ହୋର୍ଡିଂ ହଟାଇବା ପ୍ରହସନରେ ପରିଣତ
ବୋଲଗଡ଼ (ଯୁଗାଦ୍ଦ ନ୍ୟୁଜ୍):ଆଗାମୀ ସାଧାରଣ ନିର୍ବାଚନ ପାଇଁ ରବିବାର ଦେଶର ନିର୍ବାଚନ କମିଶନର ତାରିଖ ଘୋଷଣା କରି ଆଚରଣବିଧି ଲାଗୁ କରିଛନ୍ତି । ଏହାକୁ ଆଖି ଆଗରେ ରଖି ବୋଲଗଡ ବ୍ଲକ ପ୍ରଶାସନ ୫୭ନଂ ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ରାଜନୈତିକ ଦଳର ପୋଷ୍ଟର ବ୍ୟାନର,ହୋଡିଂ ହଟାଇବା ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନାଭିମୁଖୀ ହୋଡିଂ ମଧ୍ୟ ସୋମବାର ସକାଳେ ହଟାଇ ଦିଆଯାଇଛି । ବିଡିଓ ମଧୁସୂଦନା ବେହେରା କର୍ମଚାରୀଙ୍କୁ ଲଗାଇ ବ୍ଲକ ସମ୍ମୁଖରୁ କାଳିଆ ଯୋଜନା, ବୃହତ ପାନୀୟ ଜଳ ଯୋଗାଣ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ସହିତ ବଡ ବଡ ହୋଡିଂକୁ ହଟାଇଥିଲେ । କିନ୍ତୁ ଏବେ ମଧ୍ୟ ବୋଲଗଡ଼ ବସଷ୍ଟାଣ୍ଡ, ବାଙ୍କୋଇ, ସଂପୁର, ମାଣିକଗୋଡା, କଳାଙ୍ଗ, ଖାଉଡପଲ୍ଲୀ ଛକ, ଆରିକମା, ଦେଉଳି, ତାଳତୁମ୍ବ ଗ୍ରାମ ଛକରେ କାଳିଆ ଯୋଜନା, ପିଠାର କାର୍ଯ୍ୟକ୍ରମର ହୋଡିଂ ଥିବା ଦେଖିବାକୁ ମିଳିଛି ।