ହେଲ୍ପ ଏଭର ହର୍ଟ ନେଭେର୍ ଫାଉନ୍ଡେସନ୍ପ କ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ଠାରେ ଥିବା ବିକାଶ ବିଦ୍ୟାନିକେତନ ବିଦ୍ୟାଳୟ ପରିସରରେ ସମାଜ ସେବା ସଂସ୍ଥା “ହେଲ୍ପ ଏଭର ହର୍ଟ ନେଭେର୍ ଫାଉନ୍ଡେସନ୍”ର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଦିବାସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଶିବିରରେ “ହେଲ୍ପ ଏଭର ହର୍ଟ ନେଭେର୍ ଫାଉନ୍ଡେସନ୍”ର ଉପଲଡା, ସାତମାଇଲ, ପାଟିକୋଟା, ପାରଳାଖେମୁଣ୍ଡି, ମଧୁସୁଦନପୁର, ମାଛମରା ଆଦି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଥିବା ସଦସ୍ୟ ଗଣ ମାନେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଡାକ୍ତର ରାକେଶ କୁମାର, ପିଙ୍କି କୁମାରୀ, ଏ. କୁସୁମ, କରୁଣାକର ବେହେରା, ଗୁରାଣ୍ଡି ଥାନାର ହାବିଲଦାର ଗୋପୀନାଥ ଜେନାଙ୍କ ସମେତ ପୋଲିସ କର୍ମଚାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଛଅ ଜଣିଆ ସ୍ବାସ୍ଥ୍ୟ କର୍ମଚାରୀ ଟିମ୍ ଯୋଗଦେଇଥିଲେ । କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ମନ୍ତ୍ରଉଚ୍ଚାରଣ ଆଦି କରି ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା । ଏନେଇ “ହେଲ୍ପ ଏଭର ହର୍ଟ ନେଭେର୍ ଫାଉନ୍ଡେସନ୍” ସଦସ୍ୟ ଗଣ ଯଥା ବି. ପ୍ରଭାକର, ମନୋଜ ପଟ୍ଟନାୟକ, ଆଇ. ବାବୁଜୀ, ରାମାକ୍ରିଷ୍ଣା, ଜୀବନ ବାବୁ, ଚିରଞ୍ଜିବୀ, ତେଜା ରାଓ, କ୍ରାନ୍ତି କୁମାର, ଅନିଲ ଚୌଧୁରୀ, କେ. ବିଜୟ, ଏ. ମନୋଜ, ମନୋଜ ବେହେରା, ଜି.ଏସ୍. କୁମାର, ସିଏଚ୍ ଶଙ୍କର ରାଓ, ଜେ. ପ୍ରକାଶ ରାଓ, କେ. କ୍ରିଷ୍ଣାକୁମାର, ସାଇ କୁମାର ପ୍ରମୁଖ ଜଣାଇଛନ୍ତି ଯେ, ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନଥିବାରୁ ରକ୍ତଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜୁରରୀ ହୋଇପଡିଛି । ରକ୍ତ ଦାନର ଆବଶ୍ୟକତା ଏବଂ ଏହାର ଗୁରତ୍ବକୁ ସର୍ବସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇ ଲୋକଙ୍କୁ ଉତ୍ସାହିତ କରାଯାଉଛି । ଏହାସହ ଏହି ସଦସ୍ୟ ବୃନ୍ଦ ମାନେ ସଫଳତାର ସହ ରକ୍ତଦାନ ଶିବିର ଆୟୋଜନ ହୋଇଥିବାରୁ ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ସମସ୍ତ ଅତିଥି ବୃନ୍ଦ ଏବଂ ରକ୍ତଦାନ ଶିବିରରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟ କର୍ମଚାରୀ ଟିମ୍ କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ