୧୧ମାସରେ ୧୩% ବଢ଼ିଛି ଦେଶର ବ୍ୟବସାୟିକ କ୍ଷତି

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ଦ୍ରବ୍ୟ ଓ ସେବାର ସମୁଦାୟ ବ୍ୟବସାୟିକ କ୍ଷତି ଗତ ୧୧ମାସରେ ୧୩% ବୃଦ୍ଧି ପାଇ ୯୩.୩୨ଅରବ ଡଲାରରେ ପହଞ୍ଚିଛି । ବର୍ଷେ ପୂର୍ବରୁ ଏହି ଅବଧିରେ ୮୨.୪୬ଅରବ ଡଲାରରେ ଥିଲା । ସରକାରୀ ଆକଳନରେ ଏହି ତଥ୍ୟ ସମ୍ବନ୍ଧରେ ଦର୍ଶାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ ଏହି ଆକଳନ ଅସ୍ଥାୟୀ ଅଟେ । ତେବେ ରିଜର୍ଭ ବ୍ୟାଙ୍କ୍ର ଅନ୍ତିମ ଆକଳନ ଆସିବା ପରେ ଏଥିରେ ପରିବର୍ତ୍ତନ ସମ୍ଭବ । ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ୍ ଠାରୁ ଫେବ୍ରୁଆରୀର ୧୧ମାସରେ ଦ୍ରବ୍ୟ ଏବଂ ସେବାର ସମୁଦାୟ ୪୮୩.୯୮ଅରବ ଡଲାରର ରପ୍ତାନୀ କରାଯାଇଛି । ଅନ୍ୟପକ୍ଷରେ ଏହି ଅବଧିରେ ଦ୍ରବ୍ୟ ଓ ସେବାର ସମୁଦାୟ ଆମଦାନୀ ୫୭୭.୩୧ଅରବ ଡଲାରର ରହିଛି । ଏହି ପ୍ରକାରରେ ସମୁଦାୟ ବ୍ୟବସାୟିକ କ୍ଷତି ୯୩.୩୨ଅରବ ଡଲାରର ରହିଛି । ଆଲୋଚ୍ୟ ଅବଧିରେ ବାଣିଜ୍ୟିକ ଦ୍ରବ୍ୟର ରପ୍ତାନୀ, ଯେଉଁଠାରେ ୨୯୮.୪୭ ଅରବ ଡଲାରର ରହିଛି । ଅନ୍ୟ ସେବାର ୧୮୫.୫୧ଅରବ ଡଲାରର ରପ୍ତାନୀ କରାଯାଇଛି । ମୂଲ୍ୟ ଦୃଷ୍ଟିରୁ ବର୍ଷେ ପୂର୍ବରୁ ୧୧ମାସରେ କରାଯାଇଥିବା ସାମଗ୍ରୀର ରପ୍ତାନୀ ତୁଳନାରେ ଚଳିତ ବର୍ଷ ୮.୮୫% ଅଧିକ ବସ୍ତୁର ରପ୍ତାନୀ କରାଯାଇଛି । ଅନ୍ୟପକ୍ଷରେ ସେବାର ରପ୍ତାନୀରେ ୮.୫୪%ର ବୃଦ୍ଧି ହୋଇଛି । ଆଲୋଚ୍ୟ ଅବଧିରେ ୪୬୪.୦୦ଅରବ ଡଲାରର ସାମଗ୍ରୀର ଆମଦାନୀ କରାଯାଇଛି । ତେବେ ସେବାର ଆମଦାନୀ ଆକଳନ ୧୧୩.୩୧ଅରବ ଡଲାର ରହିଛି । ସମୁଦାୟ ଦ୍ରବ୍ୟ ଓ ସେବାର ୫୭୭.୩୧ ଅରବ ଡଲାରର ଆମଦାନୀ ହୋଇଛି । ସାମଗ୍ରୀର ଆମଦାନୀରେ ଏହି ସମୟରେ ୯.୭୫%, ଯେତେବେଳେ ସେବାର ଆମଦାନୀରେ ୮.୦୯% ବୃଦ୍ଧି ଦାଏର କରାଯାଇଛି । ତେବେ କେବଳ ସେବାର ବ୍ୟବସାୟ ସମ୍ବନ୍ଧରେ ପ୍ରକାଶ କଲେ ବ୍ୟବସାୟର ସନ୍ତୁଳନ ଭାରତର ପକ୍ଷରେ ରହିଛି । ଗତ ୧୧ମାସରେ ଭାରତ ଆମଦାନୀ ତୁଳନାରେ ୭୨.୨୦ଅରବ ଡଲାରର ଅଧିକ ସେବାର ରପ୍ତାନୀ କରାଯାଇଛି । ହେଲେ ସାମଗ୍ରୀର ବ୍ୟବସାୟରେ ୧୬୫.୫୨ଅରବ ଡଲାରର କ୍ଷତି ହେବା କାରଣରୁ ଶୁଦ୍ଧ ବ୍ୟବସାୟିକ କ୍ଷତି ୯୩.୩୨ଅରବ ଡଲାରର ରହିଛି । ବିଜ୍ଞପ୍ତି ଅନୁସାରେ ସେବା ବ୍ୟବସାୟିକ ଆକଳନ ବର୍ତ୍ତମାନ ଅନ୍ତିମ ନୁହେଁ । ସେବା ବ୍ୟବସାୟର ଫେବ୍ରୁଆରୀରେ ଆକଳନ ଅନୁମାନ ଆଧାରରେ ସଂଯୋଗ କରାଯାଇଛି । ଅନ୍ୟପକ୍ଷରେ ଅକ୍ଟୋବରରୁ ଜାନୁଆରୀ ସୁଦ୍ଧା ସେବା ବ୍ୟବସାୟର ଆକଳନ ରିଜର୍ଭ ବ୍ୟାଙ୍କ୍ର ଅସ୍ଥାୟୀ ଆକଳନରେ ଆଧାରିତ । ଏହି ଆକଳନ ଦୃଷ୍ଟିରୁ ଏପ୍ରିଲ୍-ଫେବ୍ରୁଆରୀର ସକଳ ବ୍ୟବସାୟିକ କ୍ଷତିର ଆକଳନରେ ପରିବର୍ତ୍ତନ ମଧ୍ୟ ହୋଇପାରେ । ଏପ୍ରିଲ୍ରୁ ଫେବ୍ରୁଆରୀ ୨୦୧୮-୧୯ରେ ପ୍ରେଟ୍ରୋଲିୟମ୍ ପଦାର୍ଥର ସମୁଦାୟ ୧୨୮.୭୨ଅରବ ଡଲାରର ରହିଛି । ଯାହାକି ବର୍ଷେ ପୂର୍ବରୁ ଏହି ଅବଧିରେ ୯୭.୫୩ଅରବ ଡଲାରର ରହିଛି । ଏହି ପ୍ରକାରରେ ଡଲାରର ଆମଦାନୀ ଆକଳନରେ ଏହା ୩୨% ଅଧିକ ରହିଛି । ଅନ୍ୟପକ୍ଷରେ ଅଣ-ପେଟ୍ରୋଲିୟମ୍ ସାମଗ୍ରୀର ଆମଦାନୀ ଆଲୋଚ୍ୟ ଅବଧିରେ ୩୩୫.୨୮ଅରବ ଡଲାରର ରହିଛି । ଯାହାକି ବର୍ଷେ ପୂର୍ବରୁ ଏହି ଅବଧିରେ ହୋଇଥିବା ଆମଦାନୀ ତୁଳନାରେ ୩.୦୯% ଅଧିକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ