ହୁମ୍ମା ଲବଣ ଚାଷ ଜମି ରାଜ୍ୟ ସରକର ଙ୍କୁ ହସ୍ତାନ୍ତର ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଠାରେ କେନ୍ଦ୍ର ସରକାର ଅଧୀନରେ ଥିବା ଲବଣ ଚାଷ ଜମିର ପରିଣାମ କେତେ ଏବଂ ଏହା ରାଜ୍ୟ ସରକାରଙ୍କ ମାଲିକାନାକୁ ଆଣିବା ପାଇଁ ଅଦ୍ୟାବଧି କଣ ସବୁ ପଦକ୍ଷେପ ନିଆଯାଇଛି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମନ୍ତ୍ରୀ ମାରଣ୍ଡୀ କହିଥିଲେ ହୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଲବଣ ଚାଷ ଜମିର ପରିମାଣ ଏ.୧୭୦୮.୬୫୨ କର ଅଟେ ।ଏହି ପରିପ୍ରେକ୍ଷୀରେ ଏହି ବିଭାଗର ପତ୍ର ସଂଖ୍ୟା ୧୨୧୭୦୬,ତା:୧୬/୭/୨୦୨୩ରିଖ ଉକ୍ତ ଜମିର ପରିଚାଳନା ପରିବର୍ତ୍ତେ ସମ୍ପୂର୍ଣ୍ଣ ଜମିର ମାଲିକାନା ରାଜ୍ୟ ସରକାରଙ୍କ ସପକ୍ଷରେ ହସ୍ତାନ୍ତର ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୌଣସି ସୂଚନା ବିଭାଗର ହସ୍ତନ୍ତର ହୋଇ ନାହିଁ ।ତେବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ୨୫ତମ ଇଷ୍ଟେର୍ଣ ଜୋନାଲ କାଉନ୍ସିଲ ମିଟିଙ୍ଗରେ ଉକ୍ତ ପ୍ରସ୍ତାବର ବିଚାର ନିମନ୍ତେ ସାମିଲ କରାଯାଇଅଛି।