୧୨ ଘଣ୍ଟାପରେ ରେମୁଣା ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ତାଲା

ବାଲେଶ୍ୱର: ତାଲା ପଡ଼ିବାର ପ୍ରାୟ ୧୨ ଘଣ୍ଟାପରେ ବାଲେଶ୍ୱର ଜିଲ୍ଲାର ରେମୁଣା ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା । ଗତକାଲିଠାରୁ ରେମୁଣା ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡ଼ିଥିବାର ଦେଖିବାକୁ ମିଳିଥିଲା ଆଜି ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ , ସରସ୍ୱତୀପୁର ପଞ୍ଚାୟତର ସରପଞ୍ଚ ରଶ୍ମୀରେଖା ବେହେରାଙ୍କ ସମେତ ରେମୁଣାର କେତେକ ମାନ୍ୟଗଣ୍ୟ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବାପରେ ଏହା ସମ୍ଭବପର ହୋଇଥିବା ଜଣାଯାଇଛି ।
ରେମୁଣା ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଟି ଡାକ୍ତର ପଦବୀ ଥିଲେ ବି ଜଣେ ମାତ୍ର ଡାକ୍ତର ଦିନବେଳା କାର୍ଯ୍ୟରତ ଥିବା କୁହାଯାଉଛି । ଫଳରେ ଏଠାରେ ରୋଗୀ ସେବା ବ୍ୟାହତ ହେଉଥିବା କୁହାଯାଉଛି । ଆଜି ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ରେମୁଣା ପୁଲିସ ଏକ କ୍ୟାମ୍ପ କରି ଚିକିତ୍ସା ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରେମୁଣା ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ରାତିରେ ହସ୍ପିଟାଲରେ ମୁଖ୍ୟ ଡାକ୍ତର ରାମଚନ୍ଦ୍ର କିସକାଙ୍କ ୨ଦିନିଆ ଛୁଟିକୁ ବିରୋଧ କରି କିଛି ରୋଗୀଙ୍କ ସମ୍ପର୍କୀୟ ଆଉଟ ଡୋରରେ ତାଲା ପକାଇଦେଇଥିଲେ । ସମସ୍ୟାର ସମାଧାନ ନ ହେବା ଯାଏଁ ତାଲା ନ ଖୋଲିବାକୁ ଚେତାବନୀ ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ରେମୁଣା ପୁଲିସ ପହଞ୍ଚି ଉତ୍ୟକ୍ତ ଲାକଙ୍କୁ ବୁଝାଇବାକୁ କରିଥିଲେ ,ହେଲେ ସଫଳ ହୋଇନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ