ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ସେପ୍େଟମ୍ବରରେ ୫,୮୩,୬୩୩ ଗାଡ଼ି ବିକ୍ରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷରୁ ବଡ଼ ଉତ୍ସାହର ସହ ଆରମ୍ଭ କରିଥିବା ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଉତ୍ସବ ଋତୁର ଆରମ୍ଭ ସହ ଏହାର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରା ବଜାୟ ରଖିଛି । କମ୍ପାନି ପକ୍ଷରୁ ଚଳିତ ବର୍ଷର ସେପ୍େଟମ୍ବର ମାସରେ ୫,୮୩,୬୩୩ ଗାଡ଼ି ବିକ୍ରି କରାଯାଇଥିବା ଘୋଷଣା କରାଯାଇଛି । ଗତବର୍ଷର ସେପ୍େଟମ୍ବର ତୁଳନାରେ ବିକ୍ରିରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି । କମ୍ପାନି ଦେଶ ଭିତରେ ୫,୩୬,୩୯୧ ଗାଡ଼ି ବିକ୍ରି କରିଥିବା ବେଳେ ୪୭,୨୪୨ ଗାଡ଼ି ରପ୍ତାନି କରିଛି । ଗତବର୍ଷ ତୁଳନାରେ ଘରୋଇ ବିକ୍ରି ୯ ପ୍ରତିଶତ ବଢ଼ିଥିବା ବେଳେ ରପ୍ତାନିରେ ୩୪ ପ୍ରତିଶତ ବୃଦ୍ଧି ଘଟିଛି ।ଚଳିତ ଆର୍ôଥକ ବର୍ଷର ଏପ୍ରିଲରୁ ସେପ୍େଟମ୍ବର ମଧ୍ୟରେ ଏଚଏମଏସଆଇ ପକ୍ଷରୁ ଦେଶ ଭିତରେ ୨୮,୮୧,୪୧୯ ଗାଡ଼ି ବିକ୍ରି କରାଯାଇଥିବା ବେଳେ ୨,୭୬,୯୫୮ ଗାଡ଼ି ରପ୍ତାନି କରାଯାଇଛି ।ସେପ୍େଟମ୍ବର ମାସରେ ଏଚଏମଏସଆଇ ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, ପୁଡୁଚେରି ଓ ଆଣ୍ଡମାନ ନିକୋବରରେ ୧୦ ନିୟୁତ ଆକ୍ଟିଭା ବିକ୍ରି କରିଛି ।ସଡ଼କ ସୁରକ୍ଷା ଅଭିଯାନ ଅଂଶ ସ୍ୱରୂପ ଏଚଏମଏସଆଇ ପକ୍ଷରୁ ପଶ୍ଚିମବଙ୍ଗର ସୁକନା, ଗୁଜରାଟର ଅହମ୍ମଦାବାଦ, ପଶ୍ଚିମବଙ୍ଗର ବାରାକପୋର, ଛତିଶଗଡ଼ର ଭିଲାଇ, ଓଡ଼ିଶାର ଭୁବନେଶ୍ୱର, ଗୁଜରାଟର ଭାବନଗର, ଆନ୍ଧ୍ରପ୍ରଦେଶର ତିରୁପତି, ତାମିଲନାଡୁର ଡିଣ୍ଡିଗୁଲ, ମହାରାଷ୍ଟ୍ରର ବାରାମତି, ଉତରପ୍ରଦେଶର ଅଯୋଧ୍ୟା, ହିମାଚଳ ପ୍ରଦେଶର ସୋଲାନ ଓ ରାଜସ୍ଥାନର ଆଜମେରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିପରି କେରଳର କୋଝିକୋଡରେ ଥିବା ସୁରକ୍ଷିତ ଗାଡ଼ିଚାଳନା ଶିକ୍ଷା କେନ୍ଦ୍ରର ପଂଚମ ବାର୍ଷିକୀ ପାଳନ କରାଯାଇଥିଲା । ଗୁଜରାଟର ଅହମ୍ମଦାବାଦରେ ସ୍କୁଲ ଅଧ୍ୟକ୍ଷମାନଙ୍କ ଲାଗି ଏକ ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜନ କରାଯାଇଥିଲା ।ସିଏସଆର କାର୍ଯ୍ୟକ୍ରମ ଅଧୀନରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ମିଜୋରାମ ୟୁଥ କମିସନ ଓ ଭିସାନ ଫାଉଣ୍ଡେସନ ସହଯୋଗରେ ମିଜୋରାମରେ ‘ପ୍ରୋଜେକ୍ଟ ବୁନିୟାଦ-ଆତ୍ମନିର୍ଭର ଭାରତ କା ଆଧାର’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ଏହାର ଲକ୍ଷ୍ୟ ହେଉଛି ସମାଜର ଅନଗ୍ରସର ବର୍ଗର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ହରିୟାଣାର ନୌରଙ୍ଗପୁରରେ ଥିବା ହୋଣ୍ଡା ସାମାଜିକ ବିକାଶ କେନ୍ଦ୍ରରେ ଫାଉଣ୍ଡେସନ ପକ୍ଷରୁ ହୋଣ୍ଡା କି ପାଠଶାଳାର ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୋଟରସ୍ପୋର୍ଟସରେ ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଏନଏସଏଫ୨୫୦ ବର୍ଗରେ ମୋହସିନ ପରମବାନ ଦ୍ୱୈତ ବିଜୟ ହାସଲ କରିଥିବା ବେଳେ ପ୍ରକାଶ କାମାତ ଦ୍ୱିତୀୟ ଓ ସିଦ୍ଦେଶ ସାୱନ୍ତ ତୃତୀୟ ହୋଇଥିଲେ । ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପର ପଂଚମ ରାଉଣ୍ଡରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ ୧ ପଏଂଟ ହାସଲ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ