୧୦୮ ହନୁମାନ ଚାଳିଶା ନାମଯଜ୍ଞ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ହନୁମାନ ଚାଳିଶା ନାମଯଜ୍ଞ କମିଟି ପକ୍ଷରୁ ପଞ୍ଚମ ବାର୍ଷିକ୧୦୮ ହନୁମାନ ଚାଳିଶା ନାମଯଜ୍ଞ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ କୁଣ୍ଡ ମଣ୍ଡଳାଦି ପ୍ରସ୍ତୁତି ସହ ଘଟ ସ୍ଥାପନ କରାଯାଇଥିଲା । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ହନୁମାନଜୀଙ୍କର ଷୋଡ଼ଶ ଉପଚାର ପୂଜାନୀତି ଅନୁଷ୍ଠିତ ହୋଇଥିଲା । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ମଙ୍ଗଳବାର ଅଖଣ୍ଡ ହନୁମାନ ଚାଳିଶା ପାରାୟଣ ସହିତ ଯଜ୍ଞ ପୂର୍ଣ୍ଣାହୂତି ଓ ସନ୍ଧ୍ୟାରେ ସାମୂହିକ ଦୀପଦାନ ଏବଂ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ୨୦୦୫ ମସିହାରୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅତି ନିଷ୍ଠାର ସହିତ ଏଠାରେ ଆୟୋଜିତ ହୋଇ ଆସୁଥିବା ୧୦୮ ହନୁମାନ ଚାଳିଶା ନାମଯଜ୍ଞ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । କୋଭିଡ କଟକଣା ପାଇଁ ବିଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଅନୁମତି ପରେ ପୁଣି ଥିରେ ଆରମ୍ଭ ହୋଇଥିବା ସେମାନେ କହିଛନ୍ତି । ହନୁମାନ ମହାପ୍ରଭୁଙ୍କ ଏହି ଦୁଇଦିନିଆ ନାମଯଜ୍ଞ ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଭଗବାନଙ୍କ ଆଶିଷ ଲାଭ କରିଥିଲେ ।