୧୪ ତମ ସର୍ବଭାରତୀୟ ନିମାପଡ଼ା କପ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଆଜି ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ପୁରୀର ପାୟୋନିଅର ଓ ଭୁବନେଶ୍ୱର।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଭୁବନେଶ୍ଵର ପଡିଆକୁ ଓହ୍ଲାଇ ନିର୍ଦ୍ଧାରିତ ୨୫ ଓଭରରେ ୬ ଉଇକେଟ ହରାଇ ୨୨୪ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ରୋହିତ ସାଗର ୫୦ରନ୍ ଓ ଏମ.ଜି ଗୋପାଳ ୪୭ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ଅଂଶୁମାନ ବେଜ
୧୮ରନ୍ ଦେଇ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ।ଜବାବରେ ପାୟୋନିଅର ନିର୍ଦ୍ଧାରିତ ୨୫ ଓଭରରେ ୩ଟି ଉଇକେଟ ହରାଇ ୨୧୧ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଏସ.କେ ସଲମାନ୍ ୬୨ରନ୍ ଓ ଶକ୍ତି ସ୍ବରୁପ ଦାସ ଅପରାଜିତ ୫୭ ରନ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ରୋହିତ ସାଗର ଓ ହିତେଶ ନାୟକ ୨ଟି ଲେଖାଏଁ ଉଇକେଟ ନେଇଥିଲେ।ଏଣୁ ପାୟୋନିଅରକୁ ହରାଇ ଭୁବନେଶ୍ୱର ସେମି ଫାଇନାଲରେ ପ୍ରବେଶ କରିଥିଲା। ରୋହିତ ସାଗର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଉଦଘାଟନୀ ମ୍ୟାଚରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଜଗତ ପ୍ରସାଦ ସାବୁତ ଆଥଲେଟିକ ଆସୋସିଏସନ୍ ର ସମ୍ପାଦକ ଜୀବନାନନ୍ଦ ମହାପାତ୍ର, କ୍ରୀଡାବିତ ପଦ୍ମ ଚରଣପାଣିଗ୍ରାହୀ, ଅକ୍ଷୟ କୁମାର ବେହେରା ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖଯୋଗ ଦେଇ ଥିଲେ। ସୋମବାର ଦିନ କଟକର ସୋଲାର କ୍ଲବ ଓ ଭୁବନେଶ୍ୱରର କ୍ରାଉନ ସ୍ପୋଟିଙ୍ଗ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ