ପଞ୍ଚାନନ ଖଟୁଆଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ର ପରିବେଶବିତ , ସମାଜସେବୀ, ରକ୍ତଦାତା , ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ତଥା ରମ୍ଭା ପୁର୍ତ୍ତ ବିଭାଗରରେ କିରାଣୀ ରୂପେ କାର୍ଯ୍ୟରତ ପଞ୍ଚାନନ ଖଟୁଆଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ଓଡିଶା ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ତରଫରୁ ଅଗଷ୍ଟ ୧୫ ତାରିଖରେ ୭୫ ତମ ସ୍ଵଧୀନତା ଦିବସ ପାଳନ ଅବସରରେ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ଡିଏଫଓ ଅମ୍ଳଳ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକୃତି ର ସଂରକ୍ଷଣ ଓ ପରିବେଶ ସୁରକ୍ଷା ବୃକ୍ଷରୋପଣ, ସଚେତନତା ଦିଗରେ ଉଲ୍ଲେଖନିୟ ଅବଦାନ ଯୋଗୁଁ ପରିବେଶବିତ ପଞ୍ଚାନନଙ୍କୁ ମାନପତ୍ର ଓ ୧୦ହଜାର ଟଙ୍କାର ଚେକ ପ୍ରଦାନ କରି ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ପୁରସ୍କାର ପାଇଁ ଖଟୁଆଙ୍କ ବିଭିନ୍ନ ମହଲରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।


