ ପାଏ
କର୍ମ ଆଧାରେ ଯାଚି ଦିଏ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ