୧୦ମ ଓ ୧୨ ପରୀକ୍ଷାରେ ଅଲଡା ଓଡିଶା ଆଦର୍ଶ ବିଦ୍ୟାଳୟର ଶତପ୍ରତିଶତ ପାସହାର  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ଓ ୧୨ତମ ପରୀକ୍ଷା ଫଳାଫଳରେ ଶତପ୍ରତିଶତ ଉତିନ୍ନହାର ରହିଛି । ସେହି ପରି ଏହି ବିଦ୍ୟାଳୟର ଦୁଇ ଛାତ୍ରୀ ଟପର ହେବାର ଜଣାପଡିଛି । ସେମାନେ ହେଲେ ୧୦ମ ଶ୍ରଣୀର ସ୍ୱୀକୃତୀ ମହାନ୍ତି ଏବଂ ଦ୍ୱାଦଶର ଆର୍‌.ଲିଖିତା । ଏମାନେ ଯଥାକ୍ରମେ ୯୧.୨ ପ୍ରତିଶତ ଓ ୯୫.୨ପ୍ରତିଶତ ରଖି ଟପର ହୋଇଛନ୍ତି । ବିଦ୍ୟାଳୟର ପାସହାର ଶତପ୍ରତିଶତ ହୋଇଥିବା ଏବଂ ଦୁଇ ଟପର ଛାତ୍ରୀଙ୍କୁ ଗଜପତି ଜିଲ୍ଲାପାଳ ତଥା ପୂର୍ବତନ ଓଏଭିର ରାଜ୍ୟ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଅଭିନନ୍ଦ ଜଣାବା ସହ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢୀ ଏବଂ ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ