୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାଷା, ସଂସ୍କୃତି, ସାହିତ୍ୟ ତଥା ଆଞ୍ଚଳିକଭିତ୍ତିକ ଏକତ୍ରୀକରଣ ଏକ ରାଜ୍ୟକୁ ଦେଇଥାଏ ସ୍ୱତନ୍ତ୍ରତା । ଏଥିପ୍ରତି ଯୁବକଯୁବତୀଙ୍କ ଭୂମିକା ନିତାନ୍ତ ଜରୁରୀ ବୋଲି ୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଓ ଗୃହ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ୭ଦିନ ବ୍ୟାପୀ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗର ଡ଼ିଜି ଡ. ଗଗନେନ୍ଦୁ ଦାସ, ସମ୍ମାନିତ ଅତିଥି ରୂପେ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖାର ଆଞ୍ଚଳିକ ନିର୍ଦ୍ଦେଶିକା ରିତା ଭଗତ, ଉପନିର୍ଦ୍ଦେଶକ ବିମଲ ପାଟ୍ରିକସାହା, ଖୋର୍ଦ୍ଧାଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର, ବଡ଼ଗଡ଼ ଯୁବ ଅଧିକାରୀ ଜି. ରୋଷନ ଟଣ୍ଡନ, କେନ୍ଦୁଝର ଜିଲ୍ଲାର ଯୁବ ଅଧିକାରୀ ବସୁନ୍ଧରା ସାହୁ, କନ୍ଧମାଳ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ସଂଗଠନର ସହ କାର୍ଯ୍ୟକ୍ରମ ଅଧିକାରୀ କୈଳାସ ଚନ୍ଦ୍ର ମହାନ୍ତି, କୁଳମଣି ମଲ୍ଲିକ, ଶୁଭେନ୍ଦ୍ରନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ