ୟୁରୋ ସ୍କୁଲ ପକ୍ଷରୁ ନିଆରା ଗଣେଶ ପୂଜା
ଛତ୍ରପୁର, (ଦେବଦତ୍ତ ମହାରଣା): ଗଣେଶ ହେଉଛନ୍ତି ବିଦ୍ୟା ଦାତା l ବିଦ୍ୟା ଆହୋରଣ କରିବା ପାଇଁ ବିଦ୍ୟାର୍ଥୀ ମାନେ ମୁଖ୍ୟତଃ ଗଣେଶ ଭଗବାନ ଙ୍କୁ ଆରାଧନା କରିଥାନ୍ତି l ଏଥିପାଇଁ ସମସ୍ତ ସ୍କୁଲ କଲେଜ ଭଳି ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଭୁ ଗଜାନନ ଙ୍କ ପୂଜା ମହା ଆଡମ୍ବର ସହକାରେ ପାଳନ କରାଯାଏ l କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରନା ମହାମାରୀ ଯୋଗୁଁ ଫିକା ପଡିଛି ମହା ବିନାୟକ ଙ୍କ ପୂଜା l ଏହି ପରିପ୍ରେକ୍ଷୀରେ ଛତ୍ରପୁର ସହରର ଶକ୍ତି ଏନ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ଆନ୍ତଃର୍ଜାତିକ ମାର୍କା ୟୁରୋ ସ୍କୁଲ ପକ୍ଷରୁ ଵଜରଙ୍ଗୀ ନଗର ସ୍ଥିତ ବିଦ୍ୟାଳୟ ର ନୂତନ ବିଲଡିଂ ପରିସରରେ କୋଭିଡ ମହାମାରୀ ନିୟମ କୁ ପାଳନ ପୂର୍ବକ ଏହି ଗଣେଶ ପୂଜା ପାଳନ କରାଯାଇଛି l ଏହା ସହ କୋରନା ରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା l ବିଦ୍ୟାଳୟ ର ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ରଙ୍କ ପୌରହିତ୍ୟ ରେ ପୂଜା ପାଳିତ ହୋଇଯାଇଛି l ଆଗାମୀ ତୃତୀୟ ଲହର ର କୁ ଦୃଷ୍ଟିରେ ରଖି ସମସ୍ତେ କୋଭିଡ ନିୟମ ପାଳନ କରିବା ନିମନ୍ତେ ପିନ୍ସପାଲ ଶ୍ରୀ ମିଶ୍ର ସଚେତନତା ବାର୍ତ୍ତା ଦେବା ସହ କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଅଧିକ ଥିବାରୁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିମନ୍ତେ ସ୍କୁଲ ପକ୍ଷରୁ ଅନୁରୋଧ କରାଯାଇଛି । ସମାଜସେବୀ ଭାସ୍କର ମହାପାତ୍ର, ସୌଦାମିନୀ ମହାପାତ୍ର, ରାଜେଶ ମହାପାତ୍ର, ସ୍କୁଲ ନିର୍ଦେଶକ ପି. ଅନିଲ ରେଡ୍ଡୀ, ଦେବାଶିଷ ପଣ୍ଡା ଏବଂ ସମସ୍ତ ଶିକ୍ଷୟତ୍ରୀ ଓ ଷ୍ଟାଫ ମାନେ ଉପସ୍ଥିତ ରହି ପୂଜାଵିଧି ସମ୍ପୂର୍ଣ୍ଣ କରିଥିଲେ l