୧୦.୫ ଲିଟର ମଦ ଜବତ କଲା ପୋଲିସ୍ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଶାନ୍ତି ନଗର ଅଂଚଳରୁ ଗତକାଲି ବିଳମ୍ବିତ ରାତ୍ରରେ ୧୦.୫ ଲିଟର ମଦ ଜବତ କରାଯାଇଛି । ସୂଚନା ମୁତାବକ ଛତ୍ରପୁର ଶାନ୍ତି ନଗର ଅଂଚଳରେ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା କୈାଣସି ସୁତ୍ରରୁ ଖବର ପାଇ ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନାର ସବ ଇନସିପେକ୍ଟର ବିଶ୍ୱମ୍ବର କଅଁରଙ୍କ ସହ ଏକ ଟିମ୍ ଏକ ଘର ଉପରେ ଚଢାଉ କରି ୭ ଲିଟର ୩୦୦ ଏମଏଲ ଓଏସ ମଦ ଓ ୩ ଲିଟର ୨୦୦ ଏମଏଲ ବିଦେଶୀ ମଦ ଜବତ କରିଛନ୍ତି । ଏନେଇ ୪୯୦/୨୧ ରେ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଲାଇଥିବା ସବ ଇନିସପେକ୍ଟର ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ