ୟୁଥ୍ ଫର ବେଟର କୋଣାର୍କ ଶୁଭାରମ୍ଭ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶ କ୍ରମେ ୟୁଥ୍ ଫର୍ ବେଟର କୋଣାର୍କ କାର୍ୟ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜନସଚେତନତା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ପରିଚାଳନା ପ୍ରଭୃତି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇ ଅର୍କକ୍ଷେତ୍ର କୋଣାର୍କକୁ ସୁନ୍ଦର ସହର ରୂପେ ଗଢିତୋଳିବା ପାଇଁ ସଂକଳ୍ପ ନିଆଯାଇ ଅଛି। ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭରେ କୋଣାର୍କ ଥାନାର ଭାରପ୍ରାପ୍ତ ଅଧିକାରୀ ସଂଜୀବ କୁମାର ପ୍ରଧାନ ମହୋଦୟ, କୋଣାର୍କ ଭଗବତୀ ମହାବିଦ୍ୟଳୟର ଏନ୍.ସି.ସି ଅଧିକାରି ଅଧ୍ୟାପକ ଲେଫ୍ଟଲାଣ୍ଟ ବିନୟ ଭୂଷଣ ମହାନ୍ତି, ସମାଜସେବୀ ରାମ କୃଷ୍ଣ ମହାନ୍ତି, କୋଣାର୍କ ବିବେକନନ୍ଦର ପ୍ରତିଷ୍ଠାତା ଗୁଣିଧର ମୁଦୁଲି ଓ ମା ତାରିଣୀ ରାଣୀହାଟ ସାହି ଯୁବକ ସଂଘର ସମ୍ପାଦକ ଗଣେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ। ଏହି ୟୁଥ ଫର ବେଟର କୋଣାର୍କ କାର୍ଯ୍ୟକ୍ରମରେ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଏନ୍.ସି.ସି ଛାତ୍ରଛାତ୍ରୀ ଓ ମା ତାରିଣୀ ରାଣୀହାଟ ସାହି ର ଯୁବକ କୋଣାର୍କ ପୁଲିସ୍ ସହାୟତାରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହିତ ବଡ଼ଦିନ ଓ ନୂଆବର୍ଷ ଅବସରରେ କୋଣାର୍କ ସହରରେ ସୃଷ୍ଟି ହୋଇଥିବା ଜନ ଗହଳିକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାନ୍ତୁନୁ କୁମାର ଦାସ ତତ୍ତ୍ଵାବଧାନରେ ପରିଚାଳନା ହେବା ସହିତ ଏହା ପ୍ରାୟ ଏକ ମାସ ଧରି ଆଗକୁ ଚାଲୁରହିବ ବୋଲି ସୂଚନା ପ୍ରଦାନ କରିଥିଲେ।