୧୦ ଲକ୍ଷ ଟଙ୍କା ଗଞ୍ଜେଇ ଜବତ, ୩ ଗିରଫ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ମୋହନା ପୋଲିସ ଦ୍ୱାରା ୧୦ ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ ହେବା ସହ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ର ସମୟରେ ପୋଲିସ ର ପେଟ୍ରୋଲିଂ ଚାଲିଥିବା ସମୟରେ ରାଇସିଂ ଛକରେ ଓଡି-୦୭-କିୟୁ-୪୪୫୦ ନଂ ବିଶିଷ୍ଟ ଏକ ବୁଲେରୋରୁ ୫୯କୋଜି ୫ ଶହ ଗ୍ରାମ ଗଞ୍ଜେଇ ବୁଲେରୋରୁ ଜବତ କରାଯାଇଛି । ଏହି ଗଞ୍ଜେଇ କେନ୍ଦୁଗୁଡା ଠାରୁ ବ୍ରହ୍ମପୁର ଯାଉଥିବା ଜଣାପଡିଛି । ଏହି ଘଟଣାରେ ୩ଜଣକୁ ଗିରଫ କରାଯାଇଛି ସେମାନେ ହେଲେ, ଆର.ଉଦୟଗିରି ଥାନା ଅଂଚଳର ଜାମୁଗୁଡାର ଇସ୍କାକ ମାଝୀ, ସନ୍ତୋଷ କୁମାର ବିଶ୍ୱାଳ, ରାଇକିଆ, କନ୍ଧମାଳ ଓ କବିର ବିଡିକୋ , କେନ୍ଦୁଗୁଡା, ରାୟଗଡା ଜିଲ୍ଲାର । । ଏଥିନେଇ ମୋହନ ଥାନାରେ କେସ୍ ନଂ ୧୩୨ରେ ମକଦମା ରୁଜୁ କରାଯାଇ ଆଜି ୩ଜଣକୁ ମହୋନ କୋର୍ଟକୁ ଚାଲାଣ କରାଯାଇଛି ।