ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗାରେ ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାହଯାଇଛି । ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଶୋକବାର୍ତ୍ତାରେ ମତ ବ୍ୟକ୍ତ କରିଥିଲେ ଯେ, ସେ ଜଣେ ନିଷ୍ଠାପର, ନିର୍ଭୀକ, ଦକ୍ଷ, ଉଜ୍ଜ୍ୱଳ, ସାହସୀ ସାମ୍ବାଦିକ ଥିଲେ । ଅପରାଧ, ବାତ୍ୟା, ରାଜନୀତିକ ଖବର ପ୍ରମୁଖରେ ତାଙ୍କର ସ୍ପଷ୍ଟ ଓ ସଠିକ୍ ବିଶ୍ଳେଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ତାଙ୍କ କାର୍ଯ୍ୟ ପାଇଁ ସେ ସବୁଦିନ ମନେ ରହିବେ । ଓଡ଼ିଶା ଜଣେ ଦକ୍ଷ, ସଚ୍ଚୋଟ ସାମ୍ବାଦିକଙ୍କୁ ହରାଇଲ । ତାଙ୍କ ଅମର ଆତ୍ମା ପ୍ରତି ଅଭିଯାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ