୧୨୦ ବର୍ଷ ହେଲା ଭୂଲମ୍ବ ଭାବେ ରହିଛି ଭାସମାନ କାଠଗଣ୍ଡି !

ପୋତାଯାଇଥିବା ଭଳି ଦିଶୁଥିଲେ ହେଁ ଏହି ଶୁଖିଲା କାଠଗଣ୍ଡିଟି ପ୍ରକୃତରେ ଭାସମାନ ଅବସ୍ଥାରେ ୧୨୦ ବର୍ଷ ହେଲା ଅଛି । ଭୂଲମ୍ବ ଭାବେ ଭାସମାନ ଅବସ୍ଥା ନିଶ୍ଚିତ ଭାବେ ବିସ୍ମୟକର । ତେବେ ବିଜ୍ଞାନୀଙ୍କ ପାଖରେ ସୁଦ୍ଧା ଏହାର ଉତ୍ତର ନାହିଁ । ଏହା କିପରି ସମ୍ଭବ ହୋଇଛି, କେହି କହିପାରୁନାହାନ୍ତି । ଏହି କାଠଗଣ୍ଡିଟି “ଓଲ୍‌ଡ୍‌ମ୍ୟାନ୍ ଅଫ୍ ଦ ଲେକ୍‌’ ଭାବେ ନାମିତ । ୧୮୯୬ରେ ସେଇଟିକୁ ଓରିଗନ୍‌ର କ୍ରେଟର୍ ଲେକ୍‌(ଯୁକ୍ତରାଷ୍ଟ୍ର ଆମେରିକାର ଗଭୀରତମ ହ୍ରଦ ଏବଂ ବିଶ୍ୱର ନବମ ଗଭୀରତମ ହ୍ରଦ)ରେ ଠାବକରିଥିଲେ ଭୂତତ୍ତ୍ୱ ବିଜ୍ଞାନୀ ଜୋସେଫ୍ ଡାଇଲର୍ । ପାଞ୍ଚ ବର୍ଷ ପରେ ଗଣ୍ଡିଟି ମୂଳ ସ୍ଥାନରୁ ପ୍ରାୟ ଚାରି ଶହ ମିଟର୍ ଦୂରକୁ ଘୁଞ୍ଚିଥିବା ମଧ୍ୟ ସେ ଆବିଷ୍କାର କରିଥିଲେ । ଗଣ୍ଡିଟି ସମ୍ଭବତଃ ହେମଲକ୍ ବୃକ୍ଷର । ସେଇଟି ୪୫୦ ବର୍ଷ ପୁରୁଣା ବୋଲି କାର୍ବନ୍ ଡେଟିଂ ପରୀକ୍ଷାରୁ ଜଣାପଡ଼ିଛି । ଗଣ୍ଡିଟିର ଲମ୍ବ ନଅ ମିଟର୍ ଏବଂ ଗୋଲେଇ ଏକଷଠି ସେଣ୍ଟିମିଟର୍ । ଭୂସ୍ଖଳନ ଯୋଗୁଁ ଗଛଟି ଧରାଶାୟୀ ହୋଇ ହ୍ରଦ ଭିତରକୁ ଆସିଥାଇପାରେ । କାଳକ୍ରମେ କ୍ଷୟ ହୋଇଚାଲିଛି । ତେବେ, ଭୂଲମ୍ବ ଅବସ୍ଥାରେ କିପରି ରହିଛି, ସମସ୍ତଙ୍କୁ ବିସ୍ମିତ କରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ