୧୧ ନଂ ଜିଲ୍ଲା ପରିଷଦ ଉପ ନିର୍ବାଚନ ରେ ବିଜେପି ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ଅଧିନସ୍ଥ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ଉପନିର୍ବାଚନ ରେ ବିଜେପି ପ୍ରାଥି ୧୭୬ ଖଣ୍ଡ ଅଧିକ ଭୋଟ ରେ ବିଜୟ ଲାଭ କରିଛନ୍ତି l ଗତ ୨ ତାରିଖ ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା l ୯ ଟି ପଞ୍ଚାୟତ କୁ ନେଇ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ଗଠିତl ଭୋଟର ଙ୍କ ସଂଖ୍ୟା ୩୬୨୩୩ ଥିବା ବେଳେ ୨୩୯୪୫ ଜଣ ଭୋଟର ମତଦାନ କରିଥିଲେ l ସେଥିମଧ୍ୟରୁ ୨୯୩ ଖଣ୍ଡ ଭୋଟ ନାକଚ ହୋଇଥିଲା l ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ପ୍ରମୋଦ କୁମାର ରାୟ ସର୍ବାଧିକ ୧୧୨୪୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ l ବିଜୁ ଜନତା ଦଳ ର ପ୍ରାର୍ଥୀ ଭାଗିରଥି ସେନାପତି ଙ୍କୁ ୧୧୦୬୪ ଖଣ୍ଡ ଭୋଟ ମିଳିଥିଲା। ତୃତୀୟ ସ୍ଥାନରେ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରତାପ ପ୍ରଧାନ ୧୦୨୪ ଖଣ୍ଡ ଭୋଟ ପାଇଥିଲେ l ଦୀର୍ଘ ୧୫ ବର୍ଷ ଧରୀ ବିଜୁ ଜନତା ଦଳର ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ଶାସକ ଦଳର ପ୍ରାର୍ଥୀ ଉକ୍ତ ଜୋନ ରେ ବିଜୟୀ ହୋଇ ଆସୁଥିବା ବେଳେ ଚଳିତ ଉପନିର୍ବାଚନ ରେ ଶାସକ ଦଳର ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି। ନିର୍ବାଚନ ରେ ବିଜୟୀ ହୋଇଥିବା ବିଜେପି ପ୍ରାଥି ପ୍ରମୋଦ ରାୟ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ , ଏହି ଉପନିର୍ବାଚନ ଫଳାଫଳ ରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ଭୋଟର ମାନେ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ମୁଁ ଲୋକ ଙ୍କ ସେବା କରି ୧୧ନଂ ଜୋନ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବି। ପୁର୍ବରୁ ଏହି ଜୋନ ରେ ବିଜୟୀ ହୋଇଥିବା ବିଜେଡ଼ି ପ୍ରାଥି ଧର୍ମେନ୍ଦ୍ର ସାହୁ ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ନିର୍ବାଚନ ଉପରେ ପ୍ରଭାବ ପକାଇଲା ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ