ଡ଼ିସକଭରି ଓ ପୌର ପରିଷଦ ପକ୍ଷରୁ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବିଶ୍ୱ ମହାମାରୀ କରୋନାର ପାର୍ଦୁଭାବ ସାମାଜିକ ସ୍ତରରେ ନବ୍ୟାପିବା ସକାଶେ ଦେଶରେ ଲାଗୁ ହୋଇଥିବା ପରିସ୍ଥିତିକୁ ବିନିଯୋଗ କରି ଅନେକ ସାମାଜିକ ସଙ୍ଗଠନପକ୍ଷରୁ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା କରଯାଉଥିବାର ଦେଖିବାକୁ ମିଳିଛି । ଏଭଳି ସମୟରେ କରୋନା ମହାମାରୀରୁ ରକ୍ଷା ପାଇବା ସକାଶେ ସମସ୍ତଙ୍କ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସମସ୍ତଙ୍କ ସୃଜନଶୀଳତାକୁ ଉନ୍ମୋଚନ କରିବା ଏବଂ ଗୁଣାତ୍ମକ ସମୟ ଅତିବାହିତ କରିବାର ସୁଯୋଗ ପ୍ରଦାନ କରିବା ନେଇ ଚିତ୍ରାଙ୍କନ, ନୃତ୍ୟ, ଗୀତ, କବିତା ସଙ୍କଳନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏ ସମସ୍ତ ପ୍ରତିଯୋଗିତାରେ ସମସ୍ତ ବର୍ଗର ଲୋକ ମାନେ ଅଂଶ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଂଚଳର ସାମାଜିକ ଅନୁଷ୍ଠାନ ଡ଼ିସକଭରି ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଅନଲାଇନ ଚିତ୍ରାଙ୍କାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚି । ଉକ୍ତ ପ୍ରତିଯୋଗିତାରେ ୧୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବାଲାଂଦେଶରୁ ୪, ପିଲିପାଇନସ୍ରୁ ଜଣେ ସମେତ ଭାରତର ବିଭିନ୍ନ ରାଜ୍ୟ ଓଡ଼ିଶା, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଗୁଜୁରାଟ, ଝାଡ଼ଖଣ୍ଡ, ହରିଆଣା, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ସଂପୃକ୍ତ ଚିତ୍ରାଙ୍କନ ପନ୍ରତିଯୋଗିତାକୁ ୩ଟି ଶ୍ରେଣୀଭୁକ୍ତ କରାଯାଇଥିଲା ।ଏ’ ଶ୍ରେଣୀଭୁକ୍ତ ସକାଶେ ମାଇଁ ସିଟି କ୍ଳିନ୍ ସିଟି ରହିଥିବା ବେଳେ ବି’ ଶ୍ରେଣୀଭୁକ୍ତ ସକାଣେ ଇମାପାକ୍ଟଅଫ୍ ସୋସିଆଲ ମିଡ଼ିଆ ଓ ସି’ ଶ୍ରେଣୀଭୁକ୍ତ ସକାଶେ ପଜିଟିଭ ଇଫେକ୍ଟ ଅଫ୍ କୋଭିଡ଼-୧୯ ବିଷୟବସ୍ତୁ ରହିଥିଲା । ଗୃଫ ଏ ରେ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶା ଝାରସୁଗୁଡ଼ାର ୮ମ ଶ୍ରେଣୀ ଛାତ୍ରନିଶାନ୍ତ କୁମାର ୧ମ, ଭୂବନେଶ୍ୱର୭ମ ଶ୍ରେୀଣୀ ଛାତ୍ର ବସନ୍ତ ଦାଶ ୨ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଗୃଫ ବି’ ରେ ୫୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ମୁମ୍ବାଇର ୧୦ମ ଶ୍ରେଣୀ ଛାତ୍ରୀ ସଂସ୍କୃତି ସ୍ୱାଧିନ ପାତ୍ର ୧ମ, ହୌରିଆଣା ହିସାରାରୁ ୯ମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା ୨ୟ ସ୍ଥାନ ଅଧିକାରେ କରିଥିଲେ । ଗୃଫ ସି’ରେ ୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଅହମଦାବାଦ କଳା ମହାବିଦ୍ୟାଳୟର ଛାତ୍ର ପ୍ରଦୀପ ହିମତବାଇ ୧ମ ଓ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଅମୟ କୁମାର ପୃଷ୍ଟି ୨ୟ ସ୍ଥାନ ଅଧିକାର କରିଥିଲେ । ମୁଖ୍ୟ ବଚାରକ ଭାବେ ଓଡ଼ିଆ ସିନେ ଜଗତର କଳାକାର ତଥା ଚିତ୍ରକର ଚିନ୍ତାମଣି ବିଶ୍ୱାଳ, ବ୍ରହ୍ମପୁରର ବାଳୁକାଶିଳ୍ପୀ ସତ୍ୟା ମହାରଣା ନିର୍ଣ୍ଣାୟିକା ଭୂମିକା ଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ପୌର ପରିଷଦ ପକ୍ଷରୁ ଇ- ପ୍ରମାଣପତ୍ର ଓ ନଗଦ ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଡ଼ିସକଭରି ଅନୁଷ୍ଠାନର ସଂଯୋଜକ କାହ୍ନୁ ଚରଣ ପଣ୍ଡା, ରାଜାରାମ ସ୍ୱାଇଁ, ପ୍ରଭୁଦତ ପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


