ହୃତପିଣ୍ଡକୁ ସୁସ୍ଥ ରଖିବାର ଉପାୟ

ଏରୋବିକ୍ ବ୍ୟାୟାମ: ଦିନକୁ ତିରିଶ ମିନିଟ ପର୍ଯ୍ୟନ୍ତ ଏରୋବିକ୍ ବ୍ୟାୟାମ କରନ୍ତୁ । ଏହା ଦ୍ୱାରା ହୃତସ୍ପନ୍ଦନ ବଢ଼େ । ହୃତପିଣ୍ଡକୁ ରକ୍ତ ଓ ଅମ୍ଳଜାନ ପ୍ରବାହରେ ସମସ୍ୟା ହୁଏ ନାହିଁ ।
ଦ୍ରୁତଗତିରେ ଚାଲନ୍ତୁ: ପ୍ରତିଦିନ ସକାଳେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହେ । ଚାଲିଲା ବେଳେ ଆରାମ ଦାୟକ ଜୋତା ପିନ୍ଧନ୍ତୁ । ସମୟର ଅଭାବ ଥିଲେ ଅତି କମ୍ରେ ଦଶ ମିନିଟ ଚାଲିକରି ଆସନ୍ତୁ ।
ଦୌଡ:ନିୟମିତ ଦୌଡ଼ ଅଭ୍ୟାସ ହୃତପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହା ଦ୍ୱାରା ଶରୀରରେ କ୍ୟାଲୋରୀ ମାତ୍ରା କମେ । ରକ୍ତବାହୀ ନଳୀରେ ଚର୍ବି ଜମା ହୁଏ ନାହିଁ ।
ଶିଡି ଚଢ଼ା:ଲିଫ୍ଟରେ ନଯାଇ ସିଡିରେ ଚଢ଼ି ଯିବା ଆସିବା କରିବା ଅଭ୍ୟାସ କରନ୍ତୁ । ଏହା ହୃତପିଣ୍ଡକୁ ସୁସ୍ଥ ରଖେ ।
ଯୋଗ: ଦୁଶ୍ଚିନ୍ତା, ଅବସାଦ, ନକାରାତ୍ମକ ଭାବନା ହୃତପିଣ୍ଡ ଉପରେ ପ୍ରଭାବ ପକାଏ । ପ୍ରତିଦିନ କିଛି ସମୟ ଯୋଗ ଓ ପ୍ରାଣାୟମ କରନ୍ତୁ । ଏହା ଦ୍ୱାରା ମେଦ କମିଯିବ । ରକ୍ତଚାପ ନିୟନ୍ତ୍ରଣ ରହିବା ସହିତ ହୃତପିଣ୍ଡ ମଧ୍ୟ ସୁସ୍ଥ ରହିବ ।
ଓଜନ ନିୟନ୍ତ୍ରଣ: ସୁସ୍ଥ ହୃତପିଣ୍ଡ ପାଇଁ ଓଜନକୁ ନିୟନ୍ତ୍ରଣ ରଖିବା ଉଚିତ । ବ୍ୟାୟାମଶାଳା ଯାଆନ୍ତୁ । ଏହା ଦ୍ୱାରା ଚର୍ବି ଏବଂ ଓଜନ କମିବ । ମାଂସପେଶୀ ଶକ୍ତ ହେବ ।
ସନ୍ତରଣ: ନିୟମିତ ସନ୍ତରଣ ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢ଼େ । ରକ୍ତ ସଞ୍ଚାଳନ ଠିକ ରହେ । ହୃତସ୍ପନ୍ଦନ ବଢ଼ିବା ସହ ରକ୍ତ ପରିଷ୍କାର ହୁଏ । ଗଣ୍ଠି ସମସ୍ୟା ମଧ୍ୟ ଦୂର ହୁଏ ।
ସାଇକେଲ ଚାଳନା: ସୁସ୍ଥ ଶରୀର ପାଇଁ ସାଇକେଲ ଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହୃତପିଣ୍ଡକୁ ସୁସ୍ଥ ରଖିବା ସହ ଗଣ୍ଠି ସମସ୍ୟା ଦୂର କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ