ହ୍ରିତ୍ୱିକ୍‌ଙ୍କ ଫୋନ୍ ଉଠାଉ ନଥିଲେ ଏହି ଅଭିନେତ୍ରୀ

‘ୱାର୍‌’ ଫିଲ୍ମକୁ ଜବରଦସ୍ତ ରେସ୍ପନ୍ସ ମିଳିଛି । ଆଉ ଏହା ସହିତ ହ୍ରିତ୍ୱିକ୍‌୍‌ଙ୍କୁ ମଧ୍ୟ ମିଳିଛି ଜବରଦସ୍ତ ସଫଳତା । ଅବଶ୍ୟ ଏମିତି ନୁହେଁ ଯେ, ଏହି ଫିଲ୍ମରେ ହିଁ ସେ ତାଙ୍କର ଅଭିନୟ ଦକ୍ଷତା ଦେଖାଇଛନ୍ତି । ପୂର୍ବରୁ ଅନେକ ଫିଲ୍ମରେ ସେ ପ୍ରଶଂସନୀୟ ଅଭିନୟ କରିଛନ୍ତି । ସେ ଏମିତି ଜଣେ ଅଭିନେତା, ଯାହାଙ୍କ ସହିତ ସମସ୍ତ ଅଭିନେତ୍ରୀ ଫିଲ୍ମ କରିବାକୁ ଚାହିଁବେ । ହେଲେ ଜାଣନ୍ତି, ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ ହ୍ରିତ୍ୱିକ୍‌ଙ୍କ ଫୋନ୍ ଉଠାଉ ନଥିଲେ । ସେ ବାରମ୍ବାର ଫୋନ୍ କଲେ ବି ସେହି ହିରୋଇନ୍ ତାଙ୍କ ଫାନ୍ ଉଠାଇ ନଥିଲେ । ଆଉ ଏ କଥା ନିଜେ ହ୍ରିତ୍ୱିକ୍‌୍ କହିଥିଲେ । ହେଲେ କଥାଟା ବହୁତ ପୁରୁଣା, ୨୦୧୫ ମସିହାର । ହ୍ରିତ୍ୱିକ୍ ସେହି ଅଭିନେତ୍ରୀଙ୍କ ଜନ୍ମଦିନ ଏହି କଥା କହିଥିଲେ । ସେ ହେଲେ ଫ୍ରିଡ଼ା ପିଣ୍ଟୋ । ୨୦୧୪ରେ ରିଲିଜ୍ ହୋଇଥିଲା ଫିଲ୍ମ “ଡେଜର୍ଟ ଡ୍ୟାନ୍ସର’? ଏଥିରେ ଥିଲେ ଫ୍ରିଡ଼ା ପିଣ୍ଟୋ । ସେ ଏଥିରେ ବଢ଼ିଆ ଅଭିନୟ କରିଥିଲେ । ତାଙ୍କ ଅଭିନୟ ହ୍ରିତ୍ୱିକ୍‌୍‌ଙ୍କ ମନକୁ ଖୁବ୍ ପାଇଥିଲା । ଫ୍ରିଡ଼ାଙ୍କ ନୃତ୍ୟ ବି ତାଙ୍କୁ ଭଲ ଲାଗିଥିଲା । ସେଥିପାଇଁ ହ୍ରିତ୍ୱିକ୍ ତାଙ୍କୁ ଫୋନ୍ କରିଥିଲେ । ହେଲେ ଫ୍ରିଡ଼ା ଫୋନ୍ ଉଠାଇ ନଥିଲେ । ଆଉ ଏ କଥାକୁ ସେ ୨୦୧୫ ଜୁଲାଇ ୨୭ ତାରିଖରେ କରିଥିବା ଦୁଇଟି ଟ୍ୱିଟରରେ କହିଥିଲେ । ଭାରତରେ ଫ୍ରିଡ଼ାଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ବଲିଉଡ୍ ଅଭିନେତା ହ୍ରିତ୍ୱିକ୍ ରୋଶନ୍ ମଧ୍ୟ ତାଙ୍କର ଜଣେ ବହୁତ ବଡ଼ ପ୍ରଶଂସକ । ସୂଚନାଯୋଗ୍ୟ, ଫ୍ରିଡ଼ା ଅନେକ ଭାରତୀୟ କଳାକାରଙ୍କ ସହିତ କାମ କରିସାରିଛନ୍ତି । ଗ୍ଲୋବାଲ୍ ସେକ୍ସ ଟ୍ରେଡ୍ ନେଟୱାର୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ “ଲଭ୍ ସୋନିଆ’ରେ ଅଭିନୟ କରି ସେ ଅନେକ ପ୍ରଶଂସା ସାଉଁଟିଥିଲେ । ଏହି ଫିଲ୍ମଟି ଗାଁରେ ରହୁଥିବା ଜଣେ ଛୋଟ ଝିଅ ସୋନିଆ ଉପରେ ଆଧାରିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ