୧୨କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡିଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଗଜପତି ଜିଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ସେଠାରେ ପ୍ରାୟ ୬୨.୨୪୬ ଏକର ଜମିରେ ଚାଷ ହୋଇଥିବା ୧ଲକ୍ଷ ୨୮ହଜାର ୪୯୨ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୧୨.୮କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।