୧୨୭ ପଏଣ୍ଟରେ ସେନ୍ସେକ୍ସ ବନ୍ଦ
ମୁମ୍ବାଇ, (ଏଜେନ୍ସି): ଶୁକ୍ରବାର ଶେୟାର ବଜାର କାରବାର ବୃଦ୍ଧିରେ ବନ୍ଦ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୨୭.୧୯ ପଏଣ୍ଟ ତଥା ୦.୩୩% ବୃଦ୍ଧି ସହିତ ୩୮,୬୭୨.୯୧ ପଏଣ୍ଟରେ ଓ ଏନ୍ଏସ୍ଇର ୫୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୪୪.୪୦ ପଏଣ୍ଟ ତଥା ୦.୩୮% ବୃଦ୍ଧିରେ ୧୧,୬୧୪.୪୦ ପଏଣ୍ଟରେ ବନ୍ଦ ହୋଇଛି । ଏପ୍ରିଲ୍ ସିରିଜ୍ର ଆରମ୍ଭ ଉତ୍ତମ ଗ୍ଲୋବାଲ ସଙ୍କେତ ସହିତ ହୋଇଛି । ଏସିଆର ପାଖାପାଖି ସମସ୍ତ ବଜାର ବୃଦ୍ଧିରେ କାରବାର କରୁଛି । ହେଲେ ଏସ୍ଜିଏକ୍ସ ନିଫ୍ଟିରେ ଚାପ ଦେଖିବାକୁ ମିଳିଛି । ଟ୍ରେଡ଼୍ ଡିଲ୍ରେ ସକରାତ୍ମକ ସଙ୍କେତ ମଧ୍ୟରେ କାଲି ଆମେରିକା ବଜାର ମଧ୍ୟ ସୁଦୃଢ଼ତାର ସହ ବନ୍ଦ ହୋଇଛି । ଏହି ବିଶ୍ୱସ୍ତରୀୟ ସଙ୍କେତ ମଧ୍ୟରେ ଭାରତୀୟ ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରତିଷ୍ଠିତ ଶେୟାର ସହିତ ଆଜି ମିଡ଼୍ ଓ ସ୍ମଲକ୍ୟାପ୍ ଶେୟାରରେ ମଧ୍ୟ ଉତ୍ତମ କାରବାର ଦେଖିବାକୁ ମିଳିଛି । ବିଏସ୍ଇର ମିଡ଼୍କ୍ୟାପ୍ ଇଣ୍ଡେକ୍ସ ୦.୪୪% ବୃଦ୍ଧି ସହିତ ୧୫,୩୯୫ପଏଣ୍ଟରେ କାରବାର କରିଥିବା ବେଳେ ସ୍ମଲକ୍ୟାପ୍ ଇଣ୍ଡେକ୍ସରେ ୦.୩୫% ବୃଦ୍ଧି ସହିତ ୧୪,୯୭୦.୭୮ପଏଣ୍ଟରେ କାରବାର କରିଛି ।


