ପୁରାତନ ବିଦ୍ୟାର୍ଥୀ ପରିଷଦ ସମ୍ମିଳନୀ
ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ / ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦର ସପ୍ତମ ବାର୍ଷିକ ସମ୍ମିଳନୀ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନରସିଂହ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧ୍ୟୟନରି ୬ଷ୍ଠ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବେଦପାଠ, ସଙ୍ଗୀତ ପରିବେଷଣ ପରେ ମୃତ୍ୟୁବରଣ କରିଥିବା ପ୍ରାକ୍ତନ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପ୍ରାକ୍ତନ ବିଦ୍ୟାର୍ଥୀ ପରସ୍ପର ମଧ୍ୟରେ ଭାବ ବିନିୟମ କରିବା ସହ ପ୍ରଚଳିତ ଶିକ୍ଷା, ପରିବେଶ ଓ ଶିକ୍ଷାର୍ଥୀଙ୍କ ଆଚାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଦ୍ୟାର୍ଥୀ ପରିଷଦ ସଂଘର ସମ୍ପାଦକ ମହନ୍ତ ହରିହର ଦାଶ ମହାରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରଧାନଶିକ୍ଷକ ପବିତ୍ର ମୋହନ ସାହୁ, ପୂର୍ବତନ ପ୍ରଧାନଶିକ୍ଷକଶରତ ଚନ୍ଦ୍ର ପାଠି, ବଳରାମ ଦଳାଇ, ବିଜୟ କୁମାର ଶତପଥୀ, ହାଡ଼ୁବନ୍ଧୁ ସାବତ, ଆତ୍ମା ଅଧ୍ୟକ୍ଷ ଏଳା ସୁଦର୍ଶନ, ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ ପ୍ରମୁଖ ଯୋଗଦେଇ ଶିକ୍ଷା, ଶିକ୍ଷକଙ୍କସମେି ଅନୁଷ୍ଠାନର ଉନ୍ନତି ସକାଶେ ଆଲୋକପାତ କରିଥିଲେ । ଆୟୋଜିତ ସମ୍ମିଳନୀରେ ଗୋକୁଳା ନନ୍ଦ ସାହୁ, ଇଂ. ରୋହିତ କୁମାର ସେଠି, ସନ୍ତୋଷ କୁମାର ମହାନ୍ତି, ଦେବରାଜ ମହାନ୍ତି, ରତ୍ନାକର ପଣ୍ଡା, ଅଶୋକ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ବହୁ ପୁରାତନ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ।


