୧୨ ରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ୪୨ ଟି ପଂଚାୟତରେ ରୋଡ଼୍ ସୋ ଓ ୯ ଟି ସାଧାରଣ ସଭାରେ ଯୋଗଦେବେ
ହିଂଜିଳିକାଟୁ, (ଶେଷଦେବ ସାହୁ): ଚଳିତ ସାଧାରଣ ନିର୍ବାଚନ ସକାଶେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଶେ ପ୍ରଚାର ଶେଷ ହୋଇଥିବା ବେଳେ ଗୁରୁବାର ଦିନ ଭୋଟ ଆରମ୍ଭ ହେବ । ୨ୟ ପର୍ଯ୍ୟାୟ ଭୋଟ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବେଳେ ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୃତି ଶେଷ ପର୍ଯ୍ୟାୟରେ ପଂହଚିଛି । ୨ୟ ପର୍ଯ୍ୟାୟ ମତଦାନ ଆସିକା ଓ କନ୍ଧମାଳ ଲୋକସଭା ଆସନ ସମେତ ଉକ୍ତ ସଂସଦୀୟ କ୍ଷେତ୍ର ଅଧିନ ର ୧୪ ଟି ବିଧାନସଭା ଆସନ ସକାଶେ ଭୋଟଗ୍ରହଣ କରାଯିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଇଁ ଏବଂ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବାକୁ ଗଂଜାମ ଗ୍ରସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳି ସମେତ ଆସିକା ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସହ ୪୨ ଟି ପଂଚାୟତରେ ରୋଡ଼୍ ସୋ ଏବଂ ୯ ଟି ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିତକୃତ ହୋଇଛି । ଉକ୍ତ ପ୍ରଚାରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆସିକାକୁ ମୁଖ୍ୟତଃ ଫୋକସ୍ କରୁଥିବାର ଜଣାପଡ଼ୁଛି । ଆସିକା ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀନି ଭାେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରମିଳା ବିଷୋୟୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଅଧିକ ଗୁରୁତ୍ୱ ବହନ କରୁଛି । ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଦଳ ଗୁଡ଼ିକୁ ଯେଉଁ ଆହତବାନ ଜଣାଇଥିଲେ , ତାହାର ଅୟମାରମ୍ଭ କରିଥିଲେ ଆସିକା ଲୋକସଭା କ୍ଷେତ୍ରରୁ ହାଣ୍ଡିଶାଳାରୁ ସଂସଦକୁ ପଠାଇବା ପାଇଁ ପ୍ରମିଳା ବିଷୋୟୀଙ୍କ ପ୍ରାର୍ଥୀନି ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ କରାଇ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଆସୁଛନ୍ତି ତାଙ୍କ ପାଇଁ ମାରାଥନ୍ ପ୍ରଚାରରେ । ଏହି ଆସନରୁ ବିଜେପିରୁ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଏବଂ ପୂର୍ବତନ ଆସିକା ସାଂସଦ କୁମୁଦିନି ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶନୀ ଏବଂ କଂଗ୍ରେସ ଓ ସିପିଆଇ ମେଂଟ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ପ୍ରାର୍ଥୀ ହୋଇଥିବାରୁ ଚଳିତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱ ବହନ କରୁଛି । ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିକୋଣୀୟ ଭାବେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ରହିଛି । ଆସିକା ବିଧାନସଭା ଆସନରୁ ବର୍ତମାନର ବିଧାୟକ ଦେବରାଜ ମହାନ୍ତି ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବାରୁ ବିପକ୍ଷରେ ଆସିକାର ପୂର୍ବତନ ସଂସଦ ଲଡ଼ୁକିଶୋର ସ୍ୱାଇଁଙ୍କ ପତ୍ନି ମଂଜୂଳା ସ୍ୱାଇଁ ପ୍ରାର୍ଥୀନି ହୋଇଥିବାରୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଥିବାର ଦେଖିବାକୁ ମିଳୁଛି ।ଉକ୍ତ ଆସନ ଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କବିଜୟ ସୁନିଶ୍ଚିତ କରାଇବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିଥିବା ଚର୍ଚ୍ଚା ଜୋର ଧରିଛି -ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୦ ଘଂଟା ସମୟରେ ସାନଖେମୁଣ୍ଡିରେ ପଂହଚି ପାଟପୁର ଗାନ୍ଧିଛକ, କଙ୍କୋରଡ଼ା, ଶେରଗଡ଼, ବନ୍ଧାଗୁଡ଼ା, କଂଚୁରୁ, ଧୋବାଡ଼ି ପାଟପୁର, ରାଳବ, ପିତଳଛକ ଓ ଚେରମାରିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମହାନଳା, ରାଧାଦେଇପୁର, ଏରେଣ୍ଡା, ଖଲିଙ୍ଗି, ଆଡ଼ପଡ଼ା, କଉଡ଼ିଆ, ଡ଼େଙ୍ଗାଡ଼ି, ଜଗନ୍ନାଥପୁର, ରାମଚନ୍ଦ୍ରପୁର, କୁମାରପାଣି, କରଡ଼କଣା, ବରମୁଣ୍ଡୁଳି, ତାରଡ଼ା, ଧବଳପୁର, ଧନନ୍ତର, ଡ଼େଙ୍ଗାପଦର, ଗୋବିନ୍ଦପୁର, ଗୋଠଗାଁ, ଠୁରୁବୁରାଇ, କୁରୁଳା, ଅଲାରିଗଡ଼, ପଲ୍ଲୀପଦ୍ମନାଭପୁର,ବଡ଼ଖଣ୍ଡି, ସମରାଝୋଳ, ଦୁର୍ବନ୍ଧ, ଗଣ୍ଡଳା, ବେଲଗାଁ, ବାଳକୃଷ୍ଣପୁର, ନନ୍ଦିକ, ସିକିରି, ହିଂଜିଳି, ବୁରୁପୋଡ଼ା, ପୋଡ଼ିଙ୍ଗି, ନଳବଂଟା, କାଳଷଣ୍ଢପୁର ପଂଚାୟତ ଗୁଡ଼ିକରେ ରୋଡ଼୍ ସୋ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ମୁଖ୍ୟମନ୍ତ୍ରୀ ଓ ଆସିକା ଲୋକସଭା ସାଂସଦ ପ୍ରାର୍ଥୀନି ପ୍ରମିଳା ବିଷୋୟୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ସ୍ଥାନୀୟ ଅଂଚଳୀ ବିଜେଡ଼ି କର୍ମୀ ମାନେ ଦିନରାତି ଏକାକାର କରି ପ୍ରଚାରରେ ଲାଗିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କନିଜ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ସମୟରେ ବିରୋଧୀ କଂଗ୍ରେସ ଓ ବିଜେପିର କିଛି କର୍ମୀ ବିଜେଡ଼ିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ବିଜେପିର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଶୁକ୍ରବାର ଦିନ ବିଜେଡ଼ିର ଷ୍ଟାର କ୍ୟମ୍ପେନର ଭାବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବା ବେଳେ ଏଯାବତ୍ କଂଗ୍ରେସ ପକ୍ଷରୁ ହିଂଜିଳି ଅଂଚଳକୁ କୌଣସି ଷ୍ଟାର କ୍ୟାମ୍ପେନର ଆସିନଥିବା ଦେଖିବାକୁ ମିଳିଛି ।


