ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :ଯୋଗ ମହାବିଦ୍ୟାଳୟ ‘ହେଲଦି ଲାଇଫ ନେଚର କିୟର ଏଣ୍ଡ ଯୌଗିକ ସାଇନ୍ସ’ର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସୁଶାନ୍ତ କୁମାର ସାହୁ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟ ଓ ସୁସ୍ଥ ଶରୀର ଗଠନରେ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଚିତ୍ତରଞ୍ଜନ ସାହୁ ଏଥିରେ ଯୋଗ ରହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏହି କର୍ମଶାଳାରେ ପୌରହିତ୍ୱ କରିବା ସହିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ୨ବର୍ଷିଆ ଯୋଗ ସ୍ନାତକୋତ୍ତର ପାଠ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନେ ମଣିଷର ଶରୀର ଓ ମନ ଉପରେ ଯୋଗର ପ୍ରଭାବକୁ ନେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ମମତା ମହାରଣା, ଶୀତଳା ଦାସ, ଅଧ୍ୟାପକ ମାଷ୍ଟର ଅଭିଷେକ ଦାସ ପ୍ରମୁଖ ଏହି କର୍ମଶାଳା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ