ହୋଟେଲରୁ ଚୋରୀ : ୬ ମାସ ପରେ ଅଭିଯୁକ୍ତ ଗିରଫ, ମୋବାଇଲ ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ । କୈଶଳ କ୍ରମେ ହୋଟେଲରୁ ଟଙ୍କା ସମେତ ମାଲିକଙ୍କ ମୋଟର ସାଇକେଲ ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏଭଳି ଏକ ଘଟଣା ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ନିକଟସ୍ଥ ସନ୍ତୋଷୀ ହୋଟେଲରେ ଗତ ୨୨ ଫେବୃୟାରୀ ରେ ଘଟିଥିଲା । ଚୋରୀ ଘଟଣା ନେଇ ହୋଟେଲ ମାଲିକ ହରିକୃଷ୍ଣ ମହାଙ୍କୁଡ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ ୭୩/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଦୀର୍ଘ ୬ ମାସର ବ୍ୟବଧାନ ପରେ ହିଞ୍ଜିଳି ପୁଲିସ ଚୋରୀ ଅଭିଯୁକ୍ତଙ୍କୁ ବୁଧବାର ହିଞ୍ଜିଳିକାଟୁ ନିକଟସ୍ଥ ଏକ ହୋଟେଲରୁ ଗିରଫ କରିଛି । ଗିରଫ ଜଣକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର କାହ୍ନା ପ୍ରଧାନ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଚୋରୀ ମୋବାଇଲ ଫୋନକୁ ପୁଲିସ ଜବତ କରିଛି । କାହ୍ନା ପୂର୍ବରୁ କାମ କରୁଥିବା ସନ୍ତୋଷି ହୋଟେଲରୁ ଟଙ୍କା ସମେତ ମାଲିକଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲେ । ଖଲ୍ଲିକୋଟ ଥାନା ହଳଦିପାଟ ଘାଟି ନିକଟରେ ମୋଟର ସାଇକେଲର ପେଟ୍ରୋଲ ସରିଥିବାରୁ ରାସ୍ତା କଡ଼ରେ ବାଇକ୍ କୁ ଛାଡି ପୁରୀ ଯାଇ ଏକ ହୋଟେଲରେ କାମ କରୁଥିଲେ । ୬ ମାସ ପରେ ହିଞ୍ଜିଳିକାଟୁ ଆସି ସହର ନିକଟସ୍ଥ ଏକ ହୋଟେଲର କାମ କରୁଥିଲେ । କୈଣସି ସୁତ୍ରରୁ ଖବର ପାଇ କାହ୍ନାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଏଏସଆଇ ତଥା ଆଡପଡା ଫାଣ୍ଡି ଅଧିକାରୀ ରାଜନ ବିଷୋୟୀଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ