୧୧ ତମ ଭାରତ-ଆମେରିକା ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ ବୈଠକ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ୧୧ ତମ ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ (ଡିଟିଟିଆଇ) ଗ୍ରୁପ୍ ମିଟିଂ ଭର୍ଚୁଆଲ୍ ମାଧ୍ୟମରେ  ଅନୁଷ୍ଠିତ ହୋଇଛି । ଏହି ମିଟିଂରେ ରାଜ କୁମାର, ସଚିବ (ପ୍ରତିରକ୍ଷା ଉତ୍ପାଦନ), ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଓ ଗ୍ରେଗୋରି କୌସନେର, ୟୁଏସ ପ୍ରତିରକ୍ଷା ବିଭାଗର ଉପ-ସଚିବ ଅଧ୍ୟକ୍ଷତା କରିଥିଲେ । ଡିଟିଟିଆଇ ଗ୍ରୁପ୍ ମିଟିଂ ସାଧାରଣତଃ ବର୍ଷକୁ ଦୁଇ ଥର ହୋଇଥାଏ ଓ ବିକଳ୍ପ ଭାବରେ ଭାରତ ଏବଂ ଆମେରିକାରେ ଏହା ଅନୁଷ୍ଠିତ ହୋଇଥାଏ । ଅନ୍ୟପକ୍ଷରେ ଚଳିତ ଡିଟିଟିଆଇ ମିଟିଂକୁ କୋଭିଡ୍-୧୯ ମହାମାରୀ ହେତୁ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ଭିଡିଓ ଟେଲିକନ୍ଫରେନ୍ସିଂ ମାଧ୍ୟମରେ କରାଯାଇଛି । ଡିଟିଟିଆଇ ଗ୍ରୁପର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟ ସମ୍ପର୍କରେ ସ୍ଥାୟୀ ନେତୃତ୍ୱ ଉପରେ ଧ୍ୟାନ ଦେବା ଓ ପ୍ରତିରକ୍ଷା ଉପକରଣର ସହ-ଉତ୍ପାଦନ ଓ ସହ-ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା । ସ୍ଥଳ, ଜଳ, ଆକାଶ ଓ ଏୟାରକ୍ରାଫ୍ଟ କ୍ୟାରିୟର ପ୍ରଯୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରି ଚାରିଟି ଯୁଗ୍ମ କାର‌୍ୟ୍ୟକାରୀ ଗ୍ରୁପକୁ ଡିଟିଟିଆଇ ଅଧୀନରେ ପ୍ରତିଷ୍ଠା କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମଧ୍ୟରେ ସହମତି ହୋଇଥିବା ପ୍ରକଳ୍ପଗୁଡ଼ିକର ପ୍ରସାର କରିବା । ଚାଲୁ ରହିଥିବା କାର‌୍ୟ୍ୟକ୍ରମ ଓ ସହଯୋଗମୂଳକ ସୁଯୋଗ ସମ୍ବନ୍ଧରେ ଗ୍ରୁପ୍ କୋ-ଚେୟାରଙ୍କୁ ସୂଚିତ କରିଛନ୍ତି ଯେଉଁଥିରେ ଅନେକ ସ୍ୱଳ୍ପ-ଅବଧି ସମ୍ପନ୍ନ ପ୍ରକଳ୍ପ ରହିଛି ଓ ଏହାର ସମାପ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଡିଟିଟିଆଇର ସଫଳତା ସହିତ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ସ୍ୱରୂପ ଉଭୟ ପକ୍ଷ ସବିଶେଷ ଯୋଜନା ଓ ପ୍ରଗତିର ଅନୁଧ୍ୟାନ କରିବା ସହିତ ପ୍ରତିରକ୍ଷା ସହଭାଗୀତା ସମ୍ପର୍କିତ ଆଲୋଚନାକୁ ମଜବୁତ କରିବାର ସେମାନଙ୍କର ଆଗ୍ରହକୁ ପ୍ରକାଶ କରିଛନ୍ତି । କୋ-ଚେୟାର ଏହା ମଧ୍ୟ ଜଣାଇଥିଲେ ଯେ ଗତ ଡିଟିଟିଆଇ ଗ୍ରୁପ୍ ମିଟିଂ ଠାରୁ ସେପ୍ଟେମ୍ବର ୨୦୨୦ ରେ ଜଏଂଟ ୱାର୍କିଂ ଗ୍ରୁପ୍ ଏୟାର ସିଷ୍ଟମ ଅନ୍ତର୍ଗତ ଏୟାର-ଲଂଚଡ ଅନମ୍ୟାନ୍ଡ ଏରିଏଲ୍ ଭେଇକିଲ୍ ପାଇଁ ପ୍ରଥମ ପ୍ରକଳ୍ପ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଡିଟିଟିଆଇ ପାଇଁ ଏକ ବଡ଼ ସଫଳତା । ଡିଟିଟିଆଇ ଗ୍ରୁପ୍ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଯୁକ୍ତିର ବିକାଶ କରିବା ନିମନ୍ତେ ଆମେରିକା ଓ ଭାରତର ଉଦ୍ୟୋଗ ଗୁଡ଼ିକୁ ପୁନଶ୍ଚ ପ୍ରୋତ୍ସାହିତ କରିବା ପାଇଁ, ଡିଫେନ୍ସ ଇଣ୍ଡଷ୍ଟ୍ରି କୋଲାବୋରେସନ ଫୋରମ୍ (ଡିଆଇସିଏଫ୍) ଭର୍ଚୁଆଲ୍ ଏକ୍ସପୋ ନଭେମ୍ବର ୦୮, ୨୦୨୧ ରେ ଅନୁଷ୍ଠିତ ହୋଇଥିଲା । ଏହି ଡିଆଇସିଏଫ୍ କୁ ଆମନ୍ତ୍ରିତ କରଥିଲେ ଅନୁରାଗ ବାଜପାଇ, ଯୁଗ୍ମ ସଚିବ (ପ୍ରତିରକ୍ଷା ଉଦ୍ୟୋଗ ପ୍ରସାର) ଓ ଉଦ୍ୟୋଗ ନୀତି ପାଇଁ ପ୍ରତିରକ୍ଷାର ଡେପୁଟି ଆସିଷ୍ଟାଂଟ ସେକ୍ରେଟାରି ଏବଂ ଜେସି ସାଲାଜର । ଏହି ଫୋରମ୍ ଭାରତ ଓ ଆମେରିକାର ଉଦ୍ୟୋଗମାନଙ୍କୁ ଡିଟିଟିଆଇ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହେବା ପାଇଁ ସୁଯୋଗ ପ୍ରଦାନ କରୁଛି ଓ ଔଦ୍ୟୋଗିକ ସହବନ୍ଧନ ନିମନ୍ତେ ଉଭୟ ସରକାର ଓ ଉଦ୍ୟୋଗ ମଧ୍ୟରେ ଲୋଚନାକୁ ପ୍ରୋତ୍ସାହିତ କରୁଛି । ଏହି ଆଲୋଚନାର ଫଳାଫଳକୁ ଡିଟିଟିଆଇ ଗ୍ରୁପ କୋ-ଚେୟାରଙ୍କୁ ଅବଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ