୧ରୁ ନୂଆ ଆର୍ଥିକ ବର୍ଷ ଶସ୍ତା ହେବ ଟିକସ
ନୂଆଦିଲ୍ଲୀ, (ଏଜେନ୍ସି): ଚଳିତ ବର୍ଷ ଏପ୍ରିଲ୍ ୧ରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ସହ ବଦଳିଯିବ ଟିକସ ସହିତ ସମ୍ପୃକ୍ତ ଅନେକ ନିୟମ । ଯାହାକି ଗ୍ରାହକଙ୍କ ଆର୍ଥିକ ପ୍ଲାନିଂ ସ୍ଥିତି ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଟିକସ ସହିତ ସମ୍ପୃକ୍ତ ପରିବର୍ତ୍ତନରେ ସାଧାରଣ ଗ୍ରାହକ ଲାଭବାନ୍ ହେବାର ସମ୍ଭାବନା ରହିଛି ।
କେନ୍ଦ୍ର ସରକାର ଅନ୍ତରିମ ବଜେଟ୍ ୨୦୧୯ରେ ୫ଲକ୍ଷ ଟଙ୍କାର ଟ୍ୟାକ୍ସେବଲ୍ ଆୟକୁ ଟିକସ ଫ୍ରି କରିଛନ୍ତି । ତେବେ ଏହି ପରିସରରେ ସଂଶ୍ଳିଷ୍ଟ ଗ୍ରାହକଙ୍କୁ କୌଣସି ଆୟକର ଦେବାକୁ ପଡ଼ିବନି । ଆରମ୍ଭ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ଅଧିକ ଟିକସ ସଞ୍ଚୟ କରାଯାଇପାରିବ । କାହିଁକି ନା ଅନ୍ତରିମ ବଜେଟ୍ ୨୦୧୯ରେ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡ଼ ଡିଡକ୍ସନ୍କୁ ୪୦ହଜାର ଟଙ୍କାରୁ ବୃଦ୍ଧି କରି ୫୦ହଜାର କରିଛନ୍ତି । ଏହି ପ୍ରକାରରେ ଏଥିରେ ୧୦ହଜାର ଟଙ୍କାର ବୃଦ୍ଧି କରାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ଅନ୍ତରିମ ବଜେଟ୍ର ଘୋଷଣା ଅନୁସାରେ ଯଦି ଗ୍ରାହକଙ୍କ ନିକଟରେ ୨ଟି ଘର ରହିଛି ଏବଂ ତନ୍ମଧ୍ୟରୁ ଗୋଟିଏ ଖାଲି ରହିଛି, ତେବେ ତାହାକୁ ସେଲ୍ଫ-ଆକ୍ୟୁପାଇଡ଼୍ ଭାବେ ଗ୍ରହଣ କରାଯିବ । ଏଥିପାଇଁ ଗ୍ରାହକଙ୍କୁ ନୋସନଲ୍ ରେଣ୍ଟରେ କୌଣସି ଟିକସ ଦେବାକୁ ପଡ଼ିବନି । ବର୍ତ୍ତମାନ ଯଦି ଗ୍ରାହକଙ୍କ ନିକଟରେ ୧ରୁ ଊଦ୍ଧ୍ୱର୍ ଘର ରହିଛି, ତେବେ ଗୋଟିଏ ଘରକୁ ସେଲ୍ଫ-ଆକ୍ୟୁପାଇଡ଼୍ ଓ ଅନ୍ୟଟିକୁ ଭଡ଼ାରେ ଦିଆଯାଉଥିବା ଗ୍ରହଣ କରାଯାଏ । ଯେଉଁଥିରେ ନୋସନଲ୍ ରେଣ୍ଟରେ ଟିକସ ଦେବାକୁ ହୋଇଥାଏ । ଅନ୍ୟପକ୍ଷରେ ଋଣରୁ ହେଉଥିବା ଆୟର ଉତ୍ସରେ କର (ଟିଡ଼ିଏସ୍)ର ସୀମା ବାର୍ଷିକ ୧୦ହଜାର ଟଙ୍କାରୁ ବୃଦ୍ଧି ପାଇ ୪୦ହଜାର ଟଙ୍କା ହୋଇଛି । ଏଥିରେ ସେହି ବରିଷ୍ଠ ଲୋକ ତଥା ଛୋଟ ଜମାକାରୀଙ୍କୁ ବିଶେଷ ଲାଭ ମିଳିବ, ଯେଉଁମାନେ ବ୍ୟାଙ୍କ୍ ଓ ଡାକଘର ଜମାରାଶିର ଶୁଳ୍କ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଜମାକାରୀ ବର୍ଷ ପିଛା ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆୟରେ କଟୁଥିବା ଟିକସର ରିଫଣ୍ଡ ଦାବି କରିପାରିବେ । ରିଜର୍ଭ ବ୍ୟାଙ୍କ୍ ପର୍ସନାଲ୍ ଲୋନ୍, ହୋମ୍ ଲୋନ୍, କାର୍ ଲୋନ୍ ଓ ଏମ୍ଏସ୍ଏମ୍ଇ ଋଣରେ ‘ଫ୍ଲୋଟିଂ’ (ପରିବର୍ତ୍ତନୀୟ) ଶୁଳ୍କ ହାର ଏପ୍ରିଲ୍ ୧ଠାରୁ ରେପୋ ରେଟ୍ ତଥା ସରକାରୀ ପ୍ରତିଭୂତିରେ ନିବେଶ ଉପରେ ପ୍ରତିଫଳ ପରି ବାହ୍ୟ ମାନକ ସହିତ ସମ୍ବନ୍ଧ କରିଛି । ବର୍ତ୍ତମାନ ବ୍ୟାଙ୍କ୍ ନିଜ ଋଣର ମୂଲ୍ୟକୁ ପ୍ରଧାନ ଉଧାରୀ ଦର (ପିଏଲ୍ଆର୍), ମାନକ ପ୍ରଧାନ ଧାର୍ ହାର (ବିପିଏଲ୍ଆର୍), ଆଧାର ହାର ତଥା ନିଜ କୋଷର ସୀମାନ୍ତ ଖର୍ଚ୍ଚ ଆଧାରିତ ଶୁଳ୍କ ହାର (ଏମ୍ସିଏଲ୍ଆର୍) ପରି ଆନ୍ତରିକ ମାନକ ଆଧାର ଧାର୍ଯ୍ୟ କରିଥାନ୍ତି । ସେହିଭଳି ଯେଉଁ ଲୋକଙ୍କ ନିକଟରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ଶେୟାର ଫିଜିକାଲ୍ ଫର୍ମରେ ରହିଛି, ସେମାନେ ୧ପରେ ତାହାକୁ ଟ୍ରାନ୍ସଫର୍ କିମ୍ବା ବିକ୍ରି କରିପାରିବେନି । ପୂର୍ବରୁ ଏହାର ସୀମା ୨୦୧୮ଡିସେମ୍ବର ୫ଥିଲା । ଜୁନ୍ରେ ସେବି ଲିଷ୍ଟିଂ ଅବ୍ଲିଗେସନ୍ସ ଆଣ୍ଡ ଡିସ୍କ୍ଲୋଜର୍ ରିକ୍ୱାୟରମେଣ୍ଟସ (ଏଲ୍ଓଡ଼ିଆର୍) ରେଗୁଲେସନ୍ସରେ ବରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ୩.୩୩ଲକ୍ଷ କୋଟି ତଥା ଦେଶରେ ଲିଷ୍ଟେଡ଼୍ କମ୍ପାନୀଗୁଡ଼ିକର ସମୁଦାୟ ମାର୍କେଟ୍ କ୍ୟାପ୍ର ୨.୩% ଅଂଶ ଫିଜିକାଲ୍ ଶେୟାର ଭାବେ ରହିଛି । ଅନେକ ନିବେଶକ ବିଶେଷ ଭାବେ ବରିଷ୍ଠଙ୍କୁ ଏବେ ଫିଜିକାଲ୍ ଶେୟାରର ଡିମ୍ୟାଟ୍ ଫର୍ମରେ ପରିବର୍ତ୍ତନ କରିବାକୁ ପଡ଼ିବ । ସେତେବେଳେ ହିଁ ସେମାନେ ଏହାକୁ ଟ୍ରାନ୍ସଫର୍ ତଥା ବକ୍ରି କରିପାରିବେ । ଜିଏସ୍ଟି ପରିଷଦ ଚଳିତ ଫେବ୍ରୁଆରୀ ୨୪ରେ ନିଜର ୩୩ତମ ବୈଠକରେ ଓ ଏହା ପରେ ସ୍ପଷ୍ଟିକରଣରେ ରିୟଲ୍ ଇଷ୍ଟେଟ୍ ସେକ୍ଟର ପାଇଁ ଜିଏସ୍ଟିର ନୂଆ ଦର ଜାରି କରିଛି । ଯାହାକି ଏପ୍ରିଲ୍ ୧, ୨୦୧୯ଠାରୁ ଲାଗୁ ହେବ । ୧ଠାରୁ ନିର୍ମାଣଧିନ ପ୍ରକଳ୍ପରେ ଡେଭଲ୍ପର ଓ ବିଲ୍ଡରଙ୍କ ନିକଟରେ ଜିଏସ୍ଟିର ଦୁଇଟି ବିକଳ୍ପ ରହିବ । ଗୋଟିଏ ହେଉଛି ଇନ୍ପୁଟ୍ ଟିକସ କ୍ରେଡ଼ିଟ୍ର ସୁବିଧା ସହିତ ୧୨% ଜିଏସ୍ଟି ବିକଳ୍ପ ଚୟନ କରିବେ କିମ୍ବା ଇନ୍ପୁଟ୍ ଟିକସ କ୍ରେଡ଼ିଟ୍ ବିନା ୫%ଜିଏସ୍ଟିର ବିକଳ୍ପ ଚୟନ କରିବେ । ଶସ୍ତା ଘର ପ୍ରସଙ୍ଗରେ ଜିଏସ୍ଟି ହାର ଇନ୍ପୁଟ୍ ଟିକସ କ୍ରେଡ଼ିଟ୍ ସହିତ ୮% ଓ ଇନ୍ପୁଟ୍ ଟିକସ କ୍ରେଡ଼ିଟ୍ ବିନା ୧% ହେବ । ଚଳିତ ଏପ୍ରିଲ୍ ୧ଠାରୁ ଆରମ୍ଭ ହେବାକୁ ଥିବା କୌଣସି ବି ନୂଆ ପ୍ରକଳ୍ପରେ ଜିଏସ୍ଟିର ନୂଆ ହାର ଲାଗୁ କରିବା ବାଧ୍ୟତାମୂଳକ ହେବ । ଇକ୍ୱିଟି ଶେୟାର ଓ ଇକ୍ୱିଟି ଆଧାରିତ ମ୍ୟୁଚୁଆଲ୍ ଫଣ୍ଡରେ ଏଲ୍ଟିସିଜିର ଘୋଷଣା ୨୦୧୮ ବଜେଟ୍ରେ କରାଯାଇଥିଲା । ଏଥିପାଇଁ ଯଦି ଗ୍ରାହକଙ୍କୁ ଇକ୍ୱିଟି ଶେୟାର ଓ ଇକ୍ୱିଟି ଆଧାରିତ ମ୍ୟୁଚୁଆଲ୍ ଫଣ୍ଡସ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ବିକ୍ରି କରିଛନ୍ତି ଓ ଯଦି ତାହାକୁ ବର୍ଷେରୁ ଅଧିକ ସମୟ ଧରି ପାଖରେ ରଖାଯାଇଥାଏ, ତେବେ ତାହା ଉପରେ ୨୦୧୮-୧୯ ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ସମୟରେ ଟିକସା ପେମେଣ୍ଟ କରିବାକୁ ହେବ । ଯଦି ଏହି ଲାଭ ୧ଲକ୍ଷ ଟଙ୍କାରୁ ଅଧିକ ହେବ, ତେବେ ଏଲ୍ଟିସିଜିରେ ୧୦% ହାରରେ ଟିକସ ଲାଗିବ । ଏବଂ ଏହା ଉପରେ ଇଣ୍ଡେକ୍ସେଶନ୍ର ଲାଭ ମିଳିପାରିବ ନାହିଁ ।


