ହୁମ୍ମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ
ଗଂଜାମ:ଭାରତ ବର୍ଷରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ଏହାକୁ ରୋକିବା ପାଇଁ ଲକଡାଉନ ଅବସରରେ ନିରୀହ, ଅସହାୟ, ଗରିବ, ଭିକାରି ମାନଙ୍କୁ ଆଜିଠାରୁ ଅପ୍ରେଲ୧୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ସରକାର ଖାଇବା ବ୍ୟବସ୍ଥା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଗଂଜାମ ବ୍ଳକ ର ହୁମ୍ମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଅନ୍ତର୍ଗତ ହୁମ୍ମା ପଂଚୟତ ମହିଳା ମହାସଂଘର ଆନୁକୂଲ୍ୟରେ ମାଗଣାରେ ରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଗଂଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଓ ସରପଞ୍ଚ ଚନ୍ଦ୍ରମୋହନ ସାହୁ ଉପସ୍ଥିତ ରେ ଆରମ୍ଭ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରେ ମହାସଂଘର ଏମ.ବି. କେ -ରଞ୍ଜୁ ବାଳା ସାହୁ, ୱାଡ଼ ସଭ୍ୟ ବାବୁ ପରିଡା,ଜୀବିକ ମିଶନ ର ବିପିଏମ ଜଳନ୍ଧର ମହାରଣା, ବିପିସି ଚନ୍ଦନ ପାଢ଼ୀ, ସିଡିପିଓ ସଲିଲ ପ୍ରଧାନ, ସୁପରଭାଇଜର କଲାବତୀ ବେହେରା ଉପସ୍ଥିତ ଥିଲେ ।ଏହି ଅବସରରେ ଆଜି ପଚାଶ ଜଣ ଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।ଏହାକୁ ମହାସଂଘର ସଭାନେତ୍ରୀ ସଂଯୁକ୍ତା ପ୍ରଧାନ ,ସମ୍ପାଦିକା ତନୟା ବିଶ୍ୱାଳ,ବିନୁ ତରାଇ,ଅମୁଲ୍ୟ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


