୧୦ରୁ ଈଶାଣୀ ବୈଶାଖୀ ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହର ଉପକଣ୍ଠ ଈଶାଣୀଠାରେ ଆୟୋଜିତ ହୋଇଆସୁଥିବା ‘ବୈଶାଖୀ ମହୋତ୍ସବ\’ର ସପ୍ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହି ପରିପ୍ରେକ୍ଷୀରେ ମହୋତ୍ସବ ଆୟୋଜନ କମିଟିର କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଭାଗବତ ସାହୁ ୩୬ତମ ଉଡ଼ାଯାତ୍ରା, ୨୪ତମ ବାସନ୍ତୀ ପୂଜା ଓ ବୈଶାଖୀ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦଘାଟକ ଭାବେ ଯୋଗଦେଉଥିବାବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବୈଶାଖୀ-୭ ସ୍ମରଣିକା ଲୋକାର୍ପିତ ହେବା ସହ ବିଶିଷ୍ଟ ବଂଶୀବାଦକ ଡକ୍ଟର ନନ୍ଦଦୁଲାଲ ଘଡ଼ାଇଙ୍କ ‘ବଂଶୀବାଦନ ନାଇଟ’ର ରୋମାଂଚ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ନୃତ୍ୟଗୀତର ଏକ ‘ବୈଶାଖୀ ଫୁଜନ’ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ନେଇ କମିଟି କର୍ମକର୍ତାମାନେ ସୂଚନା ଦେଇଛନ୍ତି । ସେହିପରି ଦ୍ୱିତୀୟ ସନ୍ଧ୍ୟାକୁ ନାରୀଙ୍କ ଉଦ୍ଦେଶ୍ୟରେ ପାଳନ କରାଯିବ । ତୃତୀୟ ଓ ଚତୁର୍ଥ ସନ୍ଧ୍ୟାରେ ‘ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡିୟମ\’ ତଥା ଉପକୂଳବର୍ତୀ ଗ୍ରାମାଂଚଳ ଉନ୍ନୟନ ବିକାଶମୂଳକ ପ୍ରସ୍ତାବ ଆହ୍ୱାନ କରାଯିବା ନେଇ ଯୋଜନା ରହଛି । ଏପ୍ରିଲ ୧୪ ତାରିଖ ଉଦଯାପନୀ ଦିବସ ବିଶାଳ ଉଡ଼ାଯାତ୍ରାର ଅନୁଷ୍ଠିତ ହେବ । ଏଥିରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଦର ବିଧାୟକ ସ୍ୱରୂପ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ‘ରେବତୀ\’ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା, ସଦର ବ୍ଳକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସୋନାଲୀ ବିଶ୍ୱାଳ, ସଦର ଥାନାଧିକାରୀ ଅଶୋକ କୁମାର ନାୟକ, ବିଶିଷ୍ଟ ସମାଜସେବୀ ଅନସୂୟା ନାୟକ, କବି ପ୍ରଶାନ୍ତ ଦାସ, ଚିତ୍ରଶିଳ୍ପୀ କେଶୁ ଦାସ, ସମାଜସେବୀ ବିଶ୍ୱଜିତ ମହାପାତ୍ର, ‘ଯୁଗଶ୍ରୀ ଯୁଗନାରୀ\’ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବାକୁ ସମ୍ମତି ପ୍ରଦାନ କରିଛନ୍ତି । ମହୋତ୍ସବ କମିଟି ତରଫରୁ ୫ ଦିନିଆ କାର୍ଯ୍ୟକ୍ରମ ପାଇଁ ୨୦ ଜଣିଆ ସ୍କାର୍ଡ଼ ଗଠନ କରାଯିବା ସହ ସ୍ଥାନୀୟ ପୁଲିସ ସହାୟତା ପାଇଁ ଅନୁରୋଧ କରାଯାଇଛି । ମହୋତ୍ସବ କମିଟି ମିଡ଼ିଆ ସେଲ ପ୍ରମୁଖ ବିଜୟ ଦାସଙ୍କ ଆବାହକତ୍ୱରେ ଉପସଭାପତି ନରେନ୍ଦ୍ର ଦାସ, ଲକ୍ଷ୍ମୀଧର ସ୍ୱାଇଁ, ସତ୍ୟନାଥ ମାଝୀ, ପଂଚାନନ ଦାସ, ରାମଚନ୍ଦ୍ର ଦାସ, ବାସନ୍ତୀ ପାତ୍ର, ସାରିକା କର, ମମତା ଦାସ, ଜନାର୍ଦ୍ଦନ ବିନ୍ଧାଣୀ, ପୂର୍ଣ୍ଣଚନ୍ଦ୍ର ରାଉତ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସନାତନ ବେହେରା, ଦୀନବନ୍ଧୁ ବେହେରା, ଦୀନବନ୍ଧୁ ଦାସ, ଡମ୍ବରୁଧର ଦାସ, ମହେନ୍ଦ୍ର ମହାଳିକ, ବିଶ୍ୱଜିତ ଦାସ, ବିଦ୍ୟାଧର ସାହୁ, ସୁଶାନ୍ତ ବିଶ୍ୱାଳ, ଅଜୟ କୁମାର ବେହେରା, ଉମାକାନ୍ତ ମାଝୀ, ରମେଶ ବେହେରା, ଆଦିତ୍ୟବନ୍ଧୁ ରଥ, ବିଶ୍ୱନାଥ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । କମିଟିର କୋଷାଧ୍ୟକ୍ଷ ପ୍ରଫୁଲ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ