୧୦ ଦିନ ହେଲା ଅନ୍ଧାରରେ ଗଂଗଦାହାଟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ବାତ୍ୟା ‘ଫନି’ ପ୍ରଭାବରେ ବିଦ୍ୟୁତ ତାର ଓ ଖୁଂଟ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ସେବା ଅତ୍ୟାବଶ୍ୟକ ହୋଇଥିବାରୁ ମେଡିକାଲ,ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ସମେତ ବଡ ବଡ ବଜାର ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଠିକାଦାରଙ୍କ ମୁନାଫାଖୋର ମନୋବୃତି ଯୋଗୁଁ ସରକାରୀ ନିର୍ଦ୍ଦେଶ କେବଳ ନିର୍ଦ୍ଦେଶରେ ରହିଛି । ଯାହାକି ନାଉଗାଁ ବ୍ଲକର କିଛି ଅଂଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିବା ବେଳେ ଡେରିକି ପଂଚାୟତରେ ଥିବା ମେଡିକାଲ, ବ୍ୟାଙ୍କ, ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଗଂଗଦାହାଟ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବେ ବଳେ ୧୦ଦିନ ପରେ ବି ଆଜି ସୁଦ୍ଧା ବିଦ୍ୟୁତ ସେବା ମିଳି ପାରିନାହିଁ ।ଫଳରେ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାହକ ତଥା ଝିଅ, ବୋହୁମାନେ ବିବାହ ଜିନିଷ କିଣିବା ପାଇଁ ରାତିରେ ହାଟକୁ ଆସିବାକୁ ଭୟ କରୁଛନ୍ତି । ସେହିପରି ବ୍ୟାଙ୍କ ବିଦ୍ୟୁତ ସେବା ନଥିବାରୁ ବ୍ୟାଙ୍କ କରବାର ଏକ ପକାର ଠପ ହେଉଥିବା ବେଳେ ମେଡିକାଲରେ ବିଭିନ୍ନ ଗୁରତ୍ୱପୂର୍ଣ୍ଣ ଇଂଜେକସନ ଗରମ ହେତୁ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ବିଭାଗୀୟ କର୍ମଚାରୀ ଓ ସଂପୃକ୍ତ ଠିକାଦାର ଯେଉଁ ସବୁ ଗ୍ରାମରୁ ମୋଟା ଅଙ୍କର ଟଙ୍କା ପାଇବା ସହିତ ବିଦ୍ୟୁତ ପୋଲ ଗୁଡିକ ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ନେଉଛନ୍ତି । ପ୍ରଥମେ ସେହି ଗ୍ରାମକୁ ବିଦ୍ୟୁତ ସେବା ଯୋଗାଉ ଥିବା ଚର୍ଚ୍ଚା ହେଉଛି । ଏପରିକି ଠିକଦାରମାନେ ସ୍ଥାନୀୟ ଅସାଧୁ ଲୋକଙ୍କୁ ଧରି ବିଦ୍ୟୁତ ସଂଯୋଗ ପାଇଁ ଚାନ୍ଦା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକୁ ନେଇ ବିଭିନ୍ନ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ମାଲ ନାହିଁ ତ ବିଦ୍ୟୁତ ସଂଯୋଗ ନାହିଁ ବୋଲି ଆଲୋଚନା ହେଉଛୁ । ଏ ସଂର୍ପକରେ ସେସୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କମଳାକାନ୍ତ ବିଶୋଇଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାରଙ୍କ ପକ୍ଷରୁ କମ ଶ୍ରମିକ ଯୋଗାଇ ଦିଆଯାଉଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଯଥା ସମ୍ଭବ ବିଦ୍ୟୁତ ସେବା ଯୋଗାଇବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି । ଲାଂଚ ସଂର୍ପକରେ ପଚାରିବାରୁ ସେସୁ କର୍ମଚାରୀମାନଙ୍କ ପକ୍ଷରୁ ଏଭଳି କରାଯାଉନଥିବା କହିଛନ୍ତି । ଯଦି କିଏ ଏଭଳି କରୁଛି ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାନ୍ତୁ ବୋଲି କହିବା ସହିତ ବିଭାଗ ପକ୍ଷରୁ ସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ