ଘରେ ଘରେ ଗଜାନନଙ୍କ ପୂଜା ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା): ଆଜି ହେଉଛି ଶ୍ରୀ ଶ୍ରୀ ମହା ଗଣାଧିପତି ଗଜାନନ ଙ୍କ ପୂଜା l ଅଗ୍ରପୂଜ୍ୟ ଗଣେଶ ଙ୍କ ଏହି ପୂଜା ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ l ପ୍ରତିବର୍ଷ ଗଜାନନ ଙ୍କ ପୂଜା ମହା ଆଡ଼ମ୍ବର ସହକାରେ ପୂଜା କରାଯାଉଥିବା ବେଳେ ପ୍ରତି ଛକ ଓ ପୂଜା ମଣ୍ଡପ ମାନଙ୍କରେ ଗଣେଶଙ୍କ ମୃଣ୍ମୟ ପ୍ରତିମୃତ୍ତି କୁ ଧୂମଧାମ ରେ ପୂଜାର୍ଚନା କରାଯାଉଥିଲା, ହେଲେ ଗତ ଦୁଇ ବର୍ଷ ହେଲା କୋରନା କଟକଣା ଯୋଗୁଁ ଏହି ପୂଜା ଧୂମଧାମ ରେ ପାଳନ କରାଯାଇପାରୁନାହିଁ l ଏହି ପରିପ୍ରେକ୍ଷୀରେ ଛତ୍ରପୁର ସହରରେ ଘରେ ଘରେ ଗଣ ନାୟକ ଙ୍କ ପୂଜା ପାଳନ ହେଉଥିବା ଦେଖିବାକୁ ମିଳୁଛି l ସହରର ଘରେ ଘରେ ଛୋଟ ଛୋଟ ପିଲାମାନେ ଗଣେଶ ଙ୍କ ପୂଜାର୍ଚନା କରି ବିଦ୍ୟା ଲାଭ ପାଇଁ ଗଣେଶଙ୍କୁ ଆରାଧାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି l


