୧୪ ଟି କ୍ଳଷ୍ଟର ରେ ସୁରଭୀ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗୀତା
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ କ୍ଳଷ୍ଟର ସ୍ତରୀୟ ସୁରଭୀ ୧୪ଟି କ୍ଳଷ୍ଟର ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି କ୍ଳଷ୍ଟର ର ସିଆରସିସି ମାନେ ଉପସ୍ଥିତ ରହି ସୁରଭୀ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। କ୍ରୁଷ୍ଣଛାଇ କ୍ଳଷ୍ଟର ରେ ସୁରଭୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ଶୈରନ୍ଦ୍ରୀ ଦଳେଇ, ମୁଖ୍ଯ ବକ୍ତା ଭାବେ ଅଧାପକ କୈଳାସ ଚନ୍ଦ୍ର ପାଢୀ ସମ୍ମାନିତ ଅତିଥି ଭାବେ, ବିବ୍ରହ୍ମପୁର ଉଚ୍ଚ ବିଦ୍ଯାଳୟ ର ପ୍ରଧାନଶିକ୍ଷକ ମନୋଜ କୁମାର ସାହୁ, କାଚଖଣ୍ଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶଶିଭୂଷଣ ସ୍ବାଇଁ, ବିଦ୍ଯାଳୟ ପରିଚାଳନା କମିଟି ସଭାପତି ସ୍ବର୍ଯ୍ଯ କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିବା ପରେ ନାଚ,ଗୀତ, ତର୍କ, ଚିତ୍ର, ଦଳ ନ୍ରୁତ୍ଯ ପ୍ରତିଯୋଗୀତା କରାଯାଇଥିଲା। କ୍ରୁଷ୍ଣଛାଇ ଉଚ୍ଚ ବିଦ୍ଯାଳୟ ର ପ୍ରଧାନଶିକ୍ଷକ ଦିବାକର ସାହୁ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ଯକ୍ରମ ରେ ସମସ୍ତ ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉପରୋକ୍ତ ପ୍ରତିଯୋଗୀତା ରେ ପ୍ରଥମ, ଦ୍ବିତୀୟ ତ୍ରୁତୀୟ ସ୍ଥାନ ରେ ରହିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ସହ ମାନ ପତ୍ର ଓ ବ୍ଳକ ସ୍ତରୀୟ ସୁରଭୀ କାର୍ଯ୍ଯକ୍ରମ ମନୋନିଚ କରାଯାଇଥିଲା।ସେହିପରି ୧୨ ଟି କ୍ଳଷ୍ଟର ରେ ମଧ ସୁରଭୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ସରକାରୀ ବିଦ୍ଯାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।