ସାଂସଦଙ୍କ ଦ୍ୱାରା ପଞ୍ଚାୟତ ରାସ୍ତା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ସନ୍ଧ୍ୟା ୫ଘଟିକା ସମୟରେ ସାଂସଦ ପାଣ୍ଠିରୁ ନିର୍ମିତ ପରଖୀ ପଞ୍ଚାୟତ ଅନ୍ତର୍ଗତ ପରଖୀ ଫାଣ୍ଡି ବଜାର ରୁ ନୂଣାପାହି ରାସ୍ତାର ଶୁଭ ଉଦଘାଟନ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ଦ୍ୱାରା ଅଞ୍ଚଳରେ ଗମନାଗମନ ଅଧିକ ସୁଗମ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହା ପରେ ପୁର୍ବତନ ପଞ୍ଚାୟତ ସଭାପତି ଦୀପକ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପରଖୀ ବଜାରରେ ଏକ ଜନସଭାରେ ଭାଷାଣ ଦେଇ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ଭାଷଣରେ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲା । ସେ କହିଥିଲେ କୋୖଣସି ଅଞ୍ଚଳର ବିକାଶ ପାଇଁ ସୁଗମନାଗମନ ପ୍ରମୁଖ ସହାୟକ ହୋଇଥାଏ। ସେ ଆହୁରି କହିଥିଲେ ଯେ ଦେଶର ପ୍ରଗତିରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଦୂରଗାମୀ ଚିନ୍ତାଧାରା ଆମକୁ ବିଶ୍ୱ ଦରବାରରେ ଶ୍ରେଷ୍ଟତ୍ଵକୁ ନେଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ପୁର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ ତାଙ୍କ ଭାଷଣରେ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା,ମୋହିତ ପୋଦ୍ଦାର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ବେରା, ମଞ୍ଚାସିନ ଥିଲେ। ଯୁବନେତା ସରୋଜ ବେହେରା, ପୁର୍ଣ୍ଣଚନ୍ଦ୍ର ହାତୀ, ସୁଶାନ୍ତ ମହାନ୍ତି, ରବୀନ୍ଦ୍ର ଜେନା, ଭାଗବତ କର, ସେକ୍ ଆତାଉଲ୍, ବାବୁ ଖଟୁଆ, ଜଗଦୀଶ ଆଚାର୍ଯ୍ୟ, ବ୍ରଜଗୋପାଳ ପରିଡ଼ ଓ ମୋହନ ପଣ୍ଡା ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର


