୧୦ ଦଫା ଦାବିକୁ ନେଇ ଏ.ଆଇ.କେ.କେ.ଏମ.ଏସ. ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ନାଉଗାଁ, (ଓ୍ବାଇଏନ୍ଏସ୍) : ଭାରତବର୍ଷର ବିପ୍ଲବୀ ଚାଷୀ ମୁଲିଆ ସଂଗଠନ(ଏଆଇକେକେଏମଏସ) ପକ୍ଷରୁ ୧୦ଦଫା ଦାବିକୁ ନେଇ ନାଉଗାଁ ଶାଖା ପକ୍ଷରୁ ପ୍ରତିବାଦ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଉକ୍ତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ କମିଟିର ସଦସ୍ୟ ସୁବାସ ସ୍ୱାଇଁ, ନାଉଗାଁ ଶାଖା ସଭାପତି ମହେଶ୍ୱର ଦାସ, ଟିଟୁ ଭୋଇ, ବାଲିକୁଦା ବ୍ଲକ ଶାଖା ସଂପାଦକ ଆର୍ତ ଦାସ, କୋଷାଧ୍ୟକ୍ଷ ରଘୁନାଥ ଦାସ ପ୍ରମୂଖଙ୍କ ସ୍ୱାକ୍ଷରରେ ଅନଲାଇନ ମାଧ୍ୟମରେ ସ୍ମାରକ ପତ୍ର ପଠାଯାଇଛି । ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ସଂଶୋଧନ ଅଧ୍ୟାଦେଶ, କୃଷି ଉତ୍ପାଦନ ବଜାର କମିଟି ଆଇନ ୨୦୨୦ ସଂଶୋଧନ ଅଧ୍ୟାଦେଶ, ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ଅଧ୍ୟାଦେଶ ୨୦୨୦ ପ୍ରତ୍ୟାହାର କରିବା, କୃଷି ରୁଣ ଛାଡ କରିବା ସହ ବିନା ସୁଧରେ କୃଷି ରୁଣ ପ୍ରଦାନ, ଅତ୍ୟାବଶ୍ୟକ ଜିନିଷ ଖରିଦ ନିମନ୍ତେ ସର୍ବନିମ୍ନ ୧୦ ହଜାର ଟଙ୍କା ପ୍ରଦାନ, କୃଷିଜାତ ଦ୍ରବ୍ୟ କିଣିବା ଦାୟିତ୍ୱ ସରକାର ବହନ କରିବା, ଚାଷୀ ଓ ଭାଗଚାଷୀଙ୍କୁ ମାଗଣାରେ ସାର, ବିହନ, କୀଟନାଶକ ଆଦି ଯୋଗାଇବା ସହ ୭୫% ଭାଗ ରିହାତିରେ କୃଷି ଯନ୍ତ୍ରପାତି ଯୋଗାଣ, ଦୈନିକ ୬ଶହ ଟଙ୍କା ମଜୁରୀରେ ମନରେଗା ଯୋଜନାରେ କାମ ଯୋଗାଣ, ଡ୍ୟାମ ପୋଜେକ୍ଟ ଗୁଡିକ କାର୍ଯ୍ୟକ୍ଷମ କରିବା, ପୁରୁଷାନୁକ୍ରମେ ଭୋଗ ଦଖଲ କରି ଆସୁଥିବା ଚାଷ ଉପଯୋଗୀ ଓ ବାସ ଉପଯୋଗୀ ଜମିକୁ ଦଖଲକାରୀ ମୁଖ୍ୟତଃ ଆଦିବାସୀମାନଙ୍କୁ ପଟ୍ଟା ପ୍ରଦାନ କରିବା ଦାବିରେ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ