ହୋଣ୍ଡା ବିଗ୍ୱିଙ୍ଗ୍ର ଶୁଭାରମ୍ଭ

ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ନୂଆ ପ୍ରିମିୟମ୍ ବାଇକ୍ ବ୍ୟବସାୟ “ହୋଣ୍ଡା ବିଗ୍ ୱିଙ୍ଗ୍’ର ଶୁଭାରମ୍ଭ କରାଯାଇଛି । କମ୍ପାନୀର ପ୍ରିମିୟମ୍ ମୋଟରସାଇକଲ୍ ବିକ୍ରି ପାଇଁ ଏହାକୁ ଆରମ୍ଭ କରାଯାଇଛି । ଏହା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ଓ ରୋମାଞ୍ଚ ପ୍ରଦାନ କରିବ । ଭାରତରେ ପ୍ରିମିୟମ୍ ବାଇକ୍ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ସୋରୁମ୍ରେ ଗ୍ରାହକମାନଙ୍କୁ ଗୋଲ୍ଡୱିଙ୍ଗ୍, ଆଫ୍ରିକା ଟ୍ୱିନ୍ ଏବଂ ସିବି୩୦୦୦ଆର୍ ବାଇକ୍ ହସ୍ତାନ୍ତର କରାଯାଉଛି । ସହର ଭିତରେ, ସର୍କିଟ୍ ରେସିଂରେ କିମ୍ବା ଲକ୍ଜୁରି ଟୁରିଂ ଭଳି ସବୁ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପାଇଁ ବିଗ୍ ୱିଙ୍ଗ୍ରେ ପ୍ରିମିୟମ୍ ମୋଟରସାଇକଲ୍ ରହିଛି । ଏଠାରେ ବିସ୍ତୃତ ବିକ୍ରି ଓ ସର୍ଭିସ୍ ସ୍ଥାନ ରହିଥିବା ବେଳେ ଗୁରୁଗ୍ରାମରେ ଥିବା ହୋଣ୍ଡାର ଏହି ବିଗ୍ୱିଙ୍ଗ୍ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଭଳି ଏବଂ ସ୍ୱତନ୍ତ୍ର ବିକ୍ରି ପରବର୍ତ୍ତି ସେବା ପ୍ରଦାନ କରିବ । ହୋଣ୍ଡାର ୩୦୦ ସିସି ସିବି୩୦୦ଆର୍ ଠାରୁ ଆରମ୍ଭ କରି ୧୮୦୦ ସିସିର ଗୋଲ୍ଡ୍ୱିଙ୍ଗ୍ ମଧ୍ୟ ଏଠାରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ