କରୋନା ମହାମାରୀ ସମୟରେ ବକରୀଦ ଉତ୍ସବ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଇଦ – ଉଲ – ଅଜହା (ବଳିଦାନର ଉତ୍ସବ) ସମଗ୍ର ବିଶ୍ୱରେ ପାଳନ ହେଉଥିବା ଇସଲାମର ଦ୍ୱିତୀୟ ବୃହତ ପର୍ବ । ହେଲେ ବର୍ତ୍ତମାନର କରୋନା ମହାମାରୀ ସଙ୍କଟ ଯୋଗୁ ସରକାର ଅନେକ କଟକଣା ଜାରି କରିଛନ୍ତି । ଯେଉଁଥି ପାଇଁ ଜମାତ -ଏ -ଇସଲାମି ହିନ୍ଦର ସରିୟା ପରିଷଦ ମଧ୍ୟ ସମସ୍ତ ମୁସଲିମ ସଂପ୍ରଦାୟଙ୍କୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସମସ୍ତ ନିୟମକୁ ମାନି ଇଦ – ଉଲ – ଅଜହା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛନ୍ତି । ହାଦିସ ଅନୁଯାଇ ଉତ୍ସବ ଦିନ ‘କୁରବାନୀ’ ସମ୍ବଦ୍ଧୀୟ ଶାରୀୟା ପରିଷଦ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ‘କୁରବାନୀ’ ହେଉଛି ଆଲ୍ଲାହଙ୍କ ନିମନ୍ତେ ସବୁଠୁ ଶ୍ରେଷ୍ଠ କୃତ୍ୟ । ଯେଉଁଥି ପାଇଁ ସମସ୍ତ ମୁସଲିମ ଏହି ଇଦ – ଉଲ – ଅଜହା ଉପଲକ୍ଷେ ଆଲ୍ଲାହଙ୍କୁ ‘କୁରବାନୀ’ ଅର୍ପଣ କରିଥାନ୍ତି । ତେଣୁ ଏହି ଅବସରରେ ଯେଉଁମାନଙ୍କର ‘କୁରବାନୀ’ ଦେବାକୁ ଆବଶ୍ୟକତା ରହିଛି ସେମାନେ ଚେଷ୍ଟା କରିବା ଉଚିତ ଯେ ସେମାନଙ୍କ ‘କୁରବାନୀ’ ଠିକ ସ୍ଥାନରେ ଦିଆଯାଇପାରିବ । ଯଦି ବର୍ତ୍ତମାନ ସରକାର ଓ ବିଭିନ୍ନ ପ୍ରତିବନ୍ଧକତା ଯୋଗୁ ସେମାନେ ନିଜର ମନସ୍କାମନା ଏବଂ ଆବଶ୍ୟକତା ଅନୁଯାଇ ଦେଇପାରୁନାହାନ୍ତି ତେବେ ସେହି ‘କୁରବାନୀ’ର ପରିମାଣ ଅନୁଯାଇ “ସାଦାକ” ବା ଗରୀବଙ୍କୁ ଦାନ ଦେଇ ପୂଣ୍ୟ ଅର୍ଜ୍ଜନ କରିପାରିବେ । ଶାରୀୟା ପରିଷଦ ପକ୍ଷରୁ ନିବେଦନ କରାଯାଇଛି ଯେ ମୁସଲମାନ ସମାଜ ଦିଆଯାଇଥିବା ଉପରୋକ୍ତ ସମସ୍ତ ନିୟମାବଳୀ ଏବଂ ଧର୍ମାଦେଶକୁ ‘ଦିନ’ ବା ଶାରୀୟା ବିଧିଶାସ୍ତ୍ର ଅନୁଯାଇ ଏବଂ ଦେଶର ଆଇନ ପରିସରଭୁକ୍ତ କଟକଣା ଲଗାଯାଇଥିବା ପଶୁମାନଙ୍କୁ ହତ୍ୟା ବା ବଳି ଦିଆନଯାଉ । ଏହାସହିତ କରୋନା ସଚେତନତା ଦୃଷ୍ଟିରୁ ପରିଷ୍କାର ପରିଛନ୍ନତା ଏବଂ ସ୍ୱାସ୍ଥ୍ୟରକ୍ଷା ଉଦେଶ୍ୟରେ ଜନଗହଳି ପୂର୍ଣ୍ଣ ରୋଡ ବା ରାସ୍ତା ଉପରେ ‘କୁରବାନୀ’ଦେବାକୁ ବାରଣ କରାଯାଇଛି । ଅପର ପକ୍ଷରେ ଶାରୀୟା ପରିଷଦ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ବିଭିନ୍ନ କଟକଣା ସତ୍ୱେ ନିକଟରେ ହୋଇଥିବା ଇଦ-ଉଲ-ଫିତରର ସୀମିତ ଉତ୍ସବ ପାଳନକୁ ଭୂରି ପ୍ରସଂଶା କରିବା ସହ ସଃ-ଆନୁଗତ୍ୟ ଜ୍ଞାପନ କରିଛନ୍ତି ଏବଂ ଆଗାମୀ ଇଦ-ଉଲ -ଅଜହା ଉତ୍ସବ ନିମନ୍ତେ ସମାନ ମନୋବୃତ୍ତି ସହ ଏହି ଉତ୍ସବ ପାଳନ ପାଇଁ ସମ୍ବର୍ଦ୍ଧନା ଦେଇଛନ୍ତି । ଏହା ସହିତ କୋଭିଡ -୧୯ ଯୋଗୁଁ ସରକାର ଅନୁବନ୍ଧିତ କଟକଣା ଲଗାଯାଇଥିବା ସ୍ଥାନମାନଙ୍କରେ ନିଜ ନିଜ ଗୃହରେ ଇଦ ପ୍ରାର୍ଥନା କରିବା ପାଇଁ ନିର୍ଦେଶ ଦେଇଛନ୍ତି । ତେଣୁ ଆଶା କରୁଛୁ ଯେ ଦେଶର ତଥା ଆମର ପ୍ରତ୍ୟେକଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ଏହି ଇଦ ଉତ୍ସବରେ ଜାତି,ଧର୍ମ,ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ଏକ ଅନ୍ୟକୁ ସହଯୋଗ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ