ହ୍ୟୁଣ୍ଡାଇ ପକ୍ଷରୁ କନେକ୍ଟେଡ଼ ଏସୟୁଭି-“ଭେନ୍ୟୁ” ର ପ୍ରବେଶ

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଦେଶର ପ୍ରଥମ ସ୍ମାଟ୍ ଚଳନଶୀଳ ଉପଯୋଗୀ ତଥା ଏକ ବୃହତ୍ ରପ୍ତାନୀକାରୀ କମ୍ପାନୀ ଆଜି ଭାରତର ପ୍ରଥମ ସମ୍ପୂର୍ଣ୍ଣ କନେକ୍ଟେଡ଼ ଏସୟୁଭି ହ୍ୟୁଣ୍ଡାଇ ଭେନ୍ୟୁର ଶୁଭ ଉନ୍ମୋଚ୍ଚିତ ହୋଇଯାଇଛି । ଏହି ହ୍ୟୁଣ୍ଡାଇ ଭେନ୍ୟୁ ଏକ ଶକ୍ତିଶାଳୀ ସଡ଼କର ଗଠନ, ଚାଳନାର ଉଲ୍ଲସିତ ଅଭିଜ୍ଞତା, ବେଯୋଡ଼ ସଂଯୋଗୀକରଣ ତଥା ହ୍ୟୁଣ୍ଡାଇ ବ୍ଲୁ ଲିଙ୍କ କୌଶଳକୁ ନେଇ ଏହାର ବିକାଶ କରାଯାଇଛି । ହ୍ୟୁଣ୍ଡାଇ ଭେନ୍ୟୁ ଉନ୍ମୋଚ୍ଚନର ଏହି ଅବସରରେ ନିଜର ମତ ରଖି ଶ୍ରୀ ଏସଏସ୍ କିମ୍, ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ଭାଇ ଅଧିକାରୀ, ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. କହିଲେ, “ଆମେମାନେ ଆଜି ହ୍ୟୁଣ୍ଡାଇ ଭେନ୍ୟୁର ଏହି ଶୁଭ ଉନ୍ମୋଚ୍ଚନରେ ଅତ୍ୟନ୍ତ ଉଲ୍ଲସିତ ଅନୁଭବ କରୁଛୁ । ଭେନ୍ୟୁ ଭାରତର ପ୍ରଥମ ଚଳନଶୀଳ ଉପଯୋଗୀ ତଥା ପ୍ରଥମ ସମ୍ପୂର୍ଣ୍ଣ ସଂଯୋଗୀକରଣ ଏସୟୁଭି ଉପକରଣର ବିଶ୍ୱସ୍ତରୀୟ ବ୍ଲୁ ଲିଙ୍କ କୌଶଳକୁ ନେଇ ବିକଶିତ ହୋଇଥିବା ଏକ ଯାନ ଅଟେ । ଭାରତୀୟ ବଜାର ହ୍ୟୁଣ୍ଡାଇର ଏହି ବିଶ୍ୱସ୍ତରୀୟ ଏକ ଯୋଜନାବଦ୍ଧ ବିକାଶକୁ ଉନ୍ମୋଚ୍ଚନ କରି ଆମର ଶକ୍ତିଶାଳୀତାକୁ ତଥା ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ତାର ସହିତ ମୁକାବିଲା କରିପାରିଥିବାରୁ ଆମେ ଗ୍ରାହକଙ୍କୁ ସମସ୍ତ ଖୁସିଦେବା ପାଇଁ ପ୍ରତିଜ୍ଞାବଦ୍ଧ ।”
“ଏଥିରେ ସର୍ବପ୍ରଥମ ତଥା ସବୁଠାରୁ ଉତମ ମାନର ଯନ୍ତ୍ରାଂଶ ବିଶେଷ ଭାବରେ ସଂଯୋଗୀକରଣ କରାଯାଇଅଛି । ଗ୍ରାହକମାନଙ୍କ ପାଇଁ ଭେନ୍ୟୁ ବ୍ୟକ୍ତିଗତ ଏକ ବିଶେଷ ଯାନ ହେବାର ତଥା ଏହା ଏକ ନୂତନ ଶକ୍ତିଶାଳୀ ତଥା ଉଚ୍ଚମାନର ଗୁଣବତା ସୃଷ୍ଟି କରିପାରିବ ବୋଲି ଆମର ଦୃଢ଼ ବିଶ୍ୱାସ ।”
ବିକଶିତ ଧାରା : ହ୍ୟୁଣ୍ଡାଇ ଭେନ୍ୟୁ ଭାରତୀୟ ଯୁବକମାନଙ୍କ ମଧ୍ୟରେ ଯେଉଁମାନେ କି ଭବିଷ୍ୟତ ଜ୍ଞାନକୌଶଳ ପାଇଁ ସବୁବେଳେ ସଚେତନ ସେମାନଙ୍କୁ ଏକ ଆରମଦାୟକ, ନିରାପଦ, ବ୍ୟକ୍ତି ତଥା କାର୍ଯ୍ୟ ପରିବେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିବ । ଏଥିରେ ଥିବା ଶକ୍ତିଶାଳୀ ଉପସ୍ଥିତି, ଚାଳନାର ଉଲ୍ଲସିତ ଅଭିଜ୍ଞତା ତଥା ବେଯୋଡ଼ ସଂଯୋଗୀକରଣ ଏହାର ବିକଶିତ ଦିଗକୁ ଅତି ଭଲଭାବରେ ବୁଝାଉଅଛି । ଏହାର ତିନୋଟି ମୂଳ ବିଶେଷତ୍ୱ ମଧ୍ୟରେ ରହିଛି –ସୌଖୀନ, ଅଦ୍ୟୁତିୟ ତଥା ଗଠନ ଶୈଳୀ ଯାହାକି ଏହାକୁ ଏକ ନୂତନ ସୁନ୍ଦର ଦୃଷ୍ଟିକୋଣ ।
ହ୍ୟୁଣ୍ଡାଇ ଭେନ୍ୟୁର ତିନୋଟି ମୂଲ୍ୟଯୁକ୍ତ ସଂଜ୍ଞା ମଧ୍ୟରେ ରହିଛି – ୧) ଏକ ଶକ୍ତିଶାଳୀ ଉପସ୍ଥିତି, ୨) ଉଲ୍ଳସିତ ଚାଳନାର ଅଭିଜ୍ଞତା ତଥା ୩) ବେଯୋଡ଼ ସଂଯୋଗୀକରଣ ।
୧)ଏକ ଶକ୍ତିଶାଳୀ ଉପସ୍ଥିତି : ହ୍ୟୁଣ୍ଡାଇ ଭେନ୍ୟୁରେ ରହିଛି ଏକ ଅତ୍ୟାଧୁନିକ ଗଠନ ତଥା ସବୁ ଦିଗରୁ ଉତମ ନିବିଡ଼ ପ୍ରଣାଳୀ । ଆଜିର ଗତିଶୀଳ ପରିବେଶକୁ ନେଇ ଏହା ସହରାଂଚଳ ଉଦ୍ୟୋଗୀଙ୍କ ପାଇଁ ଏକ ଅଭିଜ୍ଞତାର ଜ୍ଞାନକୌଶଳ । ଏଥିରେ ରହିଛି ଏକ ବିଶ୍ୱାସଯୋଗ୍ୟ ତଥା ସୁନ୍ଦର ସମ୍ମୁଖ ଭାଗର ଡ଼ିଜାଇନ ଯାହାକି ଦୃଢ଼ ତଥା ଏକ ପ୍ରିମିୟମ ସୃଷ୍ଟି ପ୍ରଦାନ କରିଥାଏ । ଏହାର ଗଠନ ପ୍ରଣାଳୀ ବିଶ୍ୱାସଯୋଗ୍ୟ ଭାବରେ ମଜଭୁତ ଅଟେ ଯାହାକି ହ୍ୟୁଣ୍ଡାଇର ସମସ୍ତ ଗୁଣବତାକୁ ପ୍ରତିପାଦନ କରିଥାଏ । ଏହାର ଏକ ମଜବୁତ ଯୁକ୍ତ ହ୍ୟୁଇଲର ବିଶେଷତ୍ୱ ରହିଛି ଯାହା ଅତି ସୁନ୍ଦର ପଶ୍ଚାତଭାଗ ଗଠନକୁ ଆରାମଦାୟକ ଭାବେ ସୂଚିତ କରିଥାଏ । ଏଥିରେ ରହିଥିବା ଘନାକୃତିର ଆଲୋକ ବ୍ୟବସ୍ଥା ତଥା ଏଲଇଡ଼ି ଲାଇଟର ବ୍ୟବସ୍ଥା ଏହାକୁ ଏକ ପ୍ରମୁଖ ବିଶେଷତ୍ୱ ପ୍ରଦାନ କରିଥାଏ । ଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ ରହିଛି ଆର୧୬ ଡ଼ାଇମଣ୍ଡ କଟ୍ ଆଲଏ ହ୍ୟୁଇଲ, ଏଲଇଡ଼ି ଯୁକ୍ତ ସମ୍ମୁଖ ଭାଗ ଆଲୋକ ବ୍ୟବସ୍ଥା, ସ୍ପୋର୍ଟି ଛାତ, ସାର୍କ ଫିନ୍ ଆଂଟିନା, ସିଲଭର ସ୍କିଡ଼ ପ୍ଲେଟ୍, କ୍ରୋମଯୁକ୍ତ ଡ଼ୋର ହ୍ୟାଣ୍ଡେଲ, ଫଗ୍ ଲ୍ୟାମ୍ପ ଇତ୍ୟାଦି । ଏହାର ଷ୍ଟାଇଲଯୁକ୍ତ ଭିତର ଆକୃତି ସହିତ ତିନୋଟି ରଙ୍ଗର ପ୍ରଭାବ ଗ୍ରାହକମାନଙ୍କ ଜୀବନ ଧାରାକୁ ବିଶେଷଭାବରେ ପ୍ରଭାବିତ କରୁଛି । ଚାରୋଟି ପ୍ରମୁଖ ଢ଼େଉ ରଙ୍ଗ ତଥା ସାତୋଟି ମନୋଲୋଭାକାରୀ ରଙ୍ଗ ବିଶେଷଭାବରେ ତିନୋଟି ରଙ୍ଗ ଯଥା ଡ଼େନିମ୍ ନିଳ, ଲାଭା କମଳା ତଥା ଡ଼ିପ୍ ଭରେଷ୍ଟ ରଙ୍ଗରେ ହ୍ୟୁଣ୍ଡାଇ ଭେନ୍ୟୁ ଉପଲବ୍ଧ ହୋଇଥାଏ ।
୨) ଉଲ୍ଳସିତ ଚାଳନାର ଅଭିଜ୍ଞତା : ଏଥିରେ ରହିଛି ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ୭ ସ୍ପିଡ଼ଯୁକ୍ତ ଆଧୁନିକ ଡ଼ୁଆଲ କ୍ଲଜ ଟ୍ରାନ୍ସମିସନ ଜ୍ଞାନକୌଶଳ ତଥା ୬ ମେ.ଟନ ତଥା ୫ମେ.ଟନ ଯୁକ୍ତ ଟ୍ରାନ୍ସମିସନ । ଏହା କାପ୍ପା ୧.୦ ଟର୍ବୋ ଡ଼ିଜିଆଇ ପେଟ୍ରୋଲ ଇଞ୍ଜିନ, ୧.୨ ପେଟ୍ରୋଲ ତଥା ୧.୪ ଡି଼ଜେଲ ଇଞ୍ଜିନଯୁକ୍ତ ।
ବହିଃ ଆୟତନ : ଦୈର୍ଘ୍ୟ ୍‍ ପ୍ରସ୍ଥ ୍‍ ଉଚ୍ଚତା – ୩୯୯୫ ୍‍ ୧୭୭୦ ୍‍ ୧୬୦୫ମି.ମି.
ହ୍ୟୁଇଲ ଆଧାର – ୨୫୦୦ ମି.ମି.
ଉଚ୍ଚମାନର ସୁରକ୍ଷାର ଭରସା : ଏଥିରେ ରହିଛି ଏକ ସୁସଂଗତ ତଥା ନୂଆ ନୂଆ ପଦ୍ଧତି ଯାହାକି ଯାତ୍ରୀ ତଥା ପଥଚାରିଙ୍କ କ୍ଷେତ୍ରରେ କାରକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ । ଉନ୍ନତ ମାନର ଗଠନୀୟ ଦୃଢ଼ତା ପାଇଁ –
ସାଧାରଣ ସୁରକ୍ଷା ବିଶେଷତଃ ମଧ୍ୟରେ ଦୁଇଟି ସମ୍ମୁଖସ୍ତ ଏଆରବ୍ୟାଗ, ଏବିଏସ୍ ସହିତ ଇବିଡ଼ି, ଆଇଏମ୍ ଓ ଏଫଆଇଏକ୍ସ ସିଟ୍ବେଲ୍ଟ ନିର୍ଦ୍ଦେଶକାରୀ, ପଛପାଶ୍ୱର୍ ପାର୍କିଙ୍ଗ ସଂକେତକାରୀ ସ୍ପିଡ଼ କାବୁ କରୁଥିବା ସ୍ୱୟଂଚାଳିତ କବାଟ ଖୋଲି ପାରୁଥିବା ସୂଚନା ।
ସୁରକ୍ଷା ବିଶେଷତଃ : ଭିନ୍ନ ଭିନ୍ନ ଭାବରେ ୬ଟି ଏଆରବ୍ୟାଗ, ପାହାଡ଼ ସହାୟତା ନିୟନ୍ତ୍ରଣ, ବୈଦ୍ୟୁତିକ ସ୍ଥିରତା ନିୟନ୍ତ୍ରକ, ଯାନର ସ୍ଥିରତା ପରିଚାଳନା, ସ୍ୱୟଂଚାଳିତ ମୁଖ୍ୟ ଆଲୋକ ଏସକର୍ଟ କାର୍ଯ୍ୟକାରୀ ସହିତ, କୌଣିୟ ଆଲୋକ ସଂଚାରଣ, ପଛ କ୍ୟାମେରା ସହିତ ପଛ ପାର୍କିଙ୍ଗ ସଂକେତ ପ୍ରଦାନକାରୀ, ଶକ୍ତିଚାଳିତ ଝରକା ସହିତ ସ୍ୱୟଂଚାଳିତ କାର୍ଯ୍ୟକ୍ଷମ ।
ଚାଳନା ଏବଂ ହ୍ୟାଣ୍ଡଲ ପଦ୍ଧତି : ଏକ ବଡ଼, ମଜବୁତ, ଦୃଢ଼ ବ୍ୟବସ୍ଥା ଥିବାରୁ ଭେନ୍ୟୁ ଏକ ସ୍ଥିର ତଥା ଅରାମଦାୟକ ଗାଡ଼ି ଚାଳନା ଯୋଗାଇଥାଏ । ଏଥିରେ ଥିବା ସନ୍ତୁଳିତ ସସ୍ପେନ ପ୍ରଣାଳୀ ତଥା ଏକ ଦୃଢ଼ ଷ୍ଟିଅରିଙ୍ଗ ବ୍ୟବସ୍ଥା ଥିବାରୁ ଏହା ଭାରତୀୟ ସଡ଼କ ପାଇଁ ଅତି ସରଳ ସହଜ ଚଳମାନ ହୋଇଥାଏ । ସମ୍ମୁଖ ଭାଗର ମାକଫରସନ ଷ୍ଟ୍ରଟ ବାଏଲ ସ୍ପିଙ୍ଗ ଯୋଗୁଁ ଏହା କଣ ସଡ଼କ ପଥରେ ଯାନର ଗତିଶୀଳନକୁ ପ୍ରତିରୋଧ କରିଥାଏ । ପଛଭାଗର ପୁଲଡ଼ ଟରସନ ବିମ୍ ଅକ୍ସେଲ କଏଲ ସ୍ପିଙ୍ଗ ଯୋଗୁଁ ସର୍ବନିମ୍ନ ସକ ଅବଜର କରିଥାଏ ଏବଂ ଆରାମଦାୟକ ଚାଳନା ପ୍ରଦାନ କରିଥାଏ ।
ସୌଖିନ, ଆରାମଦାୟକ ଏବଂ ସୁବିଧା : ହ୍ୟୁଣ୍ଡାଇ ଭେନ୍ୟୁର ଗଠନ ପ୍ରଣାଳୀରେ ଥିବା ଆରାମଦାୟକ ଏବଂ ସୁବିଧା ଗୁଡ଼ିକ ମଧ୍ୟରେ ଅଛି – ସ୍ମାଟ ବୈଦ୍ୟୁତିକ ସନ୍ଗ୍ରୁଫ୍, ତାରବିହୀନ ଫୋନ ଚାର୍ଜର, ବାୟୁ ସଂଚାଳକ, କେତୋଟି ସାମୁଦ୍ରିକ ନିୟନ୍ତ୍ରଣକାରୀ ବ୍ୟବସ୍ଥା ଇତ୍ୟାଦି ।
୩) ବେଜୋତ ସଂଯୋଗୀକରଣ କୌଶଳ : ହ୍ୟୁଣ୍ଡାଇ ଭେନ୍ୟୁରେ ରହିଛି ହ୍ୟୁଣ୍ଡାଇ ବ୍ଲୁ ଲିଙ୍କ ଜ୍ଞାନକୌଶଳ ଯାହା ଏକ ନିଜସ୍ୱ ପ୍ରସ୍ତୁତ ଟାମ୍ପର-ପ୍ରୁଫ୍ ଉପକରଣ ଶକ୍ତି ପ୍ରଦାନକାରୀ, ଭୋଡ଼ାଫୋନ-ଆଇଡ଼ିଆ ଇ-ସିମ୍ ଅଟେ ଯାହା ସାଉଣ୍ଡ ହାଉଣ୍ଡ କମ୍ପାନୀ ଦ୍ୱାରା ପରିଚାଳିତ ଏକ ବିଶ୍ୱସ୍ତରୀୟ କ୍ଲାଉଡ଼୍ ଆଧାରିତ ସ୍ୱର ଚିହ୍ନଟକାରୀ ସୁବିଧା ପ୍ରଦାନ କରିଥାଏ । ଭାରତୀୟ ବଜାରକୁ ନଜରରେ ରଖି ହ୍ୟୁଣ୍ଡାଇ ବ୍ଲୁ ଲିଙ୍କ ହ୍ୟୁଣ୍ଡାଇ ବିଶ୍ୱସ୍ତରୀୟ ଜ୍ଞାନକୌଶଳକୁ ନେଇ ୩୩ଟି ପ୍ରମୁଖ ବୈଶିଷ୍ଟକୁ ଉପସ୍ଥାପିତ କରିଛି ଯେଉଁଥିରେ ରହିଛି ୧୦ଟି ଭାରତୀୟ ବୈଶିଷ୍ଟ ଯଥା : ସୁରକ୍ଷା, ଭୌଗୋଳିକ ସୂଚନା, ଗାଡ଼ି ସମ୍ବନ୍ଧିୟ ପରିଚାଳନା, କୃତ୍ରିମ ବୁଦ୍ଧିମତା, ସର୍ତକତାମୂଳକ ସେବା, ସର୍ବୋପରି ଯାନଟିର ଅବସ୍ଥିତି ସମ୍ପର୍କିତ ସବିଶେଷ ବିବରଣୀ ଏହି ହ୍ୟୁଣ୍ଡାଇ ଭେନ୍ୟୁର ପ୍ରମୁଖ ବିଶେଷତ୍ୱ ଅଟେ । ଗ୍ରାହକଙ୍କ ପାଇଁ ଶୁଭେଚ୍ଛାମୂଳକ ସେବା ପ୍ରଦାନ ତଥା ପ୍ରତିମାସ ୧୫ ତାରିଖରେ ପ୍ରତିନିଧିଙ୍କ ଦ୍ୱାରା ଗ୍ରାହକଙ୍କ ଯାନର ପରୀକ୍ଷା ।
୬୧୫ ଜଣିଆ ଏକ ବ୍ଲୁ ଲିଙ୍ଗ ଉଇଡ଼ାଜ ସଭ୍ୟଙ୍କୁ ନେଇ ୧୦,୦୦୦ରୁ ଅଧିକ ହ୍ୟୁଣ୍ଡାଇ ବିକ୍ରୟ କେନ୍ଦ୍ରରେ ପ୍ରଶିକ୍ଷଣ ତାଲିମ ତଥା ବିକ୍ରେତାଙ୍କ ପାଖରେ ଏକ ସ୍ୱତନ୍ତ୍ର ଧରଣର ବ୍ଲୁ ଲିଙ୍କ ସିମୁଲେସନ ଆପ୍ର ବ୍ୟବସ୍ଥା ।
ଏଥିରେ ରହିଛି ତିନିବର୍ଷର ଏକ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନକାରୀ ସେବା ତଥା ସହଯୋଗ ପ୍ରଦାନକାରୀ ବ୍ୟବସ୍ଥା । ଏଥିସହିତ ଅସୀମିତ ଦୂରତ୍ୱର ଏକ ୱାରେଂଟି ।
ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ସମ୍ପର୍କରେ : ଏହା ହ୍ୟୁଣ୍ଡାଇ ମୋଟର କମ୍ପାନୀ (ଏଚଏମ୍ସି) ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. (ଏଚଏମ୍ଆଇଏଲ)ର ଏକ ନିଜସ୍ୱ ପ୍ରୋତ୍ସାହନକାରୀ ପ୍ରତିଷ୍ଠାନ ଅଟେ । ଭାରତର ଦ୍ୱିିତୀୟ ବୃହତ୍ କାର ଉତ୍ପାଦନକାରୀ ତଥା ରପ୍ତାନିକାରୀ ପ୍ରତିଷ୍ଠାନ ଅଟେ । ବର୍ତମାନ ଏଥିରେ ୧୦ଟି କାରର ମଡ଼େଲ ରହିଛି ଯେଉଁଥିରେ ରହିଛି ସାଂଟ୍ରୋ, ଗ୍ରାଣ୍ଡ ଆଇ୧୦, ଇଲାଇଟି, ଆଇ୨୦, ଆକ୍ଟିଭ ଆଇ୨୦, ଏକ୍ସସେଂଟ, ଭର୍ଣ୍ଣା, ଇଲାଂଟ୍ରା, ଭେନ୍ୟୁ, କ୍ରେଟା ତଥା ଟକ୍ସନ ଇତ୍ୟାଦି ।
ଏଚଏମ୍ଆଇଏଲ ଏଚଏମ୍ସି ପାଇଁ ଏକ କଠିନ ବିଶ୍ୱସ୍ତରୀୟ ରପ୍ତାନୀ ହବ୍ ଗଠନ କରିଅଛି । ଆଫ୍ରିକା, ମଧ୍ୟପ୍ରାଚ୍ୟ, ଲାଟିନ ଆମେରିକା, ହଷ୍ଟ୍ରେଲିଆ ଏବଂ ଏସୀଆ ପାସିଫିକ୍ ଭଳି ୫୧ଟି ଦେଶକୁ ବର୍ତମାନ ଏହା ରପ୍ତାନୀ କରୁଅଛି । ସାରା ଦେଶରେ ଏଚଏମ୍ଏଲର ସହାୟତା ବିକାଶ ତଥା ଯୋଜନାର ଅଭିବୃଦ୍ଧି ପାଇଁ ୪୯୪ଟି ପ୍ରାଧିକୃତ ବିକ୍ରୟ କେନ୍ଦ୍ର ତଥା ୧୩୧୯ରୁ ଅଧିକ ସେବା ପ୍ରଦାନକାରୀ କେନ୍ଦ୍ର ରହିଛି । ଗ୍ରାହକଙ୍କୁ ଏକ ବିଶ୍ୱସ୍ତ୍ରରୀୟ ଜ୍ଞାନକୌଶଳର ସେବା ପ୍ରଦାନ ପାଇଁ ଏଚଏମଏଲ ପ୍ରତିଶ୍ରୁତିବଦ୍ଧ । ହାଇଦ୍ରାବାଦଠାରେ ବହୁ ମିଲିୟମ ଡ଼ଲାର ବ୍ୟୟରେ ଏହାର ଏକ ସର୍ବାଧୁନିକ ଗବେଷଣା ଅନୁସନ୍ଧାନ (ଆରଏଣ୍ଡଡ଼ି)ର ସୁବିଧା ରହିଛି । ଏହି ଅନୁସନ୍ଧାନ କେନ୍ଦ୍ର ଯାନବାହନ ଯାନ୍ତ୍ରିକ କଳାକୌଶଳର ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ ସ୍ୱୀକୃତି ଲାଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ