୧୦ ଦିନରେ ଆଳୁ ଦର ୧୦ ଟଙ୍କା ବୃଦ୍ଧି, ପ୍ରଶାସନ ନିରବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଟିକିଏ ସୁଯୋଗ ମିଳିଲେ ବ୍ୟବସାୟୀ ମାନେ ଗ୍ରାହକଙ୍କୁ ଲୁଟିବାକୁ ଅନାଇ ବସିଛନ୍ତି । ମନଇଛା ଦର ବଢାଇ ବଜାରରେ ଖୋଲାଖୋଲି ଚଢା ଦରରେ ବିକୁଛନ୍ତି । ଗତ ୧୦ ଦିନ ମଧ୍ୟରେ ଆଳୁ ଦର ପ୍ରାୟ ୧୦ ଟଙ୍କା ବୃଦ୍ଧି ପାଇ କିଲୋ ପିଛା ଦର ୨୬ରୁ ୨୮ ଟଙ୍କା ରହିଥିବା ଦେଖିବାକୁ ମିଳିଛି । ସବୁ ଜାଣିଶୁଣି ଯୋଗାଣ ବିଭାଗ ଚୁପ୍ ସାଜିଛି । କରେନା ମହାମରୀକୁ ମୁକାବିଲାକୁ କରିବାକୁ ଯାଇ ରାଜ୍ୟ ସରକାର ପ୍ରତ୍ୟେକ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରିଛନ୍ତି । ଏହି ୨ ଦିନିଆ ସଟଡ଼ାଉନର ଭରପୁର ଫାଇଦା ଉଠାଉଛନ୍ତି ବ୍ୟବସାୟୀ । ବିଶେଷ କରି ଆଳୁ ବ୍ୟବସାୟୀ ମାନେ ନିଜ ଇଛାନୁସାରେ ଦର ବଢାଇବାରେ ଲାଗିଛନ୍ତି । ଗତ ୧୦ ଦିନ ପୂର୍ବେ ଆଳୁ ଦର କିଲୋ ପିଛା ୧୬ରୁ ୧୮ ଟଙ୍କା ରହିଥିବା ବେଳେ ବର୍ତମାନ ବଜାରରେ ଆଳୁ ଦର କିଲୋ ପିଛା ୨୬ରୁ ୨୮ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଚଳିତ ମାସର ପ୍ରଥମ ସପ୍ତାହର ଶେଷ ୨ ଦିନିଆ ସଟଡ଼ାଉନ ପୂର୍ବରୁ ଗ୍ରାହକ ମାନେ ଆବଶ୍ୟକତା ଠାରୁ ଅଧିକ ଆଳଚୁ କିଣି ଘରେ ମହଜୁଦ ରଖିଥିବା ବେଳେ ୨ୟ ସପ୍ତାହର ୨ ଦିନିଆ ସଟଡ଼ାଉନ ସାଙ୍ଗକୁ ରଜସଂକ୍ରାନ୍ତି ସକାଶେ ସ୍ଥାନୀୟ ପୌରାଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହୁଥିବା କାରଣରୁ ଲଗାତାର ୩ ଦିନ ବନ୍ଦ ରହିବାକୁ ନେଇ ଗ୍ରାହକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଆଳୁ କିଣି ଘରକୁ ବୋହି ନେଇଥିଲେ । ବ୍ୟବସାୟୀ ମାନେ ବଜାରରେ କୃତିମ ଅଭାବ ପରିଲିକ୍ଷିତ କରି ଦର ବୃଦ୍ଧି କରୁଥିବା ନେଇ କିଛି ଗ୍ରାହକ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୌରାଂଚଳ ପରିବା ବଜାରେ ଆଳୁ ଦର ୨୬ ରୁ ୨୮ ଟଙ୍କା ରହିଥିବା ବେଳେ ବିଭିନ୍ନ ସାହି ବସ୍ତି ଓ ନିକଟବର୍ତି ଗ୍ରାମାଂଚଳର ଦୋକାନ ଗୁଡ଼ିକରେ ଆଳୁ ଦର କିଲୋ ପିଛା ୩୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ବଜାର ଦର ଅଣାୟତ ହେବାକୁ ଯାଉଥିବା ବେଳେ ପ୍ରଶାସନ କିମ୍ବା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ହୋଲସେଲରେ ଆଳୁ କିଲୋ ପିଛା ୨୪ରୁ ୨୫ ଟଙ୍କାରେ କିଣାଯାଉଥିବା ବେଳେ ଲାଭ ବାବଦକୁ ୧ରୁ ୨ଟଙ୍କା ରଖି ବିକ୍ରି କରାଯାଉଥିବା ନେଇ କିଛି ଆଳୁ ବ୍ୟବସାୟୀ କହିଛନ୍ତି । ଏ ନେଇ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ