ହୃଦଘାତରେ ସମାଜସେବୀଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଣ୍ଡାଖିଆ ଗ୍ରାମର ସମାଜସେବୀ ଧ୍ରୁବ ଚରଣ ପଣ୍ଡାଙ୍କ ୮୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଅଞ୍ଜଳି ପଣ୍ଡା,ପୁତ୍ର ଅରକ୍ଷିତ, ହିମାଂଶୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ଶଶୀଭୂଷଣ ବେହେରା,ନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଆଇନଜୀବୀ ଅବିନାଶ ପଣ୍ଡା, ରତିକାନ୍ତ ଚୈାଧୁରୀ, ଦିଲ୍ଲିପ ଚରଣ ପାଢୀ, ବାଲା ପାଢୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ଅରକ୍ଷିତ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ